ଗିରଫ ହେଲେ ଯୌନ ଶୋଷଣକାରୀ ଶିକ୍ଷକ: ‘୧୦ ପରଫେକ୍ଟ ଓ୍ୱିମେନ୍’ ଉପରେ ବହି ଲେଖିବାକୁ ଚାହୁଁଥିଲେ

ଅହମ୍ମଦାବାଦ୍: କୁଖ୍ୟାତ୍ ଇନାମୀ ଶିକ୍ଷକ ଧବଲ ତ୍ରିବେଦୀଙ୍କୁ ଦିଲ୍ଲୀ ପୋଲିସର କ୍ରାଇମ୍ ବ୍ରାଞ୍ଚ ଏବଂ ଆନ୍ତରାଜ୍ୟ ସେଲର ଏକ ଟିମ୍ ଗିରଫ କରିଛି । ତାଙ୍କ ଉପରେ ସିବିଆଇ ପକ୍ଷରୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖିଥିଲା । ଶିକ୍ଷକଙ୍କୁ ହିମାଚଳର ସୋଲନ୍ ଜିଲ୍ଲାର ବଦ୍ଧି ଅଞ୍ଚଳରୁ ଗିରଫ କରାଯାଇଛି । ଗଣମାଧ୍ୟମରେ ଲଭ୍‌ଗୁରୁ ନାମରେ ପରିଚିତ ଅଭିଯୁକ୍ତ ଧବଲ (୫୦)ଙ୍କୁ ଯୌନ ଶୋଷଣ ମାମଲାରେ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଯାଇଥିଲା । ପରେ ସେ ପାରୋଲରେ ବାହାରକୁ ଆସିଥିଲେ । ଧବଲ ବହୁ ମହିଳା ଏବଂ ନାବାଳିକାଙ୍କ ଯୌନ ଶୋଷଣ କରିଛନ୍ତି । ଯେତେବେଳେ କି ୯ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଫେରାର୍‌ କରାଇଥିଲେ ।  ଏମାନଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ଥିଲେ । ତ୍ରିବେଦୀ ଅଗଷ୍ଟ ୨୦୧୮ଠାରୁ ଫେରାର୍‌ ଥିଲେ । ମୁମ୍ୱାଇ ସିବିଆଇ ତା’ ଉପରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ରଖିଥିଲା ।

ହାଇକୋର୍ଟ ଶୁଣାଇଥିଲେ ଆଜୀବନ କାରାଦଣ୍ଡ

ତେବେ ଆଶ୍ଚର୍ଯ୍ୟର କଥା ଯେ, ଧବଲଙ୍କୁ ନିଜ ଅପରାଧ ଉପରେ ତିଳେ ମାତ୍ର ପଶ୍ଚାତାପ ନାହିଁ । ସେ ପୋଲିସକୁ ନିଜ ବୟାନରେ କହିଛି ଯେ, ସେ ଏକ ବହି ଲେଖିବାକୁ ଚାହୁଁଥିଲା । ଯାହାର ଶୀର୍ଷକ ଥିଲା ‘୧୦ ପରଫେକ୍ଟ ଓ୍ୱିମେନ୍ ଇନ୍ ମାଇ ଲାଇଫ୍’ । ଗୁଜୁରାଟର ରାଜକୋଟ ପୋଲିସ ଷ୍ଟେସନରେ ପୋକ୍ସ ଆଇଡ଼୍ ଅନୁଯାୟୀ ତାଙ୍କ ନାଁରେ ରୁଜୁ ହୋଇଥିବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏବଂ ସେ ଆଜୀବନ କାରାଦଣ୍ଡରେ ସଜ୍ଜା କାଟୁଥିଲେ । କିନ୍ତୁ ପାରୋଲୋରେ ଆସି ସେ ଫେରାର୍‌ ହୋଇଯାଇଥିଲେ ।

Leave a Reply