ଶୀତ ଆସୁଛି, ଚାଲ ଯିବା ସାତକୋଶିଆ

1 min read

ଓଡ଼ିଶାରେ ଆଗଉଛି ପର୍ଯ୍ୟଟନ । ଦେଶ ବିଦେଶର ପର୍ଯ୍ୟଟକଙ୍କୁ ରାଜ୍ୟ ପ୍ରତି ଅଧିକରୁ ଅଧିକ ଆକୃଷ୍ଟ କରିବାପାଇଁ ନିଆଯାଉଛି ପଦକ୍ଷେପ । ତେବେ ଏ ପ୍ରୟାସ ଭିତ୍ତିରେ ସାତକୋଶିଆ ଏକ ନୂଆ ପରିଚୟ ସୃଷ୍ଟି କରିଛି । 

ଆପଣ ୩/୪ବର୍ଷ ତଳେ ବୁଲିଥିବା ଅନୁଗୁଳର ସାତକୋଶିଆ ଏବେ ଅଧିକ ସୁନ୍ଦର ଲାଗୁଛି  । ବିଶେଷ କରି ଶୀତ ଆଗମନରେ ସାତକୋଶିଆ ପର୍ଯ୍ୟଟକଙ୍କୁ ସ୍ୱର୍ଗୀୟ ଅନୁଭବ ଦେଉଛି । 

ଭୁବନେଶ୍ୱରରୁ ୧୧୩କିମି ଦୂରରେ ଥିବା ସାତକୋଶିଆରେ ଏବେ ଆପଣଙ୍କ ମନ ମୋହିବ ଓଡ଼ିଶା ସଂସ୍କୃତିର ନିଚ୍ଛକ ପ୍ରତିଫଳନ । ଯଦି ଆପଣ ଏଠି ଫାୟାର କ୍ୟାମ୍ପ ଭିତରେ ସମୟ କାଟୁଛନ୍ତି ତେବେ ଆପଣଙ୍କୁ ବିମୋହିତ କରିବ ଏଠାକାର ଲୋକନୃତ୍ୟ । ପାହାଡ଼କୁ ଚିରି ଘଞ୍ଚଜଙ୍ଗଲ ଭିତରେ ଯାଇଥିବା ଅଙ୍କାବଙ୍କା ନଈରେ ନୌକାବିହାର କରିବାର ମଜା ବାଧ୍ୟ କରିଛି ପର୍ଯ୍ୟଟକଙ୍କୁ ସାତକୋଶିଆ ପ୍ରତି ଆକର୍ଷିତ ହେବାପାଇଁ । ତା’ ଛଡ଼ା ନଈ ପାଖ ବାଲୁକାରାଶିରେ ତମ୍ବୁ ଟାଣି ଛୁଟି ମନାଇବା ଏବଂ ନଈ କୂଳେ କୂଳେ ଜଙ୍ଗଲ ଭିତରେ ସାଇକ୍ଲିଂ କରିବାର ଖୁସି ଅବ୍ୟକ୍ତ ।

')}

Leave a Reply