ମହିଳା ନୌସେନା ଅଧିକାରୀଙ୍କ ମୁଣ୍ଡରେ ସୁପ୍ରିମ୍‌କୋର୍ଟ ପିନ୍ଧାଇଲେ ବିଜୟର ଟୀକା

ନୂଆଦିଲ୍ଲୀ: ମହିଳା ନାଭି ଅଫିସର୍‌ଙ୍କ ପାଇଁ ଐତିହାସିକ ଦିନ । ଆଇନ୍‌ଗତ ଲଢେଇରେ ପିନ୍ଧିଲେ ବିଜୟର ଟୀକା । ଏଣିକି ପୁରୁଷଙ୍କ ପରି ନୌସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ । ସୁପ୍ରିମକୋର୍ଟ ଦେଇଛନ୍ତି ଗ୍ରୀନ୍‌ ସିଗନାଲ । କେନ୍ଦ୍ରର ଆବେଦନକୁ ଖାରଜ କରିବା ସହ ଲିଙ୍ଗଗତ ଭେଦ ଭାବରେ ପକାଇଛନ୍ତି ପୂର୍ଣ୍ଣଛେଦ । ମହିଳାଙ୍କର ଶାରୀରିକ ଓ ମାନସିକ ସ୍ଥିତିର ବାହାନା କରି ସ୍ଥାୟୀ କମିଶନକୁ ବିରୋଧ କରିଥିଲେ କେନ୍ଦ୍ର ସରକାର ।

ଏଣିକି ମହିଳା ଅଧିକାରୀ ନୌସେନାର ଯେକୈାଣସି ଜାହାଜକୁ ପ୍ରତିନିଧିତ୍ୱ କରିପାରିବେ । ସେମାନେ ଆବଶ୍ୟକ ମୁତାବକ ଜାହାଜର ଗତି ସମ୍ପର୍କରେ ମଧ୍ୟ ନିଷ୍ପତି ନେଇ ପାରିବେ । ଏଥିସହ ଅବସର ପର୍ଯ୍ୟନ୍ତ ମହିଳା ଅଧିକାରୀ ନୌସେନାରେ କାମ କରିପାରିବେ ଏବଂ ଅବସର ପରେ ପେନସନ୍‌ ମଧ୍ୟ ପାଇବେ ।

ମହିଳାଙ୍କୁ ସ୍ଥାୟୀ କମିଶନକୁ ନେଇ ଏକ ମାମଲାରେ ସୁପ୍ରିମକୋର୍ଟର ସ୍ୱତନ୍ତ୍ର ଖଣ୍ଡପୀଠ ଶୁଣାଣି କରୁଥିଲେ । ବିଭିନ୍ନ ଦିଗ ଉପରେ ଆଲୋଚନା ବେଳେ କେନ୍ଦ୍ର ପକ୍ଷରୁ ଅନେକ ତର୍କ ଉପସ୍ଥାପନ କରାଯାଇଥିଲା ।

ଋଷ ନିର୍ମିତ ଜାହାଜରେ ମହିଳାଙ୍କ ପାଇଁ ଅଲଗା ଓ୍ୱାଶ୍‌ରୁମ ନାହିଁ ବୋଲି ମଧ୍ୟ କୁହାଯାଇଥିଲା। ତେବେ ଏସବୁକୁ ସୁପ୍ରିମକୋର୍ଟ ଶୁଣି ନଥିଲେ।  ପୂର୍ବରୁ ସଂସଦରେ ମଧ୍ୟ ସ୍ଥାୟୀ କମିଶନ ପ୍ରସଙ୍ଗ ଉଠିଥିଲା ।

Leave a Reply