ଦେଶଦ୍ରୋହ ଭାଷଣ ଦେଇ ବନ୍ଧାହେଲେ ଜେଏନୟୁ ଛାତ୍ର ସରଜିଲ ଇମାମ

ନୂଆଦିଲ୍ଲୀ: ଶେଷରେ ପୋଲିସ ଫାଶରେ ପଡ଼ିଲା ସରଜିଲ ଇମାମ । ବିହାରର ଜାହାନାବାଗରେ ଚଢ଼ାଉ ପରେ ତାକୁ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ବିବାଦୀୟ ଭାଷଣ ଦେବା ପରେ ତା’ ନାଁରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା । ଦିଲ୍ଲୀ, ବିହାର, ଆସାମ, ଅରୁଣାଚଳ, ମଣିପୁର ଏବଂ ଉତ୍ତର ପ୍ରଦେଶ ପୋଲିସ ସରଜିଲକୁ ଗିରଫ କରିବା ପାଇଁ ଦିନରାତି ଏକ କରିଦେଇଥିଲେ ।ସୋମବାର ରାତିରେ ସରଜିଲର ସାନଭାଇକୁ ପୋଲିସ ପଚରାଉଚରା କରିବା ପରେ ସେ ଲୁଚି ରହିଥିବା ସ୍ଥାନରେ ଚଢାଉ କରାଯାଇଥିଲା । ପୋଲିସ ତାକୁ ଗିରଫ କରି ଜାହାନାବାଗ ଥାନାକୁ ନେଇଛି । ଅଧିକ ପଚରାଉଚରା ପାଇଁ ତାକୁ ଦିଲ୍ଲୀ ନିଆଯିବ । ଆସାମକୁ ଭାରତରୁ ଅଲଗା କରିଦେବା ଦରକାର । ଅତ୍ୟନ୍ତ ମାସେ ପାଇଁ ସବୁ ରାସ୍ତା ଓ ରେଳପଥ ବନ୍ଦ କରିଦେବା ଆବଶ୍ୟକ ବୋଲି ସରିଜଲ ଭାଷଣ ଦେଇଥିଲା ।ଭାରତର ସବୁ ମୁସଲିମ ଦେଶରେ ଚକଅଖ ଜାମ କରି ଶକ୍ତି ପ୍ରଦର୍ଶନ କରନ୍ତୁ ବୋଲି ଆହ୍ଵାନ ଦେଇଥିଲା ସରଜିଲ । ଏହି ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

Leave a Reply