ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ; ଜଣେ ଗିରଫ

1 min read

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। ପାକିସ୍ତାନ ସୀମା ଡେଇଁ ଶୋପିଆନ୍ ଅଭିମୁଖେ ଯାଉଥିବା ୩ ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ଏନେଇ ଜମ୍ମୁ-କାଶ୍ମୀର ଆଇଜିପି ମୁକେଶ ସିଂ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ ଶୋପିଆନ୍ ଏବଂ ପୁଞ୍ଚ ଜିଲ୍ଲାକୁ ସଂଯୋଗ କରୁଥିବା ମୋଗଲ ରୋଡ୍‌ରେ ଥିବା ଚାଟା-ପାନି ଅଞ୍ଚଳରେ ଏହି ତିନି ଜଣ ଆତଙ୍କବାଦୀ ଫସି ରହିଥିଲେ। ଗୋଟିଏ ଦିନ ପୂର୍ବରୁ ପୋଲିସ ସେଠାରେ ପହଞ୍ଚିଥିଲେ ବି ତୁଷାରପାତ ଯୋଗୁଁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇପାରି ନଥିଲା ।

ତେବେ ରବିବାର ବିଳମ୍ବିତ ରାତିରେ ସର୍ଚ୍ଚ ଅପରେଶନ ବେଳେ ପୋଲିସ ସେମାନଙ୍କୁ ଆତ୍ମ ସମର୍ପଣ କରିବାକୁ କହିଥିଲା । ହେଲେ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଯାହାର ଜବାବରେ ସୁରକ୍ଷାକର୍ମୀ ମାନେ ପାଲଟା ଗୁଳି ଚାଳନା କରିଥିଲା ।

ଏଥିରେ ୨ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ସେମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଜଣେ ଆତଙ୍କବାଦୀକୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି ।

ତେବେ ୩ ଜଣଙ୍କ ମଧ୍ୟରୁ ୨ ଜଣ ପାକିସ୍ତାନୀ ହୋଇଥିବା ବେଳେ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି ।

Leave a Reply