ମୋବାଇଲ୍ ମୋହ ନେଉଛି ଜୀବନ; ବୌଦ୍ଧରେ ଭାସିଗଲ ନାବାଳକ, ଇବରେ ଯୁବତୀ ନିଖୋଜ

1 min read
Selfie Killed Minor In Boudh, Youth Missing In Kanakund Rourkela

ବୌଦ୍ଧ/ରାଉରକେଲା: ମହଙ୍ଗା ପଡ଼ୁଛି ମୋବାଇଲରେ ସେଲଫି । ଅକାଳରେ ଝରି ପଡ଼ୁଛି ଅମୂଲ୍ୟ ଜୀବନ । ଗୋଟିଏ ଦିନରେ ୨ଟି ସ୍ଥାନରେ ସମାନ ଘଟିଛି । ସେଲଫି ନେବାବେଳେ ବୌଦ୍ଧରେ ନାବାଳକ ଝରଣା ସ୍ରୋତରେ ଭାସି ଯାଇଥିବାବେଳେ ସୁନ୍ଦରଗଡ଼ ଇବ୍ ନଦୀର କନାକୁଣ୍ଡରେ ନିଖୋଜ ହୋଇଯାଇଛନ୍ତି ଯୁବତୀ । ଉଭୟଙ୍କ କାରଣ ଗୋଟିଏ- ମୋବାଇଲ୍ ସେଲଫି ।

Selfie Killed Minor In Boudh, Youth Missing In Kanakund Rourkela

ବୌଦ୍ଧ ପୁରୁଣା କଟକ କୁମ୍ଭୀଝର ଜଳପ୍ରପାତରେ ପାହାଡ଼ ଉପର ଝରଣା ସ୍ରୋତରୁ ସେଲ୍‌ଫି ନେବାବେଳେ ନାବାଳକଙ୍କ ଗୋଡ଼ ଖସି ଯାଇଥିଲା । ପାହାଡ଼ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ । କନ୍ଧମାଳ ଖଜୁରୀପଡ଼ା ଅଗ୍ନିଶମ ବାହିନୀ ନାବାଳକଙ୍କୁ ଉଦ୍ଧାର କରି ଅଡେଣିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ବୌଦ୍ଧ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ନାବାଳକ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଞ୍ଚଳଳର ଜ୍ୟୋତିସ୍ମାନ ନାଏକ ।

Selfie Killed Minor In Boudh, Youth Missing In Kanakund Rourkela

ସେହିଭଳି ସେଲଫି ନେବା ବେଳେ ନଦୀରେ ପଡ଼ି ଯୁବତୀ ନିଖୋଜ ହୋଇ ଯାଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଇବ୍ ନଦୀର କନାକୁଣ୍ଡରେ ଏ ଘଟଣା ଘଟିଛି । ପଥର ଉପରେ ସେଲଫି ନେଉଥିବା ବେଳେ ଗୋଡ଼ ଖସି ନଦୀରେ ପଡିଯାଇଥିଲେ ଯୁବତୀ । ଖବର ପାଇ ପୋଲିସ୍ ଓ ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ମିଳିନି । ରାଜଗାଙ୍ଗପୁର ଅଞ୍ଚଳର ୧୪ ଜଣ ସାଙ୍ଗ ହୋଇ ଭୋଜି କରିବାକୁ କନାକୁଣ୍ଡ ନିକଟକୁ ଆସିଥିଲେ । ଭୋଜି ଚାଲିଥିବା ବେଳେ ନଦୀ ନିକଟ ପଥର ଉପରେ ସେଲଫି ନେବାକୁ ଯାଇଥିଲେ ଯୁବତୀ । ତେବେ ଅସାବଧାନତା କାରଣରୁ ତାଙ୍କର ଗୋଡ଼ ଖସିଯିବାରୁ ସେ ନଦୀରେ ପଡିଯାଇଥିଲେ । ନଦୀରେ ପ୍ରଖର ସ୍ରୋତ ଥିବାରୁ ତାଙ୍କୁ ଭସାଇ ନେଇଥିବା ପରିବାର ଲୋକେ କହିଛନ୍ତି ।

Leave a Reply