୧୫ ନେତାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ

ଭୁବନେଶ୍ୱର: ବିଜେଡି ନେତାଙ୍କୁ ରାଜ୍ୟ ବିକାଶର ନୂଆ ଦାୟିତ୍ୱ । ୧୫ ଜଣଙ୍କ ନେତାଙ୍କୁ ସମ୍ପାଦକ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବରିଷ୍ଠ ସାଧାରଣ ସମ୍ପାଦକଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ୯ ଜଣ ଉପ ସଭାପତିଙ୍କୁ ମିଳିଥିଲା ସ୍ୱତନ୍ତ୍ର ଦାୟିତ୍ୱ । ନୂଆ ଟିମରେ ଡ. ନୃସିଂହ ସାହୁଙ୍କୁ ଆଞ୍ଚଳିକ ବିକାଶ ଦାୟିତ୍ୱ ଦିଆଯାଇଛି । ସାମାଜିକ ବିକାଶ ଦାୟିତ୍ୱରେ ଅଶୋକ ପଣ୍ଡା, କଳିକେଶ ସିଂ ଦେଓ ଅଛନ୍ତି । ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ମଧ୍ୟ ସାମାଜିକ ବିକାଶ ଦାୟିତ୍ୱ ମିଳିଛି ।

ସେହିପରି ଡ. ଅରୁଣ ସାହୁ ଓ ରୋହିତ ପୂଜାରୀଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ଦାୟିତ୍ୱ ମିଳିଛି । ଅତନୁ ସବ୍ୟସାଚୀ ନାୟକଙ୍କୁ ‘ଓଡ଼ିଶା ମୋ ପରିବାର’ ଦାୟିତ୍ୱ ଏବଂ ପରିବେଶ ଦାୟିତ୍ୱରେ ରବି ନନ୍ଦ ଓ ରାଜେନ୍ଦ୍ର ଢୋଲକିଆଙ୍କୁ ଦିଆଯାଇଛି ।  ‘ସଶକ୍ତ ଓଡ଼ିଶା’ ଦାୟିତ୍ୱରେ ନବ ଦାସ ଓ ପ୍ରତାପ ଜେନା ରହିବେ । ଆଦିବାସୀ ଓ ସଂଖ୍ୟାଲଘୁ ବିକାଶ ଦାୟିତ୍ୱରେ ଅଛନ୍ତି ରମେଶ ମାଝୀ ।  ସରୋଜିନୀ ହେମ୍ବ୍ରମଙ୍କୁ ମଧ୍ୟ ଆଦିବାସୀ ଓ ସଂଖ୍ୟାଲଘୁ ବିକାଶ ଦାୟିତ୍ୱ ମିଳିଛି । ସେହିପରି ଶଶିଭୂଷଣ ବେହେରା ଓ ସୁମିତ୍ରା ଜେନାଙ୍କୁ ମହିଳା ସଶକ୍ତିକରଣ ଓ ଅନୁସୂଚିତ ଜାତି ବିକାଶ ଦାୟିତ୍ୱ ପ୍ରଦାନ କରାଯାଇଛି  ।

Leave a Reply