ନନ୍ଦିଘୋଷ ଟିଭି ପ୍ରଭାବ, ଭୂଗୋଳ ବହିରେ ଥିବା ତ୍ରୁଟି ସଂଶୋଧନ ହେବ

ଭୁବନେଶ୍ୱର: ନବମ ଶ୍ରେଣୀ ଭୂଗୋଳ ବହିରେ ଥିବା ଭୁଲ ସଂଶୋଧନ ହେବ । ବହିରେ ଥିବା ଭୁଲ୍ ତଥ୍ୟକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସ୍ୱୀକାର କରିଛନ୍ତି । ଏନେଇ ବୋର୍ଡ ସମେତ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ନବମ ଶ୍ରେଣୀ ବହିର ୧୮ ନମ୍ବର ପୃଷ୍ଠାରେ ରାଜ୍ୟ ସମ୍ପର୍କରେ ଭୁଲ୍ ତଥ୍ୟ ଥିବା ସହ ଶବ୍ଦ ସଂଯୋଜନା ଠିକ୍ ନଥିଲା ।

ରାଜ୍ୟ ସରକାରଙ୍କ ପାଠାଗାର ପୋର୍ଟାଲରେ ଏହି ବହି ଅପଲୋଡ ହୋଇଛି । ଭୂଗୋଳ ବହିରେ ଏଭଳି ଭୁଲ୍ ଥିବା ଥିବା ନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ କରାଯାଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଭୁଲକୁ ସ୍ୱୀକାର କରିବା ସହ ବହିରେ ସଂସୋଧନ କରାଯିବ ବୋଲି କହିଛନ୍ତି ।

କଣ ଥିଲା ତ୍ରୁଟି ?

ନବମ ଶ୍ରେଣୀର ଭୂଗୋଳ ବହିରେ ରାଜ୍ୟର ୫୮ଟି ସବଡିଭିଜନକୁ ୧୭୧ଟି ତହସିଲରେ ବିଭକ୍ତ କରାଯାଇଛି ବୋଲି ଲେଖାଯାଇଛି । ପ୍ରତ୍ୟେକ ବ୍ଲକକୁ ୬୨୩୪ଟି ଗ୍ରାମ ପଞ୍ଚାୟତରେ ବିଭକ୍ତ କରାଯାଇଛି । ଏହି ବାକ୍ୟରେ ଭୁଲ୍ ତଥ୍ୟ ଥିବାବେଳେ ଏହାର ଅର୍ଥ ବୁଝିବା ବି କଷ୍ଟ । ସରକାରୀ ରେକର୍ଡ ଅନୁଯାୟୀ ରାଜ୍ୟରେ ୩୧୭ ତହସିଲ ଓ ୬୭୯୮ ଗ୍ରାମପଞ୍ଚାୟତ ରହିଥିବା ବେଳେ ବହିରେ ଭୁଲ୍ ତଥ୍ୟ ଦିଆଯାଇଥିଲା ।

(ଭୁବନେଶ୍ୱରରୁ ଅନୁଜ ଦାସ)

Leave a Reply