ବ୍ୟାକଫୁଟରେ ପାକିସ୍ତାନ, ସାଉଦି ଆରବକୁ ମନାଇବାକୁ ଯିବେ ସେନା ମୁଖ୍ୟ

1 min read

ନୂଆଦିଲ୍ଲୀ: ପାକିସ୍ତାନ ବିଦେଶ ମନ୍ତ୍ରୀ ମହମ୍ମଦ କ୍ୟୁରେସି ସାଉଦି ଆରବକୁ ନେଇ ଖୋଲାଖୋଲି ଆଲୋଚନା ପରେ ଏବେ ଭାବମୂର୍ତ୍ତି ବଞ୍ଚାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ପାକିସ୍ତାନ ଖବରକାଗଜ ଡନ୍ ଅନୁସାରେ, ପାକ୍ ସେନା ମୁଖ୍ୟ ଆଗାମୀ ସପ୍ତାହରେ ସାଉଦି ଆରବ ଗସ୍ତରେ ଯିବେ । କୁହାଯାଉଛି କାଶ୍ମୀରକୁ ନେଉ ଉଠିଥିବା କୁଟନୈତିକ ବିବାଦକୁ ଶାନ୍ତ କରିବାକୁ ସେନା ମୁଖ୍ୟ ଏହି ଗସ୍ତରେ ଯାଉଛନ୍ତି ।

ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ବହୁ ବର୍ଷ ଧରି ଆର୍ଥିକ, ରଣନୈତିକ ଓ ସେନାକୁ ନେଇ ମଜଭୁତ୍ ବୁଝାମଣା ହେଉଛି । ୨୦୧୮ ମସିହାରେ ପାକିସ୍ତାନ ଋଣ ସୁଝିନପାରିବା ଓ ବିଦେଶ ମୁଦ୍ରା ଭଣ୍ଡାର ଖାଲି ଯୋଗୁଁ ଡିଫଲ୍ଟର ହେବାକୁ ଥିବାବେଳେ ସାଉଦି ଆରବ ସହାୟତା କରିଥିଲା । ସାଉଦି, ପାକିସ୍ତାନକୁ ୩ ଅରବ ଡଲାରର ଋଣ ଓ ୩.୨ ଡଲାରର ଅଏଲ କ୍ରେଡିଟ୍ ଫ୍ୟାସିଲିଟି ଦେଇଥିଲା । ଏହାଦ୍ୱାରା ପାକିସ୍ତାନ ସଂକଟରୁ ମୁକୁଳିଥିଲା ।

କିନ୍ତୁ, ଏବେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସାହ ମହମ୍ମଦ କ୍ୟୁରେସି କାଶ୍ମୀର ପ୍ରସଙ୍ଗରେ ସାଉଦି ଆରବର ନିଷ୍କ୍ରିୟତାକୁ ନେଇ ଆଲୋଚନା କରିଥିଲେ । ତା’ପରଠାରୁ ସାଉଦି ଆରବ ରାଗି କରି ରହିଛି । ଏବେ ପାକିସ୍ତାନକୁ ନେଇଥିବା ଋଣ ପରିଶୋଧ କରିବାକୁ କହିଛି । ମିଳିଥିବା ସୂଚନା ଅନୁସାରେ ଜେନରାଲ କମର ବାଜୱା ରବିବାର ସାଉଦି ଆରବ ଗସ୍ତରେ ଯାଇ ମନାଇବାକୁ ଉଦ୍ୟମ କରିବେ ।

ପାକିସ୍ତାନ ସେନା ମୁଖପାତ୍ର ମେଜର ଜେନରାଲ ବାବର ଇଫ୍ତିକାର ଏହି ଗସ୍ତ ନେଇ ସୂଚନା ଦେଇଛନ୍ତି । ସେନା ମୁଖ୍ୟ ବାଜୱା ସାଉଦି ଆରବ ଗସ୍ତରେ ଯାଉଛନ୍ତି । କିନ୍ତୁ, ଅଧିକାରୀ ସ୍ତରରେ କୁହାଯାଉଛି ଏହି ଗସ୍ତ ପୂର୍ବ ନିର୍ଦ୍ଧାରିତ ଓ ମୁଖ୍ୟତଃ ସୈନ୍ୟ ମାମଲା ସହ ଜଡ଼ିତ ।

ସାଉଦି ଆରବ ଦୁଇ ସପ୍ତାହ ତଳେ ପାକିସ୍ତାନକୁ ୧ ଆରବ ଡଲାରର ଋଣ ପରିଶୋଧ ପାଇଁ ବାଧ୍ୟ କରିଥିଲା । ଯେତେବେଳେ କି ଋଣ ପରିଶୋଧର ଅବଧି ପୂରା ହେବାକୁ ଏବେ ସମୟ ବାକି ଅଛି । ଏଥିପାଇଁ ପାକିସ୍ତାନ ତାର ସହଯୋଗୀ ଚୀନ୍ ଠାରୁ ଉଧାର ନେଇଥିଲା । ସାଉଦି ଆରବ ଏବେ ପାକିସ୍ତାନକୁ ଦେଇଥିବା ଅଏଲ କ୍ରେଡିଟ୍ ଫ୍ୟାସିଲିଟିକୁ ଆଗକୁ ବଢ଼ାଇବା ଉପରେ ଆଲୋଚନା କରୁନାହିଁ ।

