ଆଦର ପୁନାଓ୍ୱାଲାଙ୍କ ସମେତ ୬ ଜଣଙ୍କୁ ‘ଏସିଆନ୍‌ସ ଅଫ୍‌ ଦି ଇୟର’ ସମ୍ମାନ

ନୂଆଦିଲ୍ଲୀ: ସିଙ୍ଗାପୁରର ଦୈନିକ ‘ଦି ଷ୍ଟ୍ରେଟସ୍ ଟାଇମ୍ସ’ ଦୁନିଆର ସବୁଠାରୁ ବଡ଼ ଟିକା ନିର୍ମାତା ସଂସ୍ଥା ସିରମ୍‌ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଆଦର ପୁନାଓ୍ୱାଲାଙ୍କ ସମେତ, ୬ ଜଣଙ୍କୁ ‘ଏସିଆନ୍‌ସ ଅଫ୍‌ ଦି ଇୟର’ ସମ୍ମାନରେ ସମ୍ମାନିତ କରିବାକୁ ଘୋଷଣା କରିଛି ।

ଚଳିତବର୍ଷ କୋଭିଡ୍‌ ୧୯ ମହାମାରୀ ବିରୋଧରେ ଲଢେଇରେ ଯୋଗଦାନ ଦେଇଥିବାରୁ ୬ ଜଣଙ୍କ ନାମ ଏହି ସମ୍ମାନ ପାଇଁ ଘୋଷଣା କରାଯାଇଛି । ପୁନେସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ, ଅକ୍ସଫୋର୍ଡ ୟୁନିଭର୍ସିଟି ଓ ବ୍ରିଟେନ କମ୍ପାନି ଏଷ୍ଟୋରଜେନିକା ସହ ମିଶି କୋଭିଡ୍‌ ୧୯ ଟିକା କୋବିସିଲ୍ଡ ଭାକ୍ସିନକୁ ବିକଶିତ କରୁଛନ୍ତି ।

Adar Poonawala

ଏହି ତାଲିକାରେ ପୁନାଓ୍ୱାଲାଙ୍କ ସହ ଅନ୍ୟ ୫ ଜଣ ଅନୁସଂଧାନକାରୀଙ୍କ ନାମ ମଧ୍ୟ ରହିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଚୀନ୍‌ର ଗବେଷକ ଝାଙ୍ଗ ୟୋଙ୍ଗଝିନ୍, ଚେନ୍ ବଇ, ଜାପାନରର ଡାକ୍ତର ୟୁଇଚି ମୋରିସିତା, ସିଙ୍ଗାପୁରର ପ୍ରଫେସର ଆଇ ଇଙ୍ଗ୍‌ ଆଙ୍ଗ୍‌ ଓ ଦକ୍ଷିଣ କୋରିଆର ସିଓ ଜଙ୍ଗ ଜିନ୍ ।

Leave a Reply