ଲକଡାଉନରେ ସ୍କୁଲ ବନ୍ଦ, ବନ୍ଦ ହୋଇନାହିଁ ପାଠପଢ଼ା

ଭୁବନେଶ୍ୱର: ଲକ୍‌ଡାଉନ୍‌ରେ ଜୀବନଯାତ୍ରା ଠପ୍‌ । ଅନ୍‌ଲକ୍‌ରେ ଶିକ୍ଷାନୁଷ୍ଠାନ ବି ବନ୍ଦ । କିନ୍ତୁ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାର ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର । ପାଠ ପଢ଼ାଇବା ପାଇଁ ବିକଳ୍ପ ବ୍ୟବସ୍ଥା କରିଛି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ । ସ୍କୁଲ୍‌ ବନ୍ଦ ଥିଲେ ବି ଗାଁ ଗାଁ ବୁଲି ଶିକ୍ଷକ ଓ ଶିକ୍ଷୟିତ୍ରୀ ପିଲାଙ୍କୁ ପାଠ ପଢ଼ାଉଛନ୍ତି ।

ଲକ୍‌ଡାଉନ୍‌ରେ ସ୍କୁଲ ବନ୍ଦ । କିନ୍ତୁ ବନ୍ଦ ହୋଇନାହିଁ ପାଠପଢ଼ା । ବିକଳ୍ପ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଅନ୍‌ଲାଇନ୍‌ ଓ ଅଫ୍‌ଲାଇନରେ ଚାଲିଛି ପାଠପଢ଼ା । ଗାଁ ଗାଁ ବୁଲି ପଢ଼ାଉଛନ୍ତି ଶିକ୍ଷକ ଓ ଶିକ୍ଷୟିତ୍ରୀ । ଲକ୍‌ଡାଉନ୍‌ରେ ଅଟକିନି ପାଠପଢ଼ା । ହତାଶ ହୋଇନାହାନ୍ତି ଛାତ୍ରଛାତ୍ରୀ । ତାଲାବନ୍ଦ ସମୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାର ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ୍‌ ମିଡିଆରେ ସୂଚନା ଦେଇଛନ୍ତି ।

ଗାଁରେ ଖୋଲିଛି ପାଠର ଆସର । ସ୍କୁଲ ବନ୍ଦ ଥିଲେ ବି ଗାଁ ଦାଣ୍ଡରେ ଚାଲିଛି ପାଠପଢ଼ା । ତାଲାବନ୍ଦ ଯୋଗୁଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବିକଳ୍ପ ଶିକ୍ଷା ଓ ପରାମର୍ଶ ଶିକ୍ଷକ କାର୍ଯ୍ୟକ୍ରମ । ଏଥିପାଇଁ ପଞ୍ଚାୟତ ସ୍ତରରେ ନିୟୋଜିତ ହୋଇଛନ୍ତି ପରାମର୍ଶ ଶିକ୍ଷକ । ଏ ସମ୍ପର୍କରେ ରାଜ୍ୟ ସରକାର ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ।

ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ପାଠପଢ଼ା ହେଉଛି । ଉପାନ୍ତ ଅଞ୍ଚଳରେ ଇଣ୍ଟରନେଟର ଭଲ ବ୍ୟବସ୍ଥା ନଥିବାରୁ ଗାଁ ଗାଁ ବୁଲି ଶିକ୍ଷକ ଓ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି । ଅନ୍‌ଲାଇନ୍‌ରେ ବି ପାଠ ପଢ଼ା ଯାଉଛି । ଅନ୍‌ଲାଇନରେ ଚାଲୁଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ପାଠ ଅବୁଝା ରହିଲେ ଶିକ୍ଷକ ଘର ପାଖକୁ ଯାଇ ପିଲାଙ୍କୁ ବୁଝାଇ ଦେଉଛନ୍ତି ।

ଲକ୍‌ଡାଉନ୍‌ରେ ଶିକ୍ଷା ବ୍ୟବସ୍ଥା ଯେପରି ବାଧାପ୍ରାପ୍ତ ନ ହେବ, ସେଥିପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି । ରାଜ୍ୟର ୬ ଲକ୍ଷରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାରେ ରାଜ୍ୟ ସରକାରଙ୍କ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସହଯୋଗ କରୁଛି ।

Leave a Reply