ସୂତ୍ର ଅନୁସାରେ, ଜେନରାଲ କମର ବାଜୱାଙ୍କୁ ସାଉଦି ଆରବ ଗୁରୁତ୍ୱ ଦେଉଛି । ଏହି ଗସ୍ତ ବେଳେ ସେ କାଶ୍ମୀର ପ୍ରସଙ୍ଗକୁ ନେଇ ଆଲୋଚନା କରିବେଷ ବାଜୱା ଏହି ଗସ୍ତବେଳେ ସାଉଦି କ୍ରାଉନ୍ ପ୍ରିନ୍ସଙ୍କ ବ୍ୟତୀତ୍ ସଲମାନ ବିନ ଅବ୍ଦୁଲ ଅଜିଜଙ୍କ ସହ କଥାହେବେ ।

ପାକିସ୍ତାନ ବୈଦେଶିକ ମନ୍ତ୍ରୀ ସାହ ମହମ୍ମଦ କ୍ୟୁରେସି ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ସାଉଦ ଆରବକୁ ନେଇ ଚର୍ଚ୍ଚା କରିଥିଲେ । କହିଥିଲେ କାଶ୍ମୀର ପ୍ରସଙ୍ଗକୁ ନେଇ ସାଉଦି ଆରବ ଇସଲାମିକ ସହଯୋଗୀ ସଂଗଠନ ବୈଠକ ଡାକିବାରେ ବିଳମ୍ବ ନକରୁ । ଏଥିସହ ସେ ଧମକ ଦେବା ଢଙ୍ଗରେ କହିଥିଲେ ସାଉଦି ଏପରି ନକଲେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ତାକୁ ସମର୍ଥନ କରୁଥିବା ଦେଶ ସହ ଆଲୋଚନା କରିବ । କାଶ୍ମୀରକୁ ନେଇ ଓଆଇସି ବିଦେଶ ମନ୍ତ୍ରୀ ସ୍ତରରେ ବୈଠକ ଡାକିନାହିଁ । କାରଣ ପାକିସ୍ତାନର ଅନୁରୋଧକୁ ସାଉଦି ଆରବ ସ୍ୱୀକାର କରୁନାହିଁ ।

କ୍ୟୁରେସି ଆହୁରି କହିଛନ୍ତି- ପାକିସ୍ତାନ ସାଉଦି ଆଭ କଥାରେ ଗତବର୍ଷ ଡିସେମ୍ବରରେ କ୍ୱାଲାଲମପୁର ସମ୍ମିଳନୀରେ ଭାଗ ନେଇ ନଥିଲା । ଏବେ ପାକିସ୍ତାନର ମୁସଲମାନ ସାଉଦିଆକୁ କାଶ୍ମୀର ପ୍ରସଙ୍ଗରେ ନେତୃତ୍ୱ ନେବା ପାଇଁ ଦେଖିବାକୁ ଚାହୁଁଛନ୍ତି । କ୍ୟୁରେସିଙ୍କ ପୂର୍ବରୁ ପାକିସ୍ତାନରେ ଅନ୍ୟ କେହି ସାଉଦିକୁ ନେଇ ଏମିତି ଆଲୋଚନା ସର୍ବସାଧାରଣରେ କରିନାହାଁନ୍ତି ।

ପାକିସ୍ତାନ ବିଦେଶ ମନ୍ତ୍ରାଳୟ କ୍ୟୁରେସିଙ୍କ କଥାକୁ ସମର୍ଥନ କରୁଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି- ଲୋକ ଆଶା ରଖିଛନ୍ତି ଜମ୍ମୁ କାଶ୍ମୀର ପ୍ରସଙ୍ଗକୁ ଇସଲାମିକ ସହଯୋଗ ସଂଗଠନ ଅନ୍ତର୍ଜାତୀୟ ମଞ୍ଚରେ ଉପସ୍ଥାପନ କରିବ । ତେବେ, କ୍ୟୁରେସିଙ୍କ ଏହି ବୟାନ ପାକିସ୍ତାନକୁ ଭାରି ପଡ଼ିପାରେ । ସାଉଦି ଆରବ କ୍ରାଉନ୍ ପ୍ରିନ୍ସ ମୁହମ୍ମଦ ୨୦୧୯ ଫେବ୍ରୁଆରୀରେ ପାକିସ୍ତାନ ଆସିଥିଲେ । ସେତେବେଳେ ୨୦ ଅରବ ଡଲାରର ବୁଝାମଣା ହୋଇଥିଲା । ବିଶେଷଜ୍ଞଙ୍କ କହିବା କଥା ପାକିସ୍ତାନ ଏପରି ବିରୋଧ କଲେ ସବୁ ନିବେଶ ସଂକଟରେ ପଡ଼ିଯିବ । କ୍ୟୁରେସିଙ୍କ ମନ୍ତବ୍ୟ ପରେ ପାକିସ୍ତାନ ସେନା ମୁଖ୍ୟ ସାଉଦି ରାଜଦୂତଙ୍କ ସହ କଥାହେବା ପରେ ଗସ୍ତ ନେଇ ଯୋଜନା କରିଥିଲେ ।

Leave a Reply