ବିକଶିତ ହେଉଛି ଆଣ୍ଟିବଡ଼ି, ଶୀତ ଦିନେ ଆହୁରି ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର :କଟକ ମହାନଗର ନିଗମ(ସିଏମସି)ରେ କରୋନା ମୁକାବିଲା କାର୍ଯ୍ୟକ୍ରମ ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ପରେ ନିକଟରେ କଟକର ସେରୋ ସର୍ଭେ କାର୍ଯ୍ୟକ୍ରମ କରାଯାଇଛି । ଏନେଇ ଆରଏମଆରସି ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ଗୁରୁବାର ସୂଚନା ଦେଇଛନ୍ତି । ଅଙ୍ଗନାବାଡି,ସ୍ୱଚ୍ଛକର୍ମୀ ଏବଂ ଆଶା କର୍ମୀମାନେ ଏହି ସର୍ଭେ କାର୍ଯ୍ୟରେ ସହଯୋଗ କରିଥିଲେ । ସେହିପରି ଆରଏମଆରସିର ୫ଟି ଟିମ୍ ମଧ୍ୟ ଏହି ସର୍ଭେରେ ସହଯୋଗ କରିଥିଲେ ।

କଟକ ସହରରରେ ୨ ପ୍ରକାରର ସେରୋ ସର୍ଭେ କରାଯାଇଥିଲା । ଗୋଟିଏ କମ୍ୟୁନିଟି ସର୍ଭେ ଏବଂ ଅନ୍ୟଟି ହାଇରିସ୍କ ଗ୍ରୁପକୁ ନେଇ କରାଯାଇଥିବା ସର୍ଭେ । ୨୫ଟି କ୍ଲଷ୍ଟରରେ ବିଭକ୍ତ କରି ଏହି କାର୍ଯ୍ୟ କରାଯାଇଥିଲା ।୨୫ଟି କ୍ଲଷ୍ଟର ଅର୍ଥାତ ୨୫ଟି ୱାର୍ଡରେ ସେରୋ ସର୍ଭେ କରାଯାଇଥିଲା । ପ୍ରତି ୱାର୍ଡରୁ ୬୦ ଘର ଏବଂ ପ୍ରତି ଘରୁ ଜଣଙ୍କୁ ସେରୋ ସର୍ଭେରେ ସାମିଲ କରାଯାଇଥିଲା । ପ୍ରତି ୱାର୍ଡରୁ ୱାର୍ଡ ଆଣ୍ଟିବଡ଼ି ସୃଷ୍ଟିର ତାରତମ୍ୟ ଲକ୍ଷ୍ୟ କରାଯାଇଥିଲା । ପ୍ରାୟ ୨୨୭୪ ନମୁନା ସଂଗ୍ରହ ହୋଇଥିଲା । ଚଳିତମାସ ୨ରୁ ୫ ପର୍ଯ୍ୟନ୍ତ ଏହି ସର୍ଭେ କରାଯାଇଥିଲା । ମହିଳା ଓ ପୁରୁଷ ଆଣ୍ଟିବଡି କ୍ଷେତ୍ରରେ ବିଶେଷ ତାରତମ୍ୟ ନାହିଁ । କୋଭିଡ ଯୋଦ୍ଧାମାନଙ୍କ କ୍ଷେତ୍ରରେ ଆଣ୍ଟିବଡି ସୃଷ୍ଟି ନେଇ ମଧ୍ୟ ସଙ୍କେତ ମିଳିଥିବା ସଂଘମିତ୍ରା ପତି କହିଛନ୍ତି । ସେହିପରି ସିଏମସି କମିଶନର ଅନନ୍ୟା ଦାସ ସମସ୍ତଙ୍କୁ ସତର୍କ ରହିବା କହିଛନ୍ତି । ଗତ ଦଶହରା ସମୟରେ ନିୟମକୁ ଭଲ ଭାବରେ ପାଳନକରାଯାଇଥିଲା । ଆଗାମୀ ଦିନରେ ଦୀପାବଳୀ ଓ ଧନଚେରସ ରହିଛି ।ଆଗକୁ ଶୀତଦିନ ପ୍ରଖର ହେବ,  ତେଣୁ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।

Leave a Reply