ଲିବ୍ୟା ଆତଙ୍କବାଦୀଙ୍କ କବଳରେ ୭ ଭାରତୀୟ; ଗୃହ ବିଭାଗର ହସ୍ତକ୍ଷେପ ଲୋଡ଼ିଲେ ସମର୍କୀୟ…

ଦିଲ୍ଲୀ: ଲିବିୟାରେ ଆତଙ୍କବାଦୀଙ୍କ କବଳରେ ପଡ଼ିଛନ୍ତି ୭ ଭାରତୀୟ । ଏକ ଆତଙ୍କବାଦୀ ସଙ୍ଗଠନ ଏବେ ତାଙ୍କୁ ଅପହରଣ କରି ରଖିଛି । ପ୍ରତିବଦଳରେ  ସେମାନେ କାମ କରୁଥିବା କମ୍ପାନୀଠାରୁ ୨୦ ହଜାର ଡଲାର ଅର୍ଥରାଶି ଦାବି କରିଛି । ତେବେ ୭ଜଣଙ୍କ ମଧ୍ୟରରେ ରହିଥିବା ମୁନ୍ନା ଚୌହାନଙ୍କ ସମ୍ପର୍କୀୟଙ୍କଠାରୁ ଏହି ସୂଚନା ମିଳିଛି । ତାଙ୍କଠାରୁ ମିଳିଥିବା ଖବର ଅନୁଯାୟୀ, ମୁନ୍ନା ଚୈହାନ ଉତ୍ତରପ୍ରଦେଶର କୁଶିନଗର ଜିଲ୍ଲାର ବାସିନ୍ଦା ଅଟନ୍ତି ।

ଏନଡି ଏଣ୍ଟରପ୍ରାଇଜର୍ସ ନାମକ ଏକ ଟ୍ରାଭେଲ ଏଜେନ୍ସିର ସହାୟତାରେ ସେ ଲିବିୟାରେ ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିଲେ । ମୁନ୍ନାଙ୍କ ଭିସା ଗତ ସେପ୍ଟେମ୍ୱର ୧୩ ତାରିଖରେ ଶେଷ ହୋଇଛି । ଭିସା ନବୀକରଣରେ ସମସ୍ୟା ହେଉଥିବା ହେତୁ ସେ ଭାରତ ଫେରିବା ନେଇ ପ୍ରସ୍ତୁତ ଚଳାଇଥିଲେ । ତେବେ ଶେଷ ଥର ପାଇଁ ଲେ ସେ ସେପ୍ଟେମ୍ୱର ୧୩ ତାରିଖରେ ଘର ଲୋକଙ୍କ ସହ କଥା ହୋଇଥିଲେ । କଥା ହୋଇ ଜଣାଇଥିଲେ ସେପ୍ଟେମ୍ୱର ୧୭ ତାରିଖରେ ଲିବିୟାରୁ ଭାରତ ଫେରିବା ନେଇ ସୂଚନା ଦେଇଥିଲେ  ।

ମାତ୍ର ୧୩ ତାରିଖ ପରଠାରୁ ତାଙ୍କ ସହ ଯୋଗାଯୋଗ କରିବା ସମ୍ଭବ ହୋଇ ପାରିନଥିଲା । ଏଣୁ ସମ୍ପର୍କୀୟ ବାଧ୍ୟ ହୋଇ ଏଜେନ୍ସି ସହ ଯୋଗାଯୋଗ କରିଥିଲେ । ଯୋଗାଯୋଗ କରିବା ପରେ ଜଣାପଡ଼ିଥିଲା ଯେ, ଏକ ଆତଙ୍କବାଦୀ ସଙ୍ଗଠନ ମୁନ୍ନାଙ୍କ ସମେତ ୭ ଜଣଙ୍କୁ ଅପହରଣ କରିଛନ୍ତି ଓ ପ୍ରତିବଦଳରେ ଅର୍ଥ ଦାବି କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ କମ୍ପାନୀ ଅତଙ୍କବାଦୀଙ୍କୁ ଟଙ୍କା ପଇଠ କରିବାକୁ ପ୍ରସ୍ତୁତ ରହିଛି ।ତେବେ ସମ୍ପର୍କୀୟ ଦିଲ୍ଲୀର ପ୍ରସାଦପୁର ଥାନାରେ ମାମଲା ଦାୟର କରିଥିବା ବେଳେ ଗୃହ ବିଭାଗର ହସ୍ତକ୍ଷେପ ଦାବି କରିଛନ୍ତି ।

Leave a Reply