ଅନଲକ୍ 6.0: ୧୬ରୁ ଖୋଲିବ ସ୍କୁଲ,ଜାଣନ୍ତୁ ଆଉ କଣ ସବୁକୁ ମିଳିଛି ଅନୁମତି…

ଭୁବନେଶ୍ୱର: ଆସିଲା ରାଜ୍ୟ ସରକାରଙ୍କ ଅନ୍‌ଲକ ୬.୦ ଗାଇଡ୍‌ଲାଇନ୍‌ । ନଭେମ୍ବର ପାଇଁ ଗାଇଡ୍‌ଲାଇନ୍‌ ଆସିଛି । କଣ୍ଟେନମେଣ୍ଟ ଜୋନରେ ଜାରି ରହିବ ଲକଡାଉନ । ଜିଲ୍ଲାପାଳ ଓ ମୁନିସିପାଲ କମିଶନର ଚିହ୍ନଟ କରିବେ ଅବରୋଧ ଅଞ୍ଚଳ । ନଭେମ୍ବର ୧୬ରୁ ଖୋଲିବ ସ୍କୁଲ । ନବମରୁ ଦ୍ୱାଦଶ ଯାଏଁ ପିଲା ସ୍କୁଲ ଯିବେ । ସ୍ଥାନୀୟ ପ୍ରଶାସନ, ଜିଲ୍ଲାପାଳ ଓ ମୁନିସିପାଲ କମିଶନର ଧର୍ମାନୁଷ୍ଠାନରେ ପୂଜାର୍ଚ୍ଚନା ନେଇ ନିଷ୍ପତ୍ତି ନେବେ ।

ସେହିଭଳି ବିବାହ ଉତ୍ସବରେ ୨୦୦ ଲୋକ ସାମିଲ ହୋଇପାରିବେ ବୋଲି ନୂଆ ଗାଇଡ୍‌ଲାଇନ୍‌ରେ ଉଲ୍ଲେଖ ରହିଛି । ସେହିପରି ଅନ୍ତେଷ୍ଟି କ୍ରିୟାରେ ୫୦ଲୋକ ସାମିଲ ପାଇଁ ଅନୁମତି । ନଭେମ୍ବର ୧୬ ପର୍ଯ୍ୟନ୍ତ ସିନେମା ହଲ୍, ସୁଇମିଂ ପଲ୍ ଓ ମନୋରଞ୍ଜନ ସ୍ଥଳ ବନ୍ଦ ରହିବ । ନଭେମ୍ବର ୧୬ରେ ଏସବୁ ଅନୁଷ୍ଠାନ ଖୋଲିବ ନେଇ ସରକାର ନିଷ୍ପତ୍ତି ନେବେ  ।

Leave a Reply