ଚାଲିଥିଲା ତୃତୀୟ ବିବାହ, ପହଞ୍ଚିଗଲେ ଦ୍ୱିତୀୟ ସ୍ତ୍ରୀ । ତା’ପରେ କଣ ହେଲା…

1 min read

ଯାଜପୁର: ବେଦୀରେ ବର ହେଲା ହଟହଟା । ସ୍ୱାମୀର ବାହାଘର ରୋକିବାକୁ ପହଞ୍ଚିଲା ସ୍ତ୍ରୀ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପାଣିକୋଇଲିର ଇମ୍ରାନ ଖାନ ବିବାହ କଲା ବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି । ବିବାହକୁ ବିରୋଧ କରିଛନ୍ତି ଖୋଦ୍ ଇମ୍ରାନଙ୍କ ସ୍ତ୍ରୀ ସବିନା ।ସୂଚନା ଅନୁସାରେ, ଇମ୍ରାନ ତୃତୀୟ ବିବାହ କରୁଥିବା ଖବର ପାଇ ପହଞ୍ଚିଥିଲେ ଦ୍ୱିତୀୟ ସ୍ତ୍ରୀ ସବିନା । ତଲାକ୍ ନଦେଇ ବିବାହ କରୁଥିବାରୁ ବେଦୀରେ ବିବାହକୁ ଯୋରଦାର ବିରୋଧ କରିଥିଲେ । ଏହାପରେ ଇମ୍ରାନଙ୍କ ଭାଇ ସବିନାଙ୍କୁ ମାଡ଼ ମାରି ସେଠାରୁ ତଡ଼ିଦେଇଥିବା ନେଇ କୋରାଇ ଥାନାରେ ସବିନା ଏତଲା ଦେଇଛନ୍ତି । ଏତଲା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନ ନେବାରୁ ସେ ଏସପିଙ୍କୁ ଭେଟିଛନ୍ତି ।୨୦୧୭ ଫେବ୍ରୁଆରୀ ମାସରେ ସବିନା ପାଣିକୋଇଲିର ଇମ୍ରାନଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତେବେ, ବିବାହର ୧୫ ଦିନ ପରେ ବିଦେଶ ଚାଲି ଯାଇଥିଲେ ଇମ୍ରାନ । ଯାହାପରେ ତାଙ୍କ ଉପରେ ଯୌତୁକ ପାଇଁ ଶ୍ୱଶୁର ଘର ଲୋକ ଚାପ ପକାଇଥିବା ଅଭିଯୋଗ କରିଛନ୍ତି । ଫଳରେ ସବିନା ଶାଶୁଘର ଛାଡ଼ିବା ସହ ଏନେଇ ମଙ୍ଗଳପୁର ଥାନାରେ ଅଭିଯୋଗ କରିଥିଲେ ହେଁ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନେଇ ନଥିବା କହିଛନ୍ତି ।

ଏବେ ପୁଣି ଇମ୍ରାନ ତଲାକ୍ ନଦେଇ ତୃତୀୟ ବିବାହ କରିଥିବାରୁ ସବିନା ପୋଲିସକୁ ନ୍ୟାୟ ଭିକ୍ଷା କରିଛନ୍ତି । ତେବେ, ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । ')}

Leave a Reply