ନୂଆ ବର୍ଷରୁ ଖୋଲିବ ସ୍କୁଲ, ଶନିବାର ଓ ରବିବାର ମଧ୍ୟ ପଢାଯିବ ପାଠ

1 min read

ଭୁବନେଶ୍ୱର: ନୂଆ ବର୍ଷରେ ଖୋଲିବ ସ୍କୁଲ । ଜାନୁଆରୀରେ ସ୍କୁଲ ଖୋଲିବାକୁ ଚିନ୍ତା କରାଯାଉଛି । ଏହା କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ । ଏବଂ ୧୦୦ ଦିନ ପାଠ ପଢ଼ାଇ ପରୀକ୍ଷା କରିବା ସହ ଶନିବାର ଓ ରବିବାର ଛୁଟି ଦିନରେ କ୍ଲାସ ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସ । କିଛି ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ study material  ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଯିବ ବୋଲି କହିଛନ୍ତି ମନ୍ତ୍ରୀ  । ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଉପରୁ ଚାପ  କମିବା ସହ ପରୀକ୍ଷା ପାଇଁ ସହାୟ ହୋଇପାରିବ ।

ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି , ସମସ୍ତ ଅବଜରଭେସନ ଛାଡ଼ି ଦେଲେ ଶନିବାର ଓ ରବିବାର ମଧ୍ୟ ପାଠ ପଢାଇବାକୁ ପଡ଼ିବ । ୧୦୦ଦିନ ପାଠ ପଢାଇବାକୁ ନଷ୍ପତ୍ତି ନିଆଯାଇଛି  । ତେଣୁ ଶନିବାର ରବିବାର ବି ପାଠ ପଢାଇବାକୁ ହେବ  ।  ନଚେତ ୧୦୦ଦିନ ହୋଇପାରିବ ନାହିଁ ବୋଲି କହିଛନ୍ତି ସମୀର ଦାସ । ତେବେ ଜାନୁଆରୀରେ ସ୍କୁଲ ଖୋଲିବା ନେଇ ଆଶା ପ୍ରକଟ କରିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ  । ସେହିପରି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବେ ସରକାର ।

ଯଦିଓ ଏସଆରସି ପୂର୍ବରୁ ସ୍ପଷ୍ଟ କରିଥିଲେ, ତଥାପି ସରାକାର ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଅଧିକ ସଚେତନ ଅଛନ୍ତି । ତେଣୁ ଡିସେମ୍ବରରେ ସ୍କୁଲ ଖୋଲାଯାଇ ପାରିବ ନାହିଁ । ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମେ ସ୍କୁଲ ଖୋଲିବ, ଯେହେତୁ ସେମାନେ ବୋର୍ଡ ପରୀକ୍ଷା ଦେବାକୁ ଯାଉଛନ୍ତି ତେଣୁ ସରକାର ସେମାନଙ୍କ ପାଇଁ ଏହି ନିଷ୍ପତି ନେଇଛନ୍ତି । ଅନ୍ୟ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ବିଚାର କରାଯିବ । ଏ ସମ୍ପର୍କରେ ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ । ତେଣୁ ଜାନୁଆରୀ ସୁଦ୍ଧା ସ୍କୁଲ ଖୋଲିବାକୁ ଆଶା କରିବା ବୋଲି କହିଛନ୍ତି ସମୀର ଦାସ  ।

Leave a Reply