ସ୍କୁଲ ନଖୋଲିଲା ପର୍ଯ୍ୟନ୍ତ ଫି’ ଛାଡ,ଜାଣନ୍ତୁ କେଉଁଠି

school fee students government notification

ଗାନ୍ଧିନଗର: ଦେଶରେ କରୋନା ଭାଇରସ ବ୍ୟାପିବାରେ ଲାଗୁଛି । ପ୍ରତ୍ୟେକ ଦିନ କରୋନା ଭାଇରସର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ଅନ୍ୟପଟେ କରୋନା ଭାଇରସ ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ ଓ ସଟଡାଉନ୍ ଲାଗି ରହିଛି । ଏବଂ ଏଥିପାଇଁ ସ୍କୁଲ ମଧ୍ୟ ସବୁ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ଗୁଜୁରାଟ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗୁଜୁରାଟ ସରକାର ବଡ଼ ନିଷ୍ପତ୍ତି ନେଇ ଅଭିଭାବକଙ୍କୁ ସ୍କୁଲ ଫିସ୍ ନଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗୁଜୁରାଟ ସରକାର ବିଜ୍ଞପ୍ତି ଜାରି କରି ଅଭିଭାବକମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି । ଗୁଜୁରାଟ ସରକାରଙ୍କ ବିଜ୍ଞପ୍ତି ଅନୁସାରେ ଯେବେ ପର୍ଯ୍ୟନ୍ତ ସ୍କୁଲ ଖୋଲିନାହିଁ ସେ ପର୍ଯ୍ୟନ୍ତ ସ୍କୁଲ୍ ଫିସ୍ ଦେବେ ନାହିଁ ଅଭିଭାବକ । ଅନ୍ୟପଟେ ଯଦି ସ୍କୁଲ ତରଫରୁ ଫିସ୍ ପାଇଁ ଦାବି କରାଯାଏ ତେବେ ଶିକ୍ଷା ଅଧିକାରୀ ତାଙ୍କ ଉପରେ ଆକ୍ସନ ନେବେ ।

ବିଜ୍ଞପ୍ତିରେ କୁହାଯାଇଛି ଯେ ଯେଉଁ ଅଭିଭାବକମାନେ ପିଲାମାନଙ୍କର ସ୍କୁଲ ଫିସ୍ ଜମା କରିଛନ୍ତି, ସେମାନେ ସ୍କୁଲ ଖୋଲିବା ପରେ ସେମାନଙ୍କୁ ଫିସ୍ ଫେରସ୍ତ କରାଯାଉ କିମ୍ବା ସେହି ଫିକୁ ଆସନ୍ତା ମାସରେ ଚଢାଯାଉ । ତେବେ ଗୁଜୁରାଟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଗୁଜୁରାଟର ଘରୋଇ ବିଦ୍ୟାଳୟଗୁଡ଼ିକ ପ୍ରତିବାଦ କରିଛନ୍ତି । ଗୁଜୁରାଟର ଘରୋଇ ସ୍କୁଲ ମଣ୍ଡଳ ବର୍ତ୍ତମାନଠାରୁ ଅନଲାଇନ୍ କ୍ଲାସ୍ ଦେବାକୁ ମନା କରିଦେଇଛି ।

ପ୍ରକୃତ ଘଟଣା କଣ?

ଆପଣଙ୍କୁ କହି ରଖୁଛୁ ଯେ, କରୋନା ପାଇଁ ଯୋଗୁଁ ସ୍କୁଲଗୁଡ଼ିକ ବର୍ତ୍ତମାନ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ, ବିଦ୍ୟାଳୟ ଆରମ୍ଭ ନହେବା ସତ୍ତ୍ୱେ ଅନେକ ସ୍କୁଲ ଅଭିଭାବକଙ୍କଠାରୁ ଶୁଳ୍କ ଆଦାୟ କରୁଥିଲେ। ଏହି ମାମଲାରେ ପିଆଇଏଲ ଦାଖଲ କରାଯାଇଥିଲା। ପିଆଇଏଲ ପରେ ଗୁଜୁରାଟ ହାଇକୋର୍ଟଙ୍କୁ ଗୁଜୁରାଟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହା ପରେ ଗୁଜୁରାଟ ସରକାର ଏ ବାବଦରେ ବିଜ୍ଞପ୍ତି ଜାରି କରିଛନ୍ତି।

Leave a Reply