୩ IPS ଅଧିକାରୀଙ୍କୁ ପଦୋନ୍ନତି, ବୋଥ୍ରାଙ୍କୁ ମିଳିଲା ADG ପାହ୍ୟା

ଭୁବନେଶ୍ୱର: ଆଇପିଏସ ଅରୁଣ ବୋଥ୍ରାଙ୍କୁ ପଦୋନ୍ନତି ମିଳିଛି । ତାଙ୍କ ସହ ୧୯୯୬ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସଞ୍ଜୟ କୁମାର ସିଂହଙ୍କୁ ମଧ୍ୟ ରାଜ୍ୟ ସରକାର ଏଡିଜି ପାହ୍ୟାକୁ ପଦୋନ୍ନତି କରିଛନ୍ତି । ସେହିପରି କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ସୁନୀତା କକ୍‌ରନ୍‌ଙ୍କୁ ମଧ୍ୟ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି କରାଯାଇଛି । ଆଗାମୀ ଜାନୁଆରୀ ପହିଲାରୁ ଏହି ପଦୋନ୍ନତି ଲାଗୁ ହେବ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଏନେଇ ଆବଶ୍ୟକ ବିଜ୍ଞପ୍ତି ଆଜି ଜାରି କରିଛନ୍ତି ।

ଶ୍ରୀ ବୋଥ୍ରା ନିକଟରେ ନୟାଗଡ଼ ଯଦୁପୁର ପରୀ ହତ୍ୟା ଘଟଣାର ତଦନ୍ତ କରିଥିଲେ । ଏସଆଇଟି ଗଠନର ଦୁଇ ସପ୍ତାହ ମଧ୍ୟରେ ଅରୁଣ ବୋଥ୍ରା ଅଭିୁଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ । ପୂର୍ବରୁ ମଧ୍ୟ ଅନେକ ଚର୍ଚ୍ଚିତ ଘଟଣାରେ ସରକାରଙ୍କ ସଙ୍କଟ ମୋଚକ ସାଜିଛନ୍ତି ବୋଥ୍ରା  ।

ପୁଞ୍ଜିଲାଲ୍ ପାର୍ସଲ ବୋମାଠାରୁ ସାରଥି ପର୍ଯ୍ୟନ୍ତ, ଅରୁଣ ବୋଥ୍ରାଙ୍କ ତଦନ୍ତ ତରିକା ଥିଲା ଭିନ୍ନ। କେବଳ ଓଡ଼ିଶା ପୋଲିସ୍ ନୁହେଁ, ପୂର୍ବରୁ ସିବିଆଇରେ ପାଞ୍ଚବର୍ଷ ଧରି କାମ କରି ସଫଳତା ଅର୍ଜନ କରିଛନ୍ତି ଅରୁଣ ବୋଥ୍ରା ।

Leave a Reply