ସାରୁଅ ଷ୍ଟୁଡିଓ ଠିକା କର୍ମଚାରୀଙ୍କ ଆନ୍ଦୋଳନ ମାମଲା, ପକ୍ଷ ନରଖି ସମୟ ମାଗିଲା ଓଟିଭି

Sarua Studio Labour Strike Case, Labour Commission Records Contract Labours Statements

ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅ ଷ୍ଟୁଡିଓ ଠିକା କର୍ମଚାରୀଙ୍କ ଆନ୍ଦୋଳନ ମାମଲା । ଶ୍ରମ ବିଭାଗ ନିକଟରେ ଓଟିଭି ଗ୍ରୁପ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟାଇମ୍ ପିଟିସନ ଦାଖଲ ହୋଇଛି । ୧୦ ଦିନ ସମୟ ମାଗିଛନ୍ତି ଓଟିଭି ଗ୍ରୁପ୍ କର୍ତ୍ତୃପକ୍ଷ । ଆଜି ଡିଭିଜନାଲ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ମିଳିତ ଆଲୋଚନା ପାଇଁ ଉଭୟ ପକ୍ଷଙ୍କୁ ନୋଟିସ୍ ହୋଇଥିଲା । ପ୍ରତିନିଧିଙ୍କ ଜରିଆରେ ଓଟିଭି ଗ୍ରୁପ୍ କର୍ତ୍ତୃପକ୍ଷ ଟାଇମ୍ ପିଟିସନ ଦାଖଲ କରିଛନ୍ତି । ପରବର୍ତ୍ତୀ ନିଷ୍ପତ୍ତି ଶ୍ରମ କମିଶନର ନେବେ ।

Sarua Studio Labour Strike Case, Labour Commission Records Contract Labours Statements

ସେପଟେ ଆନ୍ଦୋଳନରତ ଠିକା କର୍ମଚାରୀଙ୍କ ପ୍ରତିନିଧିଙ୍କ ଠାରୁ ଦୀର୍ଘ ୬ ଘଣ୍ଟାର ବୟାନ ରେକର୍ଡ କରିଛନ୍ତି ଡିଭିଜନାଲ ଶ୍ରମ ଆୟୁକ୍ତ । ଓଟିଭିର ସାରୁଅ ଷ୍ଟୁଡିଓରେ ମୋଟ ୩୩ ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ । ସେମାନଙ୍କ ମଧ୍ୟରୁ ୨୪ ଜଣ ଓଟିଭିରୁ ଦରମା ପାଉଥିବା ବେଳେ ୯ ଜଣ କର୍ମଚାରୀ ଥାର୍ଡ ପାର୍ଟି ଜରିଆରେ ଦରମା