ଖାଲି ପାକିସ୍ତାନ ନୁହେଁ ବାଂଲାଦେଶ, ଶ୍ରୀଲଙ୍କା ଓ ତିବ୍ବତରେ ରହିଛି ଶକ୍ତିପୀଠ

Shakti Peeth Or Devi Temple In Pakistan Bangladesh Nepal Sri Lanka And Tibet

ନୂଆଦିଲ୍ଲୀ: ବିଭିନ୍ନ ଧର୍ମର ଦେଶ ଭାରତ । ସର୍ବଧର୍ମକୁ ସମ୍ମାନ ଦେଉଥିବା ଭାରତରେ ରହିଛି ମଠ, ମନ୍ଦିର, ଚର୍ଚ୍ଚ, ଗୀର୍ଜା, ମସଜିଦ୍ ସବୁ ଧର୍ମର ଧର୍ମାନୁଷ୍ଠାନ । ଯେଉଁଠି ଧର୍ମାନୁସାରେ ଲୋକ ଧର୍ମାନୁଷ୍ଠାନକୁ ଯାଇ ପୂଜାର୍ଚ୍ଚନା କରନ୍ତି, ବ୍ରତ ରଖନ୍ତି । ତେବେ, ଆମେ ଆଜି ଆପଣଙ୍କୁ ବିଦେଶରେ ଥିବା ଏମିତି କିଛି ଶକ୍ତିପୀଠ ବିଷୟ ସୂଚନା ଦେବୁ । ଯେଉଁଠି ନବରାତ୍ରୀରେ ହୁଏ ପୂଜାର୍ଚ୍ଚନା । ଶକ୍ତିପୀଠକୁ ଆସନ୍ତି ହିନ୍ଦୁଙ୍କ ସହ ମୁସଲିମ୍, ରଖନ୍ତି ବ୍ରତ ।

Shakti Peeth Or Devi Temple In Pakistan Bangladesh Nepal Sri Lanka And Tibet

ପାକିସ୍ତାନର ହିଙ୍ଗଲାଜ ମାତ୍ରା ମନ୍ଦିର ଦେବୀଙ୍କ ସିଦ୍ଧ ମନ୍ଦିର ଅଟେ । ଯେଉଁଠିକୁ ହିନ୍ଦୁଙ୍କ ବ୍ୟତୀତ ସ୍ଥାନୀୟ ମୁସଲିମ୍ ଲୋକ ବି ଆସ୍ଥା ରଖି ଆସିଥାନ୍ତି । ଏମିତି ଶକ୍ତିପୀଠ ପାକିସ୍ତାନ ବ୍ୟତୀତ ମୁସଲମାନ ବହୁଳ ଦେଶ ବାଂଲାଦେଶରେ ବି ରହିଛି । ଆମ ପଡ଼ୋଶୀ ନେପାଳ, ତିବ୍ବତ ଓ ଶ୍ରୀଲଙ୍କାରେ ମାତାଙ୍କ ମନ୍ଦିର ସହ ରହିଛି ସିଦ୍ଧ ପୀଠ । ଯେଉଁଠି ପ୍ରତିବର୍ଷ ନବରାତ୍ରରେ ଜମେ ଭକ୍ତଙ୍କ ଭିଡ଼ ।

ଶକ୍ତିପୀଠ କଣ ?

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ, ଯେଉଁଠି ଯେଉଁଠି ଭଗବାନ ଶିବଙ୍କ ପତ୍ନୀ ସତୀଙ୍କ ମୃତଶରୀରରୁ ଅଙ୍ଗ ଅବା ଅଳଙ୍କାର ଖସିଛି ସେହି ସ୍ଥାନରେ ତିଆରି ହୋଇଛି ଶକ୍ତିପୀଠ । ଏହି ଶକ୍ତିପୀଠ କେବଲ ଦେଶରେ ନୁହେଁ ପଡ଼ୋଶୀ ଦେଶରେ ବି ରହିଛି । ଦେବୀ ପୁରାଣରେ ବର୍ଣ୍ଣିତ ୫୧ ଶକ୍ତିପୀଠ ମଧ୍ୟରୁ ୮ଟି ପୀଠ ବିଦେଶରେ ରହିଛି ।

