ନୂଆବର୍ଷରେ ଦେଶକୁ ମିଳିଲା ପ୍ରଥମ କରୋନା ଭ୍ୟାକ୍ସିନ୍, ଜାଣନ୍ତୁ କୋଭିସିଲ୍ଡକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ…

1 min read
Serum Institute Vaccine Covishield Gets DCGI Approvals

ନୂଆଦିଲ୍ଲୀ: ବ୍ରିଟେନ୍ ଓ ଆର୍ଜେଣ୍ଟିନା ପରେ ତୃତୀୟ ଦେଶ ଭାବେ ଭାରତ କୋଭିସିଲ୍ଡ ଟିକାକୁ ଅନୁମତି ଦେଇଛି । ଦେଶରେ ଜରୁରୀକାଳୀନ ଭାବେ ଅକ୍ସଫୋର୍ଡ ଏଷ୍ଟ୍ରଜେନିକା ଟିକା କୋଭିସିଲ୍ଡକୁ ଅନୁମତି ଦେଇଛି ଡିସିଜିଆଇ । ଟିକାକରଣ ଲାଗି ଆସନ୍ତାକାଲି ଦେଶବ୍ୟାପୀ ଡ୍ରାଏ ରନ୍ ହେବାକୁ ଥିବା ବେଳେ ନୂତନ ବର୍ଷର ପ୍ରଥମ ଦିନରେ ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡକୁ ଅନୁମତି ମିଳିଛି ।

Serum Institute Vaccine Covishield Gets DCGI Approvals

କେମିତି ତିଆରି ହେଉଛି କୋଭିସିଲ୍ଡ ?

ସିରମ ଇନଷ୍ଟିଚ୍ୟୁଟ୍ ଅନୁସାରେ ଭ୍ୟାକ୍ସିନ୍ ତିଆରି ହେବା ପରେ ଏହାକୁ ଛୋଟ ଶିଶିରେ ଭର୍ତ୍ତି କରାଯାଇଥାଏ । ତା’ପରେ ଏହାର ପ୍ୟାକେଜିଂ ହୋଇଥାଏ । ଭ୍ୟାକ୍ସିନକୁ ଶିଶିରେ ଭର୍ତ୍ତି କରିବା ବେଳେ ଏହାକୁ ଧ୍ୟାନରେ ରଖାଯାଏ ଯେ, ଯେମିତି ଶିଶି ମଧ୍ୟକୁ ଟିକା ଛଡା ଆଉ କିଛି ଯିବ ନାହିଁ ।

ଏଥିସହ ପଢ଼ନ୍ତୁ- ଜରୁରୀକାଳୀନ ବ୍ୟବହାର ପାଇଁ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି

କେଉଁଠି ରହିବ ଭ୍ୟାକ୍ସିନ୍ ?

ଲଜିଷ୍ଟିକ୍ କାରଣରୁ ଆରମ୍ଭରେ ଟିକା ପହଂଚିବାରେ ବିଳମ୍ବ ହେବ । ତେବେ ସବୁକିଛି ବ୍ୟବସ୍ଥିତ ହେବା ପରେ ଟିକା ସୁରୁଖୁରୁରେ ଲୋକଙ୍କ ପାଖରେ ପହଞ୍ଚିବ । ସିରମ ଇନଷ୍ଟିଚ୍ୟୁଟ୍ ସିଇଓ ଆଦର ପୁନାୱାଲାଙ୍କ ଅନୁସାରେ ଟିକାର ଡୋଜ୍ ଅନ୍ତିମ ଥର ପାଇଁ ଚେକ୍ ହେବା ପରେ ପ୍ୟାକ୍ କରି ଦିଆଯିବ । ତା’ପରେ ଏହାକୁ ବାକ୍ସରେ ବନ୍ଦ କରି ଡ୍ରାଏ ଆଇସ ସହ ରଖାଯିବ ।ଏହାପରେ ଫ୍ରିଜର ଟ୍ରକ୍ ଜରିଆରେ ଟିକାକୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ । ନିଜ ଗନ୍ତବ୍ୟସ୍ଥଳରେ ପହଂଚିବା ପରେ ଟିକାକୁ ଟ୍ରକରୁ କୋଲ୍ଡ ଷ୍ଟୋରେଜକୁ ନିଆଯିବ ।

Serum Institute Vaccine Covishield Gets DCGI Approvals

ଦାମ କେତେ ?

ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା ଭ୍ୟାକ୍ସିନ୍ ଦାମ ସରକାରୀ ଔଷଧ ଦୋକାନରୁ କିଣିଲେ ୪୪୦ ଟଙ୍କା ଦେବାକୁ ପଡ଼ିବ । ଘରୋଇ ଔଷଧ ଦୋକାନ କିମ୍ବା ମେଡିକାଲରୁ କିଣିଲେ ୭୦୦ରୁ ୮୦୦ ଟଙ୍କା ପଡ଼ିବ । ଭାରତର ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏଯାବତ୍ ୪୦ ମିଲିୟନ୍ ଡୋଜ୍ ଭ୍ୟାକ୍ସିନ୍ ପ୍ରସ୍ତୁତ କରି ସାରିଛି ।

ଏଥିସହ ପଢ଼ନ୍ତୁ- କରୋନା ଭ୍ୟାକ୍ସିନ୍ ନେଇ ବର୍ଷର ପ୍ରଥମ ଦିନରେ ଆସିପାରେ ବଡ଼ ନିଷ୍ପତ୍ତି

ଗୋଟିଏ ଶିଶିରେ ୧୦ ଡୋଜ୍

ପୁନାୱାଲାଙ୍କ ଅନୁସାରେ ଗୋଟିଏ ଶିଶିରେ ୧୦ ଡୋଜ୍ ରହିବ । ଶିଶି ଖୋଲା ଯିବାର ୪ରୁ ୫ ଘଣ୍ଟା ଭିତରେ ଏହାକୁ ବ୍ୟବହାର କରିବାକୁ ପଡିବ । ୧୦ ଡୋଜକୁ ୫ ଜଣ ବ୍ୟକ୍ତିଙ୍କୁ ଦିଆ ଯାଇ ପାରିବ । ଟିକା ଟ୍ରାଏଲ କାଳରେ କିଛି ବ୍ୟକ୍ତି ମୁଣ୍ଡବିନ୍ଧା ଓ ଜ୍ୱର ଅଭିଯୋଗ କରିଥିଲେ । ସାମାନ୍ୟ ଔଷଧ ଦ୍ୱାରା ଏହି ଲକ୍ଷଣର ଚିକିତ୍ସା ହୋଇଥିଲା । ପୁନାୱାଲାଙ୍କ ଅନୁସାରେ ଟିକାକୁ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ରଖା ଯାଇପାରିବ । ୧୦ ଦିନ ପର୍ଯ୍ୟନ୍ତ ଏହା ଖୋଲାରେ ରହିଲ ମଧ୍ୟ କିଛି ଅସୁବିଧା ନାହିଁ କିନ୍ତୁ ଆମେ ୨ରୁ ୮ ଡିଗ୍ରୀ ତାପମାତ୍ରାରେ ଟିକାକୁ ଷ୍ଟୋର କରିବାକୁ ପରାମର୍ଶ ଦେଉଛୁ ବୋଲି ପୁନାୱାଲା କହିଛନ୍ତି ।

Serum Institute Vaccine Covishield Gets DCGI Approvals

ନୂଆ ଷ୍ଟ୍ରେନ୍ ଉପରେ ମଧ୍ୟ ପ୍ରଭାବୀ କୋଭିସିଲ୍ଡ୍

ମିଡିଆ ରିପୋର୍ଟ ଅନୁସାରେ କୋଭିସିଲ୍ଡ ବ୍ରିଟେନରୁ ଆବିଷ୍କୃତ ନୂଆ ଷ୍ଟ୍ରେନ୍ ବିରୋଧରେ ମଧ୍ୟ ପ୍ରଭାବି ରହିବ ବୋଲି ପୁନାୱାଲା କହିଛନ୍ତି । ତେବେ ସେ ଲୋକଙ୍କୁ ଦୁଇ ଡୋଜ୍ ମଧ୍ୟରେ କିଛି ଅନ୍ତର ରଖିବାକୁ ଅନୁରୋଧ କରିଛନ୍ତି । ତାଙ୍କ ଅନୁସାରେ ପ୍ରଥମ ଡୋଜ ନେବାର ଦୁଇ ମାସ ପରେ ଦ୍ୱିତୀୟ ଡୋଜ୍ ନେଲେ ଅଧିକ ଲାଭ ମିଳିବ । ପୁରା ଲାଭ ପାଇଁ ଦୁଇଟି ଡୋଜ୍ ନେବାକୁ ସେ ପରାମର୍ଶ ଦେଇଛନ୍ତି ।

Leave a Reply