ଖାସ୍ ଜାଗର ପାଇଁ: ମାର୍ଚ୍ଚ୧୦ ରୁ ୧୨ ଯାଏଁ ଆଖଣ୍ଡଳମଣିଙ୍କ ପୀଠରେ ୧୪୪ ଧାରା

1 min read

ଆରଡ଼ି: ରାଜ୍ଯର ଅନ୍ଯତମ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ କଟକଣା ମଧ୍ୟରେ ହେବ  ଜାଗର ଯାତ୍ରା । ଏ ନେଇ କଟକଣା  ଜାରି କରିଛି ଜିଲାପ୍ରଶାସନ। ଜାଗରଯାତ୍ରାରେ ହେବାକୁ ଥିବା ସମସ୍ତ ନୀତିକାନ୍ତି ପରମ୍ପରା ଅନୁଯାୟୀ କରାଯିବା ସହ ଚଳିତବର୍ଷ କୋଭିଡ ନିୟମ ପାଳନ କରି ସେବାୟତମାନେ ନୀତିକାନ୍ତି ସମ୍ପନ୍ନ କରିବାକୁ ଜାଗରଯାତ୍ରାର ଅଧ୍ଯକ୍ଷ ତଥା ଭଦ୍ରକ ଜିଲାପାଳ ଡ. ଜ୍ଞାନ ଦାସ ଜଣାଇଛନ୍ତି। ଏଥିପାଇଁ ଆସନ୍ତା  ମାର୍ଚ୍ଚ ୧୦ ବୁଧବାର ସକାଳ ୭ରୁ ଶୁକ୍ରବାର  ସକାଳ ୭ଟା ଯାଏଁ ଅର୍ଥାତ ୨ଦିନଯାଏଁ ପୀଠରେ  ୧୪୪ ଧାରା ବଳବତ୍ତର ରହିବ ବୋଲି ଜିଲାପାଳ ଶ୍ରୀ ଦାସ ଏକ ଚିଠି ମାଧ୍ଯମରେ ଜଣାଇଛନ୍ତି।

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଜାଗର ଯାତ୍ରI ପାଇଁ ମନ୍ଦିର ପରିସରରେ ନୀତିକାନ୍ତି ସହ ପୂଜାର୍ଚ୍ଚନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହେବା ସହ,ଜାଗର ଯାତ୍ରା ସମୟରେ ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ଉପରେ ରୋକ ଲଗାଇଛି ପ୍ରଶାସନ।  କେବଳ ସେବକ ମାନଙ୍କ ଦ୍ୱାରା ପୂଜାର୍ଚ୍ଚନା ସହ ସମସ୍ତ ସେବାକାର୍ଯ୍ୟ ସମ୍ପର୍ଣ୍ଣ ହେବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି କୋଭିଡ କଟକଣା ଅନୁଯାୟୀ ସମସ୍ତ ସେବାୟତ ମାକ୍ସ ପରିଧ୍ଯାନ କରିବା ସହିତ ସାମାଜିକ ଦୂରତା ରକ୍ଷାକରିବା ପାଇଁ ପତ୍ରରେ ଉଲେଖ୍ଯ କରାଯାଇଛି। ମଣିବାବାଙ୍କ ମନ୍ଦିରର ପରମ୍ପରା ଅନୁଯାୟୀ  ମନ୍ଦିର ଚୂଡାକୁ ମହାଦୀପ ଭୋର ୪ଟା୩୦ରେ ଉଠିବ।

Leave a Reply