ଇନ୍ଦ୍ରାଣୀ ଶକ୍ତିପୀଠ

ଶୀଲଙ୍କରେ ଲଙ୍କା ଶକ୍ତିପୀଠ ରହିଛି । ଜାଫନା ନଲ୍ଲୁର ସ୍ଥିତ ମନ୍ଦିରରେ ଦେବୀ ସତୀଙ୍କ ପାଉଁଞ୍ଜି ଖସି ପଡ଼ିଥିଲା । ଏହି ଶକ୍ତିପୀଠକୁ ଇନ୍ଦ୍ରାଣୀ ଶକ୍ତିପୀଠ କୁହନ୍ତି । ଭଗବାନ ରାମ ଓ ଦେବରାଜ ଇନ୍ଦ୍ର ମଧ୍ୟ ଏଠାରେ ମାଆଙ୍କ ପୂଜା କରିଥିଲେ । ଶିବ ଓ ଶକ୍ତିଙ୍କ ବଡ଼ ଉପାସକ ଥିଲା ରାବଣ । ଯୁଦ୍ଧ ପୂର୍ବରୁ ରାବଣ ଏଠାରେ ଶକ୍ତି ପୂଜା କରିଥିବା ଅନେକ ମାନିଥାନ୍ତି ।

Shakti Peeth Or Devi Temple In Pakistan Bangladesh Nepal Sri Lanka And Tibet

ତିବ୍ବତର ମାନସରେ ଶକ୍ତିପୀଠ

ଏଠାରେ ଦେବୀ ସତୀଙ୍କ ବାମ ହାତର ପାପୁଲି ଖସି ପଡ଼ିଥିଲା । ମାନସରୋବର କୂଳରେ ଥିବା ଏହି ଶକ୍ତିପୀଠକୁ ବେଶ୍ ପ୍ରଭାବଶାଳୀ ମନେ କରାଯାଏ । ଏଠାରେ କେବଳ ନବରାତ୍ର ନୁହେଁ ବରଂ ବର୍ଷା ସାରା ପାଗ ଠିକ୍ ଥିବା ସମୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ତିବ୍ବତୀ ଧର୍ମଗ୍ରନ୍ଥ ‘କଙ୍ଗରୀ କରଚ୍ଛକ’ରେ ମାନସରୋବର ଦେବୀ ‘ଦୋର୍ଜେ ଫାଙ୍ଗମୋ’ଙ୍କ ନିବାସ କୁହାଯାଇଛି ।

ନେପାଳରେ ୨ଟି ଶକ୍ତିପୀଠ

ନେପାଳର କାଠମାଣ୍ଡୁରେ ରହିଛି ଗୋଟିଏ ଶକ୍ତିପୀଠ । ଯାହାକୁ ସମସ୍ତେ ଗୁଜୟେଶ୍ୱରୀ ମନ୍ଦିର ପୀଠ କୁହନ୍ତି । ମାନ୍ୟତା ଅନୁସାରେ ଏଠାରେ ଦେବୀ ସତୀଙ୍କ ୨ ଆଣ୍ଠୁ ଖସି ପଡ଼ିଥିଲା । ଏଠାର ଶକ୍ତିଙ୍କୁ ମହାଶିରା କୁହାଯାଏ । ମନ୍ଦିର ପଶୁପତିନାଥ ମନ୍ଦିର ନିକଟ ବାଗମତି ନଦୀ କୂଳରେ ତିଆରି ହୋଇଛି । ମନ୍ଦିରକୁ ୧୭୦୦ ଶତାବ୍ଦୀରେ ନେପାଳ ରାଜା ପ୍ରତାପ ମଲ୍ଲ ନିର୍ମାଣ କରିଥିଲେ । ଏହା ବାଦ୍ ନେପାଳରେ ଆଉ ଏକ ଶକ୍ତିପୀଠ ରହିଛି । ଯାହାକୁ ଗଣ୍ଡକି ଶକ୍ତିପୀଠ କୁହନ୍ତି । ଏଠାରେ ଦେବୀ ସତୀଙ୍କ ନାକର ଅଂଶ ଖସି ପଡ଼ିଥିଲା । ଏହିଠାର ଦେବୀଙ୍କୁ ଗଣ୍ଡକି କୁହାଯାଏ ।

