ପାର୍ବଣ ପୂର୍ବରୁ SBI ଗ୍ରାହକଙ୍କ ପାଇଁ ବଡ଼ ଅଫର, ଶସ୍ତା ହେଲା ଏହିସବୁ ଲୋନ୍

1 min read

ନୂଆଦିଲ୍ଲୀ: ପାର୍ବଣ ପୂର୍ବରୁ ନିଜ ଗ୍ରାହକଙ୍କୁ ଏକ ବଡ଼ ଉପହାର ଦେଇଛି ଭାରତୀୟ ଷ୍ଟେଟ ବ୍ୟାଙ୍କ । YONO App ଦ୍ୱାରା ନିଆଯାଇଥିବା ଯେକୌଣସି ଲୋନ ଉପରେ ସଂପୂର୍ଣ୍ଣ ତଥା ଶହେ ପ୍ରତିଶତ ପ୍ରୋସେସିଂ ଭିସ ଛାଡ଼ ( SBI Waives Processing Fee On Loans) କରାଯିବ ।  ଏହାର ଅର୍ଥ ଯଦି ଆପଣ YONO App ମାଧ୍ୟମରେ ହୋମ ଲୋନ୍, ପର୍ସନଲ ଲୋନ୍ ବା ଗୋଲ୍ଡ ଲୋନ ନେଉଛନ୍ତି ତେବେ ଆପଣଙ୍କୁ ପ୍ରୋସେସିଂ ଫିସ୍ ଛାଡ଼ କରାଯିବ । ପାର୍ବଣ ପୂର୍ବରୁ ବ୍ୟାଙ୍କ ସମସ୍ତ ପ୍ରକାର ଲୋନକୁ ଶସ୍ତା କରିଦେଇଛି । ପ୍ରୋସେସିଂ ଫିସ୍ ଛାଡ ହେବା ପରେ ଆପଣ ସେହି ପଇସାକୁ ସେଭିଂ କରିପାରିବେ ।

ହୋମ ଲୋନ ନେଉଥିବା ଲୋକମାନଙ୍କ ପାଇଁ ଖାସ ଅଫର

SBI ତରଫରୁ ଜାରି ପ୍ରେସ ରିଲିଜ ଅନୁସାରେ ବ୍ୟାଙ୍କ ନିଜ ହୋମ ଲୋନ ଗ୍ରାହକଙ୍କ ପାଇଁ କିଛି ଖାସ ଅଫର ଲଞ୍ଚ କରିଛି । ବ୍ୟାଙ୍କ ସୂଚନା ଅନୁଯାୟୀ, ମଞ୍ଜୁରୀ ମିଳିସାରିଥିବା ପ୍ରୋଜେକ୍ଟରେ ଘର କିଣୁଥିବା ଗ୍ରାହକ ମାନଙ୍କ ଠାରୁ ପ୍ରୋସେସିଂ ଫିସ ନିଆଯିବ ନାହିଁ । ଏହା ସହିତ  ଘର କିଣୁଥିବା ଗ୍ରାହକ ମାନେ ମଧ୍ୟ ସେମାନଙ୍କର କ୍ରେଡିଟ୍ ସ୍କୋର ଉପରେ ଆଧାର କରି ହୋମ ଲୋନର ସୁଧ ଉପରେ ୧୦ ଟି ଆଧାର ପଏଣ୍ଟ ରିହାତି ପାଇବେ । କେବଳ ଏତିକି ନୁହେଁ, ଯଦି ଆପଣ YONO ଆପ୍ ଜରିଆରେ ହୋମ୍ ଲୋନ ପାଇଁ ଆବେଦନ କରନ୍ତି, ତେବେ ସୁଧ ଉପରେ ଅତିରିକ୍ତ ୫ ଆଧାର ପଏଣ୍ଟ ଛାଡ଼ କରାଯାଇପାରିବ ।

କଣ ରହିଛି ଗୋଲ୍ଡ ଲୋନ ଏବଂ ପର୍ସନାଲ ଲୋନ ଗ୍ରାହକଙ୍କ ପାଇଁ ?

ଯଦି ଗୋଲ୍ଡ ଲୋନ ଗ୍ରାହକଙ୍କ କଥା କହିବା ତେବେ ସେମାନଙ୍କଠାରୁ କେବଳ ୭.୫ ପ୍ରତିଶତ ସୁଧ ଆଦାୟ କରାଯିବ ଏବଂ ୩୬ ମାସ ପର୍ଯ୍ୟନ୍ତ EMI ଦେବାର ବିକଳ୍ପ ମଧ୍ୟ ଅଛି । ଅନ୍ୟପକ୍ଷରେ, କରୋନା କାଳରେ ଗ୍ରାହକଙ୍କୁ କେବଳ ୯.୬% ସୁଧରେ ବ୍ୟକ୍ତିଗତ ଋଣ ଯୋଗାଇଦେବା ପାଇଁ ବ୍ୟାଙ୍କ ନିଷ୍ପତ୍ତି ନେଇଛି, ଏହା ଗ୍ରାହକଙ୍କୁ କେବଳ ୯.୬% ସୁଧରେ ବ୍ୟକ୍ତିଗତ ଋଣ ଦେବ, ଯାହା ଦ୍ୱାରା ସେମାନେ ଏହି କଷ୍ଟ ସମୟରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

କାର ଲୋନ ଗ୍ରାହକଙ୍କ ପାଇଁ ମଧ୍ୟ ରହିଛି ଲାଭ ଦାୟକ ଅଫର

କେବଳ ହୋମ ଲୋନ, ଗୋଲ୍ଡ ଲୋନ ବା ପର୍ସନାଲ ଲୋନ ନୁହେଁ କାର୍ ଲୋନ ଗ୍ରାହକଙ୍କ ପାଇଁ ମଧ୍ୟ SBI କିଛି ଖାସ ଅଫର ନେଇ ଆସିଛି । ବ୍ୟାଙ୍କର ସୂଚନା ଅନୁଯାୟୀ ଯେଉଁମାନେ କାର ଲୋନ ନେବାକୁ ଚାହୁଛନ୍ତି, ସେମାନଙ୍କୁ ୭.୫ ପ୍ରତିଶତ ପ୍ରାରମ୍ଭିକ ଦରରେ କାର ଲୋନ ଦିଆଯିବ । କେବଳ ସେତିକି ନୁହେଁ ବ୍ୟାଙ୍କ ତରଫରୁ କିଛି କାର ମଡେଲ ଉପରେ ଶହେ ପ୍ରତିଶତ ଫାଇନାନ୍ସ ଦିଆଯିବ । ଏହାର ଅର୍ଥ ଆପଣଙ୍କୁ ଡାଉନ ପେମେଣ୍ଟ ମଧ୍ୟ ଦେବାକୁ ପଡ଼ିବ ନାହିଁ ଏବଂ କେବଳ ଟଙ୍କା ଦେଇ ବାଇକ କିଣି ପାରିବେ ।

Leave a Reply