କିଏ ଏହି ନେପାଳୀ ସୁନ୍ଦରୀ,ଯାହାଙ୍କ ଫେସବୁକ୍ ପ୍ରୋଫାଇଲ ଘାଣ୍ଟୁଛି ୟୁପି ପୋଲିସ ?

1 min read
Commercial Surrogacy Gang Leader Identified

ଆଗ୍ରା:  ସରୋଗାସି ନାଁରେ ପିଲା ବିକ୍ରି କରୁଥିବା ଗ୍ୟାଙ୍ଗର ମୁଖ୍ୟକୁ ୟୁପି ପୋଲିସ ଶେଷରେ ଚିହ୍ନି ପାରିଛି ।  ବହୁଦିନର କସରତ ପରେ ଅଗ୍ରା ପୋଲିସ ନେପାଳର ଜଣେ ମହିଳାଙ୍କୁ ମାଷ୍ଟର ମାଇଣ୍ଡ୍ ଭାବେ ଚିହ୍ନଟ କରିଛି । ସେହି ମହିଳାଙ୍କ ନାମ ହେଉଛି ଅସ୍ମିତା ।  ଫେସବୁକ ମାଧ୍ୟମରେ ଅସ୍ମିତାଙ୍କ ପରିଚୟ ମିଳିଛି ଏବଂ ତାଙ୍କ ପ୍ରୋଫାଇଲ ମାଧ୍ୟମରେ ତାଙ୍କ ଉପରେ ନଜର ରଖାଯାଇଛି । ସେ ନେପାଳର କେଉଁ ଜିଲ୍ଲାରେ ରହୁଛନ୍ତି, ସେନେଇ ତଦନ୍ତ କରାଯାଉଛି । ଅସ୍ମିତାଙ୍କ ସହ ଜଣେ ଭାରତୀୟ ମହିଳା ନିଲମଙ୍କର ସମ୍ପର୍କ ଥିଲା । ନିଲମ ଦିଲ୍ଲୀ ଏବଂ ଫରିଦାବାଦ ଚିକିତ୍ସକ ସହ ସମ୍ପର୍କ ରଖି ମହିଳାଙ୍କୁ ସରୋଗେଟ୍ ମଦର ହେବାକୁ କହୁଥିଲା । ଏହି ଡାକ୍ତାର ମାନଙ୍କ ବିଷୟରେ ପୋଲିସ ସୂଚନା ସଂଗ୍ରହ କରୁଛି ।

Ashmita Nepal   ଜୁନ୍ ୧୯ ରେ, ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ପୋଲିସ୍ ଦୁଇଟି ଗାଡିରେ ପିଲାମାନଙ୍କୁ ଚୋରା ଚାଲାଣ କରୁଥିବା ବେଳେ ପାଞ୍ଚ ଜଣଙ୍କୁ ଧରିଥିଲା । ସେଥିମଧ୍ୟରୁ ଫରିଦାବାଦର  ନୀଲମ ଏବଂ ରୁବିଙ୍କ ସହ ଅନ୍ୟ ତିନିଜଣ ଯୁବକ ମଧ୍ୟ ଥିଲେ, ଯେଉଁମାନେ ପିଲା ଏବଂ ମହିଳାମାନଙ୍କୁ କାରରେ ନେଇ ଯାଉଥିଲେ । ନିକଟରେ ନୀଲମଙ୍କୁ ପୋଲିସ ରିମାଣ୍ଡରେ ନେଇଥିଲା। ସେ କହିଥିଲେ ଯେ ସେ ଦିଲ୍ଲୀର ଡକ୍ଟର ନେହା ଏବଂ ଏଜେଣ୍ଟ ମୀନାଙ୍କ ସହ ସରୋଗେସି ବ୍ୟବସାୟ ଆରମ୍ଭ କରିଥିଲେ । ଏନେଇ ଅନେକ ମହିଳା ତାଙ୍କ ସହିତ ଯୋଗାଯୋଗରେ ମଧ୍ୟ ଥିଲେ। ଯେଉଁମାନେ ଏହି ବ୍ୟବସାୟରେ ସାମିଲ ଥିଲେ । ସେ ନେପାଳର ଥିଲା ମାଷ୍ଟର ମାଇଣ୍ଡ୍ ଅସ୍ମିତାଙ୍କ ବିଷୟରେ ମଧ୍ୟ ଅନେକ ସୂଚନା ଦେଇଥିଲେ। ନୀଲମ ତାଙ୍କୁ ଫେସବୁକ ଆଇଡି ବିଷୟରେ ମଧ୍ୟ ପୋଲିସକୁ ସୂଚନା ଦେଇଥିଲେ ।

ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ଅସ୍ମିତାର ଫେସବୁକ ଆଇଡି ଯାଞ୍ଚ କରାଯାଇଛି । ଅସ୍ମିତା ଏଥିରେ ଅଧିକ ତଥ୍ୟ ଦେଇନାହାଁନ୍ତି । କିନ୍ତୁ ତାଙ୍କ ଆକାଉଣ୍ଟରେ ନେପାଳ ଠିକଣା ଲେଖାଯାଇଛି, କିନ୍ତୁ ଏହା ନକଲି ମଧ୍ୟ ହୋଇପାରେ । ସେ କିଛି ଦିନ ପୂର୍ବରୁ ଫେସବୁକ୍ ଅପଡେଟ୍ କରିବା ବନ୍ଦ କରି ଦେଇଛନ୍ତି । ଏହି କାରଣରୁ ପୋଲିସ ତାଙ୍କ ଲୋକେସନ ଚିହ୍ନଟ କରିବାରେ ସକ୍ଷମ ହୋଇନାହିଁ । ଆବଶ୍ୟକ ପଡ଼ିଲେ ନେପାଳ ପୋଲିସର ମଧ୍ୟ ସାହାଯ୍ୟ ନିଆଯାଇପାରେ ।

ପୋଲିସ ଏକ ଦଳ ସିଲିଗୁଡ଼ିକୁ ପଠାଯିବ । ନୀଲମଙ୍କ ସହଯୋଗୀ ରାହୁଲ ପିଲାମାନଙ୍କୁ ସିଲିଗୁଡ଼ି ପର୍ଯ୍ୟନ୍ତ ନେଇ ଯାଉଥିଲେ। ଏଠାରୁ ପିଲାମାନଙ୍କୁ ନେପାଳରେ ବିକ୍ରି କରାଯାଉଥିଲା । ନୀଲମଙ୍କୁ ପଚରାଉଚରା ସମୟରେ ପୋଲିସକୁ ଏହି ସୂଚନା ମିଳିଛି । ପେଲିସ ସିଲିଗୁଡ଼ିରେ କାର୍ଯ୍ୟ କରୁଥିବା ଅସ୍ମିତାଙ୍କ ଏଜେଣ୍ଟଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିବ ।

ପୋଲିସର ରିମାଣ୍ଡରେ ନୀମଲ ଦିଲ୍ଲୀର ଡକ୍ଟର ନେହା ଏବଂ ଏଜେଣ୍ଟ ମୀନାଙ୍କ ନାମ ନେଇଥିଲେ । ପାଞ୍ଚ ଦିନ ପରେ ବି ଏମାନଙ୍କ ପତ୍ତା ମିଳିପାରି ନାହିଁ । ଡାକ୍ତର ନେହା ଅନ୍ୟ ଏକ ସ୍ଥାନରେ କ୍ଲିନିକ୍ ଖୋଲିଥିବା ସୂଚନା ମିଳିଥିଲା । ଅନ୍ୟପଟେ ମୀନା ମଧ୍ୟ ଘରୁ ପଳାଇ ଯାଇଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ଏକ ପୋଲିସ ଟିମ୍ ନିୟୋଜିତ କରାଯାଇଥିଲା। ଏହି ଘଟଣାରେ ଆଉ ଅଧିକ ଡାକ୍ତରଙ୍କ ଏଥିରେ ସାମିଲ ଥିବା ଜଣାପଡ଼ିପାରେ ବୋଲି ପୋଲିସ ସୂଚନା ଦେଇଛି ।

Leave a Reply