କରୋନା କାଳରେ କିସ୍ତି ବୋଝ: ପାଖରେ ଟଙ୍କା ନାହିଁ, ଏଣେ ସ୍ମଲ ଫାଇନାନ୍ସ କଂପାନୀଙ୍କ ଚାପ

SHG struugles During Corona Crisis to pay Back loan Interest.

ପୁରୀ:  ଗାଁ ଗହଳିରେ କିଛି ଛୋଟ ବ୍ୟାଙ୍କ ଓ ସ୍ମଲ୍ ଫାଇନାନ୍ସିଂ ସଂସ୍ଥା ଋଣ ଯୋଗାଇବାର କାମ କରନ୍ତି । ଏସବୁର ବେଶ ଚାହିଦା ରହିଛି ମଧ୍ୟ । ଲୋକେ ଛୋଟମୋଟ ବ୍ୟବସାୟ ପାଇଁ ହେଉ କିମ୍ୱା ଘରକରଣା ଅସୁବିଧା ପାଇଁ ଏଭଳି ସଂସ୍ଥାଙ୍କ ଠାରୁ ଋଣ ନେଇ କାମ ଚଳାନ୍ତି । ତେବେ ଏବେ ଏହି ବ୍ୟାଙ୍କ କିମ୍ୱା ସ୍ମଲ୍ ଫାଇନାନ୍ସିଂ ସଂସ୍ଥାର ଜୁଲମ ବଢିଛି । ଏନେଇ ଅଭିଯୋଗ ବି ସାମ୍ନାକୁ ଆସିଲାଣି । ଝାରସୁଗୁଡା ଜିଲ୍ଲାର ମରାକୁଟା ପଞ୍ଚାୟତର ସ୍ୱଂୟ ସହାୟକ ଗୋଷ୍ଠୀ ମହିଳାମାନେ ଏମାନଙ୍କ ଜୁଲମ ସହ୍ୟ ନକରି ପାରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Small Finance

ଏହି ସ୍ମଲ୍ ଫାଇନାନ୍ସ ସଂସ୍ଥା କରୋନା ବେଳେ ଋଣ ନଦେଇ ପାରିବା ହେତୁ ସାଧାରଣ ଲୋକଙ୍କୁ କିସ୍ତି ଓ ସୁଧ ଦେବା ପାଇଁ ବାଧ୍ୟ କରୁଛନ୍ତି । ଗାଁ ଗହଳିର ଅଧିକାଂଶ ଲୋକେ ଛୋଟ ମୋଟ ବ୍ୟବସାୟ କିମ୍ୱା ପ୍ରବାସ କରି ପେଟ ପୋଷନ୍ତି । ଏବେ କାମ ଦାମ ସବୁ ଠପ୍ ହୋଇଯିବା ପରେ ସାଧାରଣ ଲୋକେ କିସ୍ତି ଦେବା ପାଇଁ ଅସମର୍ଥ ହେଉଛନ୍ତି । ବିଶେଷ ଭାବେ ଗ୍ରାମାଞ୍ଚଳର ମହିଳା ଗୋଷ୍ଠୀକୁ ଏମାନେ ଋଣ ଦିଅନ୍ତି । ବ୍ୟକ୍ତିଗତ ଋଣ ବି ମିଳେ, ମାତ୍ର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଋଣ ଦେଣନେଣରେ ଝିଞ୍ଜଟ୍ କମ ଥିବାରୁ ଏମାନଙ୍କୁ ସହଜରେ ଋଣ ମିଳେ । ଋଣକୁ ପ୍ରାୟତଃ କିସ୍ତି ହିସାବରେ ଫେରସ୍ତ ନେବାକୁ ପସନ୍ଦ କରନ୍ତି ସ୍ମଲ୍ ଫାଇନାନ୍ସିଂ ସଂସ୍ଥା । ମନେକର ଜଣେ ବ୍ୟକ୍ତି ୧ ଲକ୍ଷ ଟଙ୍କାର ଋଣ ନେଇଛନ୍ତି, ତେବେ ତାଙ୍କୁ ସାପ୍ତାହିକ ହିସାବରେ ଟଙ୍କା ଦେବାକୁ ପଡିବ  ।  କିଛି ନିର୍ଦ୍ଦିଷ୍ଟ ସପ୍ତାହ ପାଇଁ ଟଙ୍କା ଦେଲେ ଋଣ ଶେଷ ହୋଇଯିବ । ଏଭଳି କରିବା ଦ୍ୱାରା ଗାଁ ଗହଳି ଲୋକଙ୍କ ପାଇଁ ଟଙ୍କା ଫେରସ୍ତ ହେବା ସହଜ ହୁଏ । ଋଣ ନେଇ ଲୋକେ ଛୋଟ ବ୍ୟବସାୟ କରନ୍ତି, ତେଣୁ ଦିନିକିଆ ରୋଜଗାରରୁ ଟଙ୍କା ସଞ୍ଚୟ କରି ସାପ୍ତାହିକ ହିସାବରେ ଟଙ୍କା ଦିଅନ୍ତି । ଟଙ୍କା ପଇଠ ଏତେ ବାଧେନି ମଧ୍ୟ ।

