ଅସହ୍ୟ ହେଲାଣି ପ୍ରଦୂଷଣ, ସୁପ୍ରିମକୋର୍ଟ କହିଲେ ସମାଲୋଚନା ପାଇଁ ଶବ୍ଦ ନାହିଁ…

1 min read

ନୂଆଦିଲ୍ଲୀ: ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ପଡ଼ୋଶୀ ରାଜ୍ୟ ପଞ୍ଜାବ, ହରିୟାଣାରେ ନଡ଼ା ଜାଳିବାକୁ ଭର୍ତ୍ସନା କରିବା ସହ କୋର୍ଟ କଡ଼ା ଟିପ୍ପଣୀ କରିଛନ୍ତି । କୋର୍ଟ କେନ୍ଦ୍ର ସରକାର ଓ ପଡ଼ୋଶୀ ରାଜ୍ୟକୁ କହିଛନ୍ତି ଦିଲ୍ଲୀର ଲୋକ ଧୂଆଁରେ କାହିଁକି ମରିବେ ? ତା’ଅପେକ୍ଷା ୧୫ ବ୍ୟାଗ ବିସ୍ଫୋରକ ପକାଇ ସହରକୁ ଉଡ଼ାଇ ଦେବା ଦରକାର ବୋଲି ସର୍ବୋଚ୍ଚ ଅଦାଲତ ତାତ୍ସଲ୍ୟ କରିଛନ୍ତି ।ଏଥିସହ କୋର୍ଟ କ୍ଷମତାରେ ରହିବା ପାଇଁ ଦିଲ୍ଲୀ ସରକାରଙ୍କ ହକ୍ ନଥିବା କହିଛନ୍ତି । ପଡ଼ୋଶୀ ପଞ୍ଜାବ, ହରିୟାଣା ସରକାର ସହ କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାର ସମସ୍ତ ମତଭେଦ ଭୁଲି କାମ କରିବାକୁ କହିଛନ୍ତି କୋର୍ଟ । ଏଥିସହ ବାୟୁ ପ୍ରଦୂଷଣ ରୋକିବା ପାଇଁ ସ୍ମଗ ରିଡକ୍ସନ ଟାୱାର ଯୋଜନା ବନାଇବାକୁ ୧୦ ଦିନ ସମୟ ଦେଇଛନ୍ତି ।ବାୟୁ ପ୍ରଦୂଷଣ ଭଳି ଦିଲ୍ଲୀ-ଏନସିଆରରେ ଜଳ ପ୍ରଦୂଷଣ ଉପରେ ସର୍ବୋଚ୍ଚ ଅଦାଲତ ଚିନ୍ତା ବ୍ୟକ୍ତ କରିଛନ୍ତି ।

Leave a Reply