ସବୁ ରେକର୍ଡ ଭାଙ୍ଗି ୪୦ ହଜାର ୮ଶହ ଟପିଲା ସୂଚକାଙ୍କ

1 min read

ମୁମ୍ବାଇ : ସେୟାର ମାର୍କେଟ ପାଇଁ ଆଜିର ସୋମବାର ଥିଲା ବମ୍ପର ଡେ । ସେୟାର ମାର୍କେଟରେ ୫୩୦ ପଏଣ୍ଟ ବୃଦ୍ଧି ପାଇ ୪୦ ହଜାର ୮୮୯ରେ ବନ୍ଦ ହୋଇଛି ବଜାର। କାରବାର ଆରମ୍ଭରୁ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଦିପହରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୪୦,୯୩୧.୭୧ ସହ ଅଲ ଟାଇମ୍ ହାଇ ରେକର୍ଡ କରିଥିଲା । ଯାହା ସେନସେକ୍ସ ଇତିହାସରେ ପ୍ରଥମ ଘଟଣା । ତା ସହ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ୧୬୪.୬୦ ପଏଣ୍ଟ ସହ ୧୨,୦୭୯ରେ ବନ୍ଦ ହୋଇଥିଲା ।

ଲଗାତର ଦୁଇଦିନର ମାନ୍ଦାବସ୍ଥା ପରେ ସୋମବାର କାରବାର ସବୁଜ ସଙ୍କେତ ସହ ଖୋଲିଥିଲା । କାରବାର ଆରମ୍ଭରୁ ସବୁ ସେକ୍ଟରରେ ଜୋରଦାର ଖରିଦଦାରି ଦେଖିବାକୁ ମିଳିଥିଲା । ତେବେ ଷ୍ଟକ ମାର୍କେଟରେ ହଠାତ ଏଭଳି ବୃଦ୍ଧି ହେବାର ବିଭିନ୍ନ କାରଣ ରହିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ସେଥିମଧ୍ୟରୁ ଆମେରିକା-ଚୀନ ମଧ୍ୟରେ ଟ୍ରେଡ୍ ଡିଲର ସମ୍ଭାବନା, ବିଶ୍ୱ ବଜାରରୁ କାରବାରର ସକରାତ୍ମକ ସଙ୍କେତ ସହ ସବୁ ସେକ୍ଟରରେ ଭଲ କିଣାବିକା ପାଇଁ ସେନସେକ୍ସ ସବର୍କାଳୀନ ରେକର୍ଡ କରିବାରେ ସକ୍ଷମ ହୋଇଛି ।

ତେବେ ଏହି ସପ୍ତାହ ପାଇଁ ନିବେଶକଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡିବ । ମହାରାଷ୍ଟ୍ର ରାଜନୈତିକ ହାଲଚାଲ ଉପରେ ରହିବ ସବୁଠାରୁ ବେଶି ଧ୍ୟାନ । ଏ ସବୁ ପରେ ମଧ୍ୟ ଏହି ସପ୍ତାହରେ ସେୟାର ବଜାରର ଏହି ବୃଦ୍ଧି ଜାରି ରହିପାରେ । ତେବେ ବିଶେଷକରି ବ୍ୟାକିଂ କ୍ଷେତ୍ରରେ ବଡ଼ ନିବେଶ ଦେଖିବାକୁ ମିଳିଥିଲା । ଆକ୍ସିସ ବ୍ୟାଙ୍କ, ଏଚଡିଏଫସି ଓ ରିଲାଏନ୍ସ ଗ୍ରୁପ୍ ଭଲ ନିବେଶ କରିଛନ୍ତି ।

Leave a Reply