ସେରମ ଇନଷ୍ଟିଚ୍ୟୁଟକୁ ସାଇଡ ଇଫେକ୍ଟ ଭୟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱକୁ ଖୁବ ଶୀଘ୍ର ଆସିବାକୁ ଯାଉଛି କରୋନା ଭ୍ୟାକ୍ସିନ । ଆସନ୍ତା ବର୍ଷ ଅର୍ଥାତ ମାସକ ମଧ୍ୟରେ ଅନେକ ଦେଶ କୋଭିଡ ଭ୍ୟାକ୍ସିନ ନେବାକୁ ପ୍ରସ୍ତୁତ ଆରମ୍ଭ କରିଦେଇଛନ୍ତି । କିନ୍ତୁ ବିଶ୍ୱର ସର୍ବବୃହତ ବା ପ୍ରତିଷ୍ଠିତ ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓଙ୍କୁ ଘାରିଛି ଅନ୍ୟ ଏକ ଭୟ । ଭ୍ୟାକ୍ସିନ ପରେ ଆଶଙ୍କାରେ ଥିବା ସାଇଡ ଇଫେକ୍ଟକୁ ନେଇ ଚିନ୍ତାରେ କମ୍ପାନୀ  ।

ଟିକା ପ୍ରସ୍ତୁତର ପକ୍ରିୟା ଅନ୍ତିମ ପର୍ଯ୍ୟାୟରେ । ଜାନୁୟାରୀରେ ଆମେରିକା ଏବଂ ବ୍ରିଟେନରେ ପ୍ରଦାନ କରାଯିବ ଟିକା । କିନ୍ତୁ କରୋନା ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଏବେ ଆଶଙ୍କା ପ୍ରକଟ କରିଛନ୍ତି ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ସିଇଓ ଆଦର ପୁନାବାଲା କହିଛନ୍ତି, ଏହାକୁ ନେଇ ନିର୍ଦ୍ଧିଷ୍ଟ ଆଇନ ଅଣାଯିବା ଉଚିତ ।

ସେ କହିଛନ୍ତି, କରୋନା ଟିକା ନେବା ପରେ ସାଇଡ ଇଫେକ୍ଟ ଦେଖାଦେବାର ସମ୍ଭାବନା ରହିଛି । ଅନେକ ଲୋକ ଏହାକୁ ନେଇ କେସ କରିପାରନ୍ତି । ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ ମାମଲା ମଧ୍ୟ ଋଜୁ ହୋଇପାରେ । ତେଣୁ ଏହାକୁ ନେଇ ଭାରତ ସରକାର ଏକ ନିର୍ଦ୍ଧିଷ୍ଟ ପ୍ରାବଧାନ ଆଣିବା ଆବଶ୍ୟକତା ରହିଛି । ଭ୍ୟାକ୍ସିନ ଆସିବା ପୂର୍ବରୁ ଭର୍ଚୁଆଲ ପ୍ୟାନେଲରେ ବୈଠକ କରିଥିଲେ ପୁନାବାଲା । ଯେଉଁଥିରେ ଭ୍ୟାକ୍ସିନ ନିର୍ମାତାଙ୍କ ପାଇଁ ଆଇନ ଅଣିବାର ପ୍ରସ୍ତାବ ଦେଉଛନ୍ତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ।

Leave a Reply