ସିସୋର ମାମଲା, ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍

1 min read
Seashore Chit Fund Case, CBI Raid in Ex Tourist Minister Debi Mishra House

ଭୁବନେଶ୍ୱର: ପୁଣି ଫେରିଲା ସିବିଆଇ । ଚିଟଫଣ୍ଡ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ରେଡ୍ କରିଛି । ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଘରେ ସିବିଆଇ ଟିମ୍ ଚଢ଼ାଉ କରିଛି । ଦେବୀ ମିଶ୍ରଙ୍କ ୟୁନିଟ୍-୧ ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ ଜାରି ରଖିଛି ସିବିଆଇ । ଏଥିସହ ଦେବୀ ମିଶ୍ରଙ୍କ ପୈତୃକ ବାସଭବନ କଟକ ଜିଲ୍ଲା ନରସିଂହପୁର ଥାନା ଡମକଟା ଘରେ ସିବିଆଇର ୭ ଜଣିଆ ଟିମ୍ ମଧ୍ୟ ରେଡ୍ କରିଛି ।

Seashore Chit Fund Case, CBI Raid in Ex Tourist Minister Debi Mishra House

ଦେବୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବାବେଳେ ସିସୋର କମ୍ପାନୀକୁ ବୋଟିଂ ପାଇଁ ଘାଟେଶ୍ୱର ଘାଟକୁ  ଲିଜ୍ ଦିଆଯାଇଥିଲା । ନୌବିହାର ବୋଟିଂ ପ୍ରକଳ୍ପ ପାଇଁ ଘଟେଶ୍ୱର ଘାଟକୁ ସିସୋର କମ୍ପାନୀକୁ ଲିଜ୍ ଦିଆଯିବାରେ ଜାଲିଆତି ହୋଇଥିବା ସେତେବେଳେ  ଅଭିଯୋଗ ହୋଇଥିଲା । ଏହି ମାମଲାରେ ସିବିଆଇ ଆଜି ସକାଳ ୮ଟାରୁ ଦେବୀ ମିଶ୍ରଙ୍କ ବାସଭବନରେ ରେଡ୍ କରିଛି ।

Seashore Chit Fund Case, CBI Raid in Ex Tourist Minister Debi Mishra House

୨୦୧୩ ମସିହାରୁ ସିବିଆଇ ସିସୋର ଚିଟଫଣ୍ଡ ମାମଲାର ତଦନ୍ତ କରୁଛି । ଦେବୀ ମିଶ୍ର ଆଇସୋଲେସନରେ ଥିବାବେଳେ ସିବିଆଇର ୬ ଜଣିଆ ଟିମ୍ ଫେସ୍ ମାସ୍କ, ଫେସ୍ ସିଲ୍ଡ ପିନ୍ଧି ଚଢ଼ାଇ କରିଛନ୍ତି । ତେବେ ରେଡ୍ ପରେ ସିବିଆଇ ଗଣମାଧ୍ୟମକୁ ରେଡ୍ ନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ । ଅନ୍ୟପଟେ ସିବିଆଇ ରେଡ୍ ପରେ ଦେବୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ସେ ତଦନ୍ତରେ ସହଯୋଗ କରୁଛନ୍ତି ।

Leave a Reply