ବଦଳିଲା ସ୍କୁଲ ଖୋଲିବା ନିର୍ଦ୍ଦେଶ, ଜାଣନ୍ତୁ କେବେ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର: ବଦଳିଲା ସ୍କୁଲ ଖୋଲିବା ନିର୍ଦ୍ଦେଶ । ନଭେମ୍ବର ୧୫ପରେ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ ସ୍କୁଲ ଓ ଗଣଶିକ୍ଷା ବିଭାଗ । ନଭେମ୍ବର ୩୦ ଯାଏଁ ସ୍କୁଲ ବନ୍ଦ ନିଷ୍ପତ୍ତି ଅପରିବର୍ତ୍ତିତ ରହିଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି । ପରେ କେମିତି ସ୍କୁଲ ଖୋଲିବ ସେନେଇ ନିଷ୍ପତ୍ତି ନେବ ବିଭାଗ । ପରିଚାଳନା ଓ ନିୟନ୍ତ୍ରଣ ନେଇ ବିଭାଗ ନିଷ୍ପତ୍ତି ନେବ ।

ନଭେମ୍ବର ଗାଇଡଲାଇନରେ ନବମରୁ ଦ୍ୱାଦଶ ଯାଏଁ ସ୍କୁଲ ନଭେମ୍ବର ୧୬ରେ ଖୋଲିବାକୁ ଘୋଷଣା ହୋଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ବଦଳାଯାଇଛି । ଅନଲାଇନ ପଢା ଓ ପରୀକ୍ଷା ପୂର୍ବବତ ଜାରି ରହିବ ବୋଲି ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ଅନଲକ୍ 6.0 ଗାଇଡଲାଇନ ଜାରି କରିଛନ୍ତି । ଏଥିରେ ସ୍କୁଲ ଖୋଲିବା ସହ ବିଭିନ୍ନ କାର୍ଯ୍ୟକଳାପକୁ ଅନୁମତି ଦେଇଥିଲେ ।

Leave a Reply