self-help-group

ତେବେ ଏବେ ସ୍ଥିତି ଓଲଟା । ଗାଁ ଗହଳି ଲୋକମାନେ ମୁଖ୍ୟତଃ ଅଣସଙ୍ଗଠିତ ସଂସ୍ଥାରେ କାମ କରୁଥିବା ହେତୁ ଏବେ କରୋନା ପ୍ରଭାବରେ ହାତ ବାନ୍ଧି ଘରେ ବସିଛନ୍ତି । ଏଭଳି ସ୍ଥିତିରେ ଟଙ୍କା ଯୋଗାଡ ସମ୍ଭବପର ହେଉନି । ଟଙ୍କା ନପାଇବା ହେତୁ ସ୍ମଲ୍ ଫାଇନାନ୍ସିଂ ସଂସ୍ଥା ମଧ୍ୟ ଜୁଲମ କରୁଛନ୍ତି । ଏମାନେ ଲୋକଙ୍କ ଘରେ ପହଞ୍ଚି ଟଙ୍କା ମାଗିବା ସହ କିସ୍ତି ଶୁଝିବା ପାଇଁ ବାଧ୍ୟ କରୁଛନ୍ତି । ନଶୁଝିଲେ ଆସନ୍ତା ମାସରେ ଫାଇନ୍ ସହ ଟଙ୍କା ଦେବାକୁ ପଡିବ ବୋଲି ଚେତାଉଛନ୍ତି । ଏସବୁ ଭିତରେ ପେଶି ହେଉଛନ୍ତି ସାଧାରଣ ଲୋକେ । ଋଣ କରିଥିବା ହେତୁ ଅନେକ କ୍ଷେତ୍ରରେ ତାଙ୍କୁ ବୁଝେଇ ସୁଝେଇ ବିଦା କରୁଛନ୍ତି । ପରିସ୍ଥିତି ଅତି ହେଲେ କିଛି ସ୍ଥାନରେ ଝଗଡା ଓ ବଚସା ମଧ୍ୟ ଦେଖିବାକୁ ମିଳୁଛି । ବ୍ରହ୍ମଗିରିର ମହିଳା ଶକୁନ୍ତଳା ପୃଷ୍ଟି ଏନେଇ ମନ୍ତବ୍ୟ ରଖି କହିଛନ୍ତି ଯେ, ତାଙ୍କ ସ୍ୱାମୀ ସୁରଟରେ କାମ କରୁଥିଲେ । ଏକ ବ୍ୟାଙ୍କ ସଂସ୍ଥାଠାରୁ ୧ ଲକ୍ଷ ଟଙ୍କାର ଋଣ ଆଣିଥିଲେ । ନିୟମ ଅନୁଯାୟୀ ତାଙ୍କୁ ପ୍ରତି ସପ୍ତାହରେ ୮୭୫ ଟଙ୍କା ପଇଠ କରିବାକୁ ପଡେ । ଅର୍ଥାତ୍ ମାସକୁ ୩୫୦୦ ଟଙ୍କା । ସ୍ୱାମୀ ବାହାରେ ଚାକିରି କରିବା ବେଳେ କିଛି ସମସ୍ୟା ହେଉ ନଥିଲା । ଏବେ ତାଙ୍କ ସ୍ୱାମୀ କାମ ଛାଡି ଘରେ ବସିବା ପରେ ସମସ୍ୟା ବଢିଛି । ଘରେ ଠୁଙ୍ଗା କାମ କରି ଘର ଚଳାଇବାକୁ ପଡୁଛି । ଏଇ ଭିତରେ ଏତେ ଟଙ୍କା ପ୍ରତି ମାସରେ ଦେବା ସମ୍ଭବ ହେଉନି । ସେ ଟଙ୍କା ଦେବେନାହିଁ ବୋଲି କହୁନାହାନ୍ତି । ମାତ୍ର ଏବେ ସମ୍ଭବ ନୁହେଁ । ଏବେ ବାଧ୍ୟ କଲେ ସେ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟ ଶଦ୍ଦରେ କହିଛନ୍ତି ।

SHG_Meeting
ପ୍ରତିକାତ୍ମକ ଚିତ୍ର

ତେବେ ଏଥିପାଇଁ ସମାଧାନ କ’ଣ ବୋଲି ପଚରାଯିବାରୁ ସେ କହିଛନ୍ତି ଯେ ସରକାର ଚାହିଁଲେ ଆମେ ଅସୁବିଧାରୁ ବାହାରି ଯିବୁ । ପ୍ରଥମେ ପ୍ରଥମେ କିଛି ଦିନ ଟଙ୍କା ନେଉନଥିଲେ । ଆଉ କିଛି ମାସ ବ୍ୟାଙ୍କକୁ ଆମକୁ ଟଙ୍କା ନମାଗିବା ପାଇଁ କହିଲେ ଆମେ ଶାନ୍ତିରେ ବଞ୍ଚିପାରନ୍ତୁ । ସୂଚନାଯୋଗ୍ୟ ଯେ ଉକ୍ତ ମହିଳା ସରକାରଙ୍କ ମୋରାଟୋରିୟମ ପଲିସି କଥା କହୁଥିଲେ । ସରକାର କରୋନା ସ୍ଥିତିରେ ଅର୍ଥନୀତିକ ଅବଗତି ଦେଖି ଏଭଳି ଆଇନରେ ବ୍ୟାଙ୍କ ଓ ସ୍ମଲ୍ ଫାଇନାନ୍ସ ବ୍ୟାଙ୍କକୁ ତିନି ମାସ ପାଇଁ ଋଣ କିସ୍ତି ଛାଡ କରିବା ପାଇଁ କହିଥିଲେ । ତେବେ ଏବେ ସେସବୁ ଆଉ ଲାଗୁ ହେଉନାହିଁ । ସେସବୁ ଅତିକମରେ ଏହି ଗାଁ ଗହଳିର ଅଣସଙ୍ଗଠିତ ଶ୍ରମିକମାନଙ୍କ କ୍ଷେତ୍ରରେ ଲାଗିଲେ ଭଲ ହୁଅନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply