ମିକ୍ସର ଖାଉଛନ୍ତି କି ? ଦେଖନ୍ତୁ କିଭଳି ପରିବେଶରେ ହେଉଛି ତିଆରି…

1 min read

କଣ୍ଟାବାଞ୍ଜି: ରାଜ୍ୟ ସାରା ବ୍ୟାପିଗଲାଣି ନକଲି ଖାଦ୍ୟ ସାମଗ୍ରୀ କାରବାର । ଖାଲି କଟକ କିମ୍ବା ଯାଜପୁର ନୁହେଁ ଉପକୂଳରୁ ଉପାନ୍ତ ଏବେ ପଶ୍ଚିମ ଓଡ଼ିଶା । ସବୁଠି ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେଉଛି । ଏକଥା ଆମେ କହୁନୁ ବରଂ ପ୍ରଶାସନର ରାତିଅଧିଆ ରେଡରୁ ଜଣାପଡ଼ିଛି । କଟକରେ ନକଲି ଅପମିଶ୍ରିତ ତେଲ, ଘିଅ, ମସଲା ସୋୟା ବଡ଼ି ଠାବ ହେବା ପରେ ଯାଜପୁରରୁ ମିଳିଥିଲା ଅପମିଶ୍ରିତ ସସ୍ । ଅଚାନକ ରେଡ୍ ବେଳେ ଆଜି ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜିରୁ ଅପମିଶ୍ରିତ ଖାଇବା ତେଲ ସହ ମିକ୍ସଚର ମିଳିଛି ।

See How Mixture And Edible Oil Prepared In Kantabanji Of Bolangir

ସବୁଠୁ ବଡ଼ କଥା ହେଉଛି ଖାଦ୍ୟସାମଗ୍ରୀ ପ୍ରସ୍ତୁତ ହେଉଥିବା ସ୍ଥାନର ପରିବେଶ ସଫାସୁତୁରା ରହିବା । କିନ୍ତୁ, କଣ୍ଟାବାଞ୍ଜି ପୋଲିସ ଓ ଜିଲ୍ଲା ଖାଉଟି ଖାଦ୍ୟ ସୁରକ୍ଷା ଅଧିକାରୀ ଏବଂ ଓଜନ ମାପଦଣ୍ଡ ବିଭାଗର ମିଳିତ ରେଡ୍ ପରେ ଅସଲ ଚିତ୍ର ସାମନାକୁ ଆସିଛି । ଲୋକଙ୍କ ସ୍ୱାସ୍ଥ୍ୟକୁ ଧୋକା ଦେଇ ସମ୍ପୂର୍ଣ୍ଣ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଚାଲିଛି ମିକ୍ସଚର ପ୍ୟାକେଜିଂ ।

See How Mixture And Edible Oil Prepared In Kantabanji Of Bolangir

ଛାଣୁଥିବା କର୍ମଚାରୀ କିମ୍ବା ପ୍ୟାକେଜିଂ କରୁଥିବା ବ୍ୟକ୍ତି କାହାରି ପାଖରେ ନାହିଁ ସୁରକ୍ଷା ଉପକରଣ । ମୁହଁରେ ନା ମାସ୍କ ଅଛି ନା ମୁଣ୍ଡରେ କ୍ୟାପ୍ (Chefs Hat)। ହାତରେ ବି ଗ୍ଲୋଭସ୍ ନାହିଁ । ଏଭଳି ସ୍ଥିତିରେ ଚାଲିଛି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ମିକ୍ସଚର ପ୍ୟାକେଜିଂ । ଯାହାକୁ ପିଲାଠୁ ବୁଢ଼ା ସମସ୍ତେ ରାତି ପାଇଲେ ଖାଆନ୍ତି ।

See How Mixture And Edible Oil Prepared In Kantabanji Of Bolangir

କଣ୍ଟାବାଞ୍ଜି ସହରରେ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଲି ମିକ୍ସଚର ପ୍ୟାକେଜିଂ ହେଉଛି ତାହା ନୁହେଁ । ଗ୍ରାହକଙ୍କ ଖାଇବା ଥାଳିରେ ବିଷ ଭରୁଛନ୍ତି ଅସାଧୁ ବ୍ୟବସାୟୀ । ବାହାରୁ ତେଲ ଆମଦାନୀ କରିବା ପରେ ୪ରୁ ୫ଟି ସ୍ଥାନୀୟ କମ୍ପାନୀର ଲେବଲ ଲଗାଇ ବିକ୍ରି କରୁଛନ୍ତି । ରେଡ୍ ବେଳେ ପ୍ରଶାସନ ହାତରେ ଏନେଇ ପ୍ରମାଣ ଲାଗିଛି ।

See How Mixture And Edible Oil Prepared In Kantabanji Of Bolangir

କଣ୍ଟାବାଞ୍ଜିର ଲକ୍ଷ୍ମୀ ଷ୍ଟୋର, ଭାରତ ସେଲକ ଗୋଦାମରେ ଚାଲିଛି ଏଭଳି ଦୋ ନମ୍ବରି କାରବାର । ବ୍ରାଣ୍ଡ ଗୋଟିଏ କିନ୍ତୁ ଖୋଲି ପ୍ୟାକିଂ ପରେ ବଦଳି ଯାଉଛି ନାଁ । ଅପମିଶ୍ରିତ ତେଲକୁ ବଜାରରେ ରାନି ଗୋଲ୍ଡ, ପାୟଲ, ଭବାନୀ, ମହାରାଜା ଆଦି ନାଁରେ ବିକ୍ରି କରାଯାଉଛି । ସବୁଠୁ ଗ୍ରାହକଙ୍କ ବିଶ୍ୱାସର ଖାଦ୍ୟରେ ଦିଆଯାଉଛି ବିଷ ।

Leave a Reply