ମାର୍ଚ୍ଚ ୧୪ ଯାଏ ସ୍କୁଲ୍, କଲେଜ ବନ୍ଦ ରଖିବାକୁ ପ୍ରଶାସନର ନିଷ୍ପତ୍ତି

Schools Colleges PVT Coaching Classes Closed Pune Corona Case

ପୁନେ: ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି ପ୍ରଶାସନ ପୁଣି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ମହାରାଷ୍ଟ୍ରର ପୁନେରେ ମାର୍ଚ୍ଚ ୧୪ ଯାଏ ସ୍କୁଲ, କଲେଜ ସହ ଘରୋଇ କୋଚିଂ କେନ୍ଦ୍ର ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ପୁନେ ସମେତ ମହାରାଷ୍ଟ୍ରର ଅନ୍ୟ କେତେକ ସହରରେ ପୁଣି କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ଏହାକୁ ନେଇ ସତର୍କ ହୋଇଛି ପ୍ରଶାସନ । ବିପଦକୁ ଦେଖି ପୁନେ ମହାନଗର ନିଗମର ମେୟର ମୁରଲୀଧର ମାହୋଲ କଲଜେ, ସ୍କୁଲ ଓ କୋଚିଂ କେନ୍ଦ୍ରକୁ ୧୪ ମାର୍ଚ୍ଚ ଯାଏ ବନ୍ଦ ରଖିବାକୁ କହିଛନ୍ତି ।

ପୁନେ ମେୟରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ମୁତାବକ, ରାତି ୧୧ଟାରୁ ସକାଳ ୬ଟା ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଲାଗିବ । ଏହି ସମୟରେ ସାଧାରଣ ଲୋକ ଚଳପ୍ରଚଳ କରିବେ ନାହିଁ । କେବଳ ଅତ୍ୟାବଶ୍ୟକୀୟ ଜରୁରୀ କାର୍ଯ୍ୟ ଲାଗି ଅନୁମତି ଦିଆଯିବ ।

ପୁନେ ବ୍ୟତୀତ ମହାରାଷ୍ଟ୍ରର ଔରଙ୍ଗାବାଦରେ ମଧ୍ୟ ସଂକ୍ରମଣକୁ ଦୃଷ୍ଟିରେ ରଖି ପଞ୍ଚମରୁ ନବମ ଶ୍ରେଣୀ ପାଠପଢ଼ା ବନ୍ଦ କରି ଦିଆଯାଇଛି । ଔରଙ୍ଗାବାଦରେ ମାର୍ଚ୍ଚ ୧୫ ଯାଏ ଏହି ପ୍ରତିବନ୍ଧକ ରହିବ । ଏକାଦଶ ଶ୍ରେଣୀ ପାଠପଢ଼ା ବନ୍ଦ କରି ଦିଆଯାଇଥିବା ବେଳେ ବୋର୍ଡ ପରୀକ୍ଷା ଲାଗି ଦଶମ ଶ୍ରେଣୀ ପାଠପଢ଼ାକୁ ଅନୁମତି ଦିଆଯାଇଛି ।

Leave a Reply