୪୨ କୋଟି ଗ୍ରାହକଙ୍କୁ ଆଲର୍ଟ କଲା ଏସବିଆଇ; ୟୁନୋ ବ୍ୟବହାରକାରୀଙ୍କୁ ହୋଇପାରେ ସମସ୍ୟା

1 min read

ନୂଆଦିଲ୍ଲୀ: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଏସବିଆଇ କୋଟି କୋଟି ଗ୍ରାହକଙ୍କ ପାଇଁ ଆବଶ୍ୟକୀୟ ସୂଚନା ଜାରି କରିଛି । ବ୍ୟାଙ୍କର ସୂଚନା ଅନୁଯାୟୀ INB / YONO / YONO Lite ବ୍ୟବହାର କରୁଥିବା ବ୍ୟାଙ୍କର ଗ୍ରାହକମାନେ ୨୦୨୦ ମସିହା ନଭେମ୍ବର ୨୨ ତାରିଖରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଯଦି ଏହିପରି କିଛି ଘଟେ ତେବେ ଗ୍ରାହକମାନେ ଚିନ୍ତିତ ହେବା ଆବଶ୍ୟକ ନୁହେଁ ।

ଏନେଇ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛି। ବ୍ୟାଙ୍କ ଟ୍ୱିଟରେ ଉଲ୍ଲେଖ କରିଛି ଯେ ନଭେମ୍ବର ୨୨ରେ INB / YONO / YONO Lite ବ୍ୟବହାର କରୁଥିବାବେଳେ ବ୍ୟାଙ୍କର ଗ୍ରାହକମାନେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | ଯଦି ଆପଣ ଏହି ଆପ୍ସ ବ୍ୟବହାର କରନ୍ତି, ତେବେ ଆପଣଙ୍କର କିଛି ବୈଷୟିକ ସମସ୍ୟା ହୋଇପାରେ ।

ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଅପଗ୍ରେଡ୍
ଗ୍ରାହକଙ୍କ ସୁବିଧା ପାଇଁ ଆମେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ପ୍ଲାଟଫର୍ମକୁ ଅପଗ୍ରେଡ୍ କରୁଛୁ ବୋଲି ଏସବିଆଇ ପ୍ରକାଶ କରିଛି । ଯଦି ନଭେମ୍ବର ୨୨ରେ କିଛି ସମସ୍ୟା ଉପୁଜେ ତେବେ ବିରକ୍ତ ହୁଅନ୍ତୁ ନାହିଁ ବୋଲି ଗ୍ରାହକଙ୍କୁ କୁହାଯାଇଛି।

ଆହୁରି ମଧ୍ୟ ଯଦି SBIର NetBanking ମାଧ୍ୟମରେ ଆପଣଙ୍କର କୈାଣସି କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ସମସ୍ୟା ହୋଇପାରେ ।

Leave a Reply