Shakti Peeth Or Devi Temple In Pakistan Bangladesh Nepal Sri Lanka And Tibet

ବାଂଲାଦେଶରେ ୪ଟି ଶକ୍ତିପୀଠ

ସେହିଭଳି ପଡ଼ୋଶୀ ମୁସଲିମ୍ ବହୁଳ ରାଷ୍ଟ୍ର ବାଂଲାଦେଶରେ ଦେବୀଙ୍କ ୪ଟି ଶକ୍ତିପୀଠ ରହିଛି । ଗୋଟିଏ ପୀଠ ଖୁଳନା ଅଞ୍ଚଳର ସୁଗନ୍ଧ ନଦୀ କୂଳରେ ରହିଥିବା ବେଳେ ତାହାକୁ ଉଗ୍ରତାରା ଦେବୀଙ୍କ ମନ୍ଦିର କୁହାଯାଏ । ଯେଉଁଠି ଦେବୀଙ୍କ ନାକ ଖସି ପଡ଼ିଥିଲା । ଏହି ମନ୍ଦିରର ଦେବୀଙ୍କୁ ସୁନନ୍ଦା କୁହାଯାଏ ।

ବାଂଲାଦେଶର ଭବନୀପୁରର ବେଗଡ଼ାର କରତୋୟୀ ନଦୀ କୂଳରେ କରତୋୟାଘାଟ ଶକ୍ତିପୀଠ ରହିଛି । ଏଠାରେ ଦେବୀ ସତୀଙ୍କ ବାମ ପାଦର ପାଉଁଞ୍ଜି ଖସି ପଡ଼ିଥିବା ବିଶ୍ୱାସ ରହିଛି । ଏହି ମନ୍ଦିରକୁ ଅପର୍ଣ୍ଣା ଶକ୍ତିପୀଠ କୁହାଯାଏ । ଏଠାରେ ଦେବୀ ଅପର୍ଣ୍ଣା ରୂପରେ ପୂଜା ପାଉଛନ୍ତି ।

Shakti Peeth Or Devi Temple In Pakistan Bangladesh Nepal Sri Lanka And Tibet

ବାଂଲାଦେଶର ଜୈସୋର ଖୁଳନା ପ୍ରାନ୍ତରେ ଦେବୀଙ୍କ ଆଉ ଏକ ପୀଠ ରହିଛି । ଯାହାକୁ ୟଶୋରେଶ୍ୱରୀ ଶକ୍ତିପୀଠ କୁହାଯାଏ । ଯେଉଁଠାରେ ଦେବୀ ସତୀଙ୍କ ବାମ ହାତ ଖସି ପଡ଼ିଥିଲା । ଏଠାରେ କାଳୀ ପୂଜା ହୁଏ । ମହାରାଜା ପ୍ରତାପାଦିତ୍ୟ ଏହି ଶକ୍ତିପୀଠକୁ ଖୋଜି ମନ୍ଦିର ନିର୍ମାଣ କରିଥିଲେ ।

ଶକ୍ତିପୀଠ ନିକଟର ଉଷ୍ମ ପାଣିର ସ୍ରୋତ

ଆଉ ଏକ ଶକ୍ତିପୀଠ ବାଂଲାଦେଶର ଚଟଗାଓଁରେ ରହିଛି । ଯାହାକୁ ଚଟ୍ଟଳ ଭବାନୀ ଶକ୍ତିପୀଠ କୁହନ୍ତି । ବିଶ୍ୱାସ ରହିଛି ଏଠାରେ ମାତା ସତୀଙ୍କ ଡାହାଣ ହାତ ଖସି ପଡ଼ିଥିଲା । ଏଠାର ଦେବୀଙ୍କୁ ଭବାନୀ ଭାବରେ ପୂଜା କରାଯାଏ । ଏହି ମନ୍ଦିର ଉପରେ ସ୍ଥାନୀୟ ଲୋକଙ୍କ ବ୍ୟତୀତ ପୂରା ଦେଶବାସୀଙ୍କ ଆସ୍ଥା ରହିଛି । ଏଠାକୁ ମୁସଲମାନ ମଧ୍ୟ ଆସିଥାନ୍ତି । ଏହି ମନ୍ଦିର ନିକଟରେ ପ୍ରାକୃତିକ ଉଷ୍ଣ ପାଣିର ସ୍ରୋତ ରହିଛି । ଯେଉଁ ପାଣିରେ ଗାଧୋଇବା ଦ୍ୱାରା କେତେକ ପ୍ରକାରର ରୋଗ ଭଲ ହୋଇଯାଇଥାଏ । ଏଥିପାଇଁ ଏଠାକୁ ନବରାତ୍ରୀ ବ୍ୟତୀତ ବର୍ଷ ସାରା ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ ।

Leave a Reply