ପ୍ରିୟଙ୍କା ଗାନ୍ଧିଙ୍କ ସହ ସେଲଫି ନେବାକୁ ଘରକୁ ପଶିଗଲେ ଅଜଣା ଯୁବକ

ନୂଆଦିଲ୍ଲୀ : କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍ଗା ଗାନ୍ଧିଙ୍କ ସୁରକ୍ଷା ଭଙ୍ଗ ନେଇ ସାଂଘାତିକ ଅଭିଯୋଗ । ଗତ ସପ୍ତାହରେ ତାଙ୍କର ବିନା ଅନୁମତିରେ ଜଣେ ବ୍ୟକ୍ତି ଲୋଧି ଇଷ୍ଟେଟ୍ ସ୍ଥିତ ତାଙ୍କ ବାସଭବନକୁ ପଶିଯାଇଥିବା ଅଭିଯୋଗ ହୋଇଛି । ବ୍ୟକ୍ତି ଜଣଙ୍କ ପ୍ରିୟଙ୍କାଙ୍କ ସହ ସେଲଫି ସେବାକୁ ଘରକୁ ଯାଇଥିବା ଜଣାପଡ଼ିଥିଲା ।

ପ୍ରିୟଙ୍କା ଗାନ୍ଧିଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ, ନଭେମ୍ୱର ୨୫ ତାରିଖରେ ଏକ କାର୍ ପ୍ରିୟଙ୍କାଙ୍କ ଗାର୍ଡେନ ଏରିଆ ମଧ୍ୟକୁ ପ୍ରବେଶ କରିଯାଇଥିଲା । ଏଥିରେ ଜଣେ ମହିଳାଙ୍କ ସମେତ ୫ ଜଣ ବ୍ୟକ୍ତି ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କହୁଥିଲା ଯେ, ସେମାନେ ଉତ୍ତର ପ୍ରଦେଶରୁ ଆସିଛନ୍ତି । ପ୍ରିୟଙ୍ଗା ଗାନ୍ଧିଙ୍କ ସହ ସେଲଫି ନେବାକୁ ସେମାନେ ଏତେ ବାଟକୁ ଆସିଥିବା କହିଥିଲେ ।

ତେବେ ସେ ଲୋକଙ୍କୁ ସାକ୍ଷାତ କରିବାକୁ ପ୍ରିୟଙ୍କା ନା ପୂର୍ବରୁ ଅନୁମତି ଦେଇଥିଲେ ନା ସେମାନେ ମଧ୍ୟ ଉପଯୁକ୍ତ ଆବେଦନ କରି ଆସିଥିଲେ । ଏ ସଂପର୍କରେ ସିଆରପିଏଫ୍ ଅଧିକାରୀଙ୍କୁ ମଧ୍ୟ କୌଣସି ସୂଚନା ଦିଆଯାଇନଥିଲା ।

କିଛିଦିନ ତଳେ ପୂର୍ବରୁ ପାଇଆସୁଥିବା ଏସପିଜି ସୁରକ୍ଷାକୁ ହଟାଇ ଗାନ୍ଧି ପରିବାରକୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯିବାକୁ ନିଷ୍ପତ୍ତି ନେଇଥିଲା ଗୃହ ମନ୍ତ୍ରାଳୟ । ପ୍ରଧାନମନ୍ତ୍ରୀଙ୍କୁ ଏସପିଜି ସୁରକ୍ଷା ପ୍ରଦାନ କରାଯାଉଛି ।

Leave a Reply