କଟକ ବଡ଼ ମେଡିକାଲ ଚାରିପଟୁ ଉଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ

1 min read

କଟକ: ବଦଳିବ ଏସସିବିର ଭିତ୍ତିଭୂମି, ବଢ଼ିବ ପରିସୀମା । ମିଳିବ ଉନ୍ନତ ମାନର ସେବା । ଏମ୍ସ ପ୍ଲସ ହସ୍ପିଟାଲର ରୂପରେଖ ଚିନ୍ତା କରି ରାଜ୍ୟ ସରକାର ଏସସିବି ଲାଗି ନେଉଛନ୍ତି ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ । ଏସସିବିକୁ ବର୍ଦ୍ଧିତ କରିବା ଲାଗି ଉଚ୍ଛେଦ ହେବ ମେଡିକାଲ ଆଖପାଖ ଓ ପରିସରରେ ଥିବା ବିଭିନ୍ନ ବସ୍ତି, ସରକାରୀ ବାସଭବନ ଓ ଦୋକାନ ଘର । ଯାହାକୁ ନେଇ ବଢ଼ୁଛି ଉଚ୍ଛେଦ ସ୍ଥାନରେ ରହୁଥିବା ଲୋକଙ୍କ ଚିନ୍ତା । ପିଢି ପରେ ପିଢି ବସବାସ କରୁଥିଲେ ମଧ୍ୟ ସରକାରଙ୍କ ନୂଆ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ସରକାର ଘର ବଦଳରେ ଘର ଦେଲେ ହିଁ ନିଜ ଭିଟ୍ଟାମାଟି ଛାଡ଼ିବେ ବୋଲି କହିଛନ୍ତି ସ୍ଥାନୀୟ ଲୋକ ।SCBଏସସିବିର ନବ ନିର୍ମାଣ ପାଇଁ ଏହାର ଆଖପାଖରେ ଥିବା ୧୬୦ଟି ସରକାରୀ କ୍ୱାଟର, ୫ଟି ବସ୍ତି ଓ ଅନେକ ବେସରକାରୀ ଘର, ଦୋକାନ ଗୃହ ଏବଂ ମନ୍ଦିରଗୁଡିକୁ ଉଚ୍ଛେଦ କରାଯିବ । ଏହି ଉଚ୍ଛେଦ ଦ୍ୱାରା ପ୍ରାୟ ୮ ଶହ ପରିବାର ପ୍ରଭାବିତ ହେବା ଅନୁମାନ କରାଯାଉଛି । ପିଲାମାନଙ୍କ ପରୀକ୍ଷା ମୁଣ୍ଡ ଉପରେ ଥିବାରୁ କିପରି ସ୍ଥାନାନ୍ତରିତ ହେବେ ତାକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଛି ।ଆଗକୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ଉଚ୍ଛେଦ ବାବଦରେ ଜିଲ୍ଲା ପ୍ରଶାସନ ସତର୍କ ରହିଥିବା କହିଛନ୍ତି ଜିଲ୍ଲାପାଳ । ନିର୍ଦ୍ଦେଶ ଆସିବା ପରେ ଉଚ୍ଛେଦ ଲାଗି ସମସ୍ତ ପକ୍ରିୟା ଆରମ୍ଭ ହୋଇଛି । ତେବେ, ଆସନ୍ତାକାଲି କୌଣସି ଉଚ୍ଛେଦ କରାଯିବ ନାହିଁ । କେବଳ ଉଚ୍ଛେଦ ସ୍ଥାନ ମାନଙ୍କରେ ମାଇକ୍ ଯୋଗେ ପ୍ରଚାର କରାଯିବ । ସ୍ୱତଃପବୃତ ଭାବେ ସ୍ଥାନ ଛାଡ଼ିବା ଲାଗି କୁହାଯିବ । ସେହି ପରିବାରଙ୍କୁ କଟକ ନିମପୁର ଓ ଯୋବ୍ରା ଅଞ୍ଚଳରେ ଥଇଥାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାର୍ଚ୍ଚରୁ ଆରମ୍ଭ ହେବ SCB ଦ୍ୱିତୀୟ କ୍ୟାମ୍ପସ୍ କାମ

ଏସସିବି ସମ୍ପ୍ରସାରଣ ପାଇଁ ପ୍ରାୟ ୨୫ ଏକର ଜମି ଆବଶ୍ୟକ । ତେଣୁ, ମେଡିକାଲର ଉଭୟ ପାର୍ଶ୍ୱରେ ଥିବା ଜମି ସମେତ ଆଖପାଖ ଜମି ଏପରିକି ବୋଷ ଖେଳ ପଡ଼ିଆ ମଧ୍ୟ ସ୍ଥାନାନ୍ତର ହୋଇପାରେ ।

https://www.facebook.com/nandighoshatv/videos/652473211985093/

Leave a Reply