କଙ୍ଗନାଙ୍କ ଅଫିସ ଭଙ୍ଗା ପ୍ରସଙ୍ଗ : ଶରଦ ପାଓ୍ୱାର କହିଲେ ଏହା ଜରୁରୀ ନଥିଲା

1 min read
Kangna With Sarad Pawar

ମୁମ୍ବାଇ: କଙ୍ଗନା ରାଣାୱତଙ୍କ ବିରୋଧରେ ବିଏମସି ପକ୍ଷରୁ ଯେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ସିଧାସଳଖ ଏଭଳି ମନ୍ତବ୍ୟ ଦେଇନଥିଲେ ମଧ୍ୟ ବିଏମ୍‌ସିର ଏହି ପଦକ୍ଷେପକୁ ସମର୍ଥନ କରୁନାହାନ୍ତି ଶିବସେନା ସହ ମେଣ୍ଟ ସରକାରରେ ଭାଗିଦାର ଥିବା  ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ୱାର । ସେ କହିଛନ୍ତି ବିଏମ୍‌ସି ଏଭଳି ଆଚରଣ ଦେଖାଇବା ଜରୁରୀ ନଥିଲା । ଶରଦ ପାଓ୍ୱାରଙ୍କ ପୂର୍ବରୁ ଅନେକ ଶିବସେନା ସମର୍ଥକ ମଧ୍ୟ ବିଏମ୍‌ସିର ଏଭଳି ଆଚରଣକୁ ନିନ୍ଦା କରିଛନ୍ତି । ମୁମ୍ବାଇରେ ଅନେକ ଘର ଏଭଳି ବେଆଇନ୍‌ ଭାବେ ନିର୍ମାଣ କରାଯାଇଛି । ତେବେ କେବଳ କଙ୍ଗନାଙ୍କ ଘର ଭାଙ୍ଗିବା ପାଇଁ କାହିଁକି ପ୍ରାଥମିକତା ଦିଆଗଲା ।

ସୂଚନାଯୋଗ୍ୟ, କଙ୍ଗନାଙ୍କ ମୁମ୍ବାଇସ୍ଥିତ କାର୍ଯ୍ୟାଳୟକୁ ଅଚାନକ ବେଆଇନ୍‌ ବୋଲି ଦର୍ଶାଇ ବିଏମ୍‌ସି ପକ୍ଷରୁ ଭଙ୍ଗାଯାଇଛି । କାର୍ଯ୍ୟାଳୟ ବାହାରୁ ଓ ଭିତରେ ବୁଲ୍‌ଡୋଜର ଲଗାଇ ଭଙ୍ଗାଯାଇଛି ।

Kangna With Sarad Pawar

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନା ନିଜ ସ୍ୱର ତୀକ୍ଷ୍ନ କରିଥିଲେ । ସେ ଅନେକ ବଡ଼ ବଡ଼ ବଲିଉଡ୍‌ ତାରକାଙ୍କୁ ବିବାଦ ଭିତରକୁ ଟାଣିଥିଲେ । ଏହାସହ ବଲିଉଡ୍‌ରେ ବିଭିନ୍ନ କାଳାକାରନାମା ତଥା ଡ୍ରଗ୍ସ କାରବାର ଚାଲିଥିବା ନେଇ ପର୍ଦ୍ଦାଫାସ୍‌ କରିବାକୁ ଚେଷ୍ଟା କରିଥିଲେ । ମୁମ୍ବାଇ ସହର ଏବଂ ବଲିଉଡ୍‌ ଗୋଟିଏ ମୂଦ୍ରାର ଦୁଇଟି ପାର୍ଶ୍ୱ ଭଳି ଯୋଡ଼ିହୋଇ ରହିଥିବା ବେଳେ ଏହାରି ମଧ୍ୟରେ ଶିବ ସେନା ନେତା ସଞ୍ଜୟ ରାଉତ ଓ କଙ୍ଗନାଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବାକଯୁଦ୍ଧ ।

Kangna With Sarad Pawar

ପରେ କଙ୍ଗନା ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ । ଯାହାକୁ ନାପସନ୍ଦ କରିଥିଲେ ଶିବସେନା ନେତା ସଂଜୟ ରାଉତ ।  ଏହାପରେ ମହାରାଷ୍ଟ୍ର ସରକାର ପକ୍ଷରୁ ତୀବ୍ର ପତିକ୍ରିୟା ପ୍ରକାଶ ପାଇଥିଲା । ସ୍ଥାନୀୟ ବିଏମ୍‌ସି କଙ୍ଗନାଙ୍କ କାର୍ଯ୍ୟାଳୟକୁ ବେଆଇନ୍‌ ନିର୍ମାଣ ବୋଲି ଦର୍ଶାଇ ଭାଙ୍ଗିବାକୁ ନୋଟିସ୍‌ ଦେଇଥିଲା । ନୋଟିସ ଦେବାର ୨୪ ଘଣ୍ଟା ଭିତରେ ଯଦି କଙ୍ଗନା କୌଣସି ଉତ୍ତର ନରଖନ୍ତି ତେବେ ଘର ଭଙ୍ଗାଯିବ ବୋଲି ବିଏମ୍‌ସି କହିଥିଲା । ତେବେ କଙ୍ଗନା ଟ୍ୱିଟରରେ ବାରମ୍ବାର ଟ୍ୱିଟ୍‌ କରିବା ସହ ସେ ହିମାଚଳ ପ୍ରଦେଶରୁ ମୁମ୍ବାଇ ଆସୁଥିବା ବେଳେ ତାଙ୍କ ଘର ଭାଙ୍ଗି ଦେଇଥିଲା ବିଏମ୍‌ସି । ଏହାସହ କଙ୍ଗନା ମୁମ୍ବାଇରେ ପହଞ୍ଚିବା ପରେ ତାଙ୍କୁ ଶିବସେନା ପକ୍ଷରୁ କଳାପତାକା ଦେଖାଯାଇଥିଲା ।

https://www.youtube.com/watch?v=lVE880rM1to

ଏହି ତମାମ ଘଟଣାକୁ ନେଇ ଏବେ ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କୁ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ସୋସିଆଲ ମିଡିଆରେ ମହାରାଷ୍ଟ୍ର ସରକାରଙ୍କୁ ଅନେକ ତାତ୍ସଲ୍ୟ ସହିବାକୁ ପଡ଼ୁଛି । ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯାଇଛି । ଅନ୍ୟପଟେ କଙ୍ଗନାଙ୍କ ଅଫିସ ଭାଙ୍ଗିବା ଉପରେ ରୋକ୍ ଲଗାଇଛନ୍ତି ବମ୍ବେ ହାଇକୋର୍ଟ । କଙ୍ଗନା ରହିତାଦେଶ ପାଇଁ ଅପିଲ କରିଥିଲେ ।

Leave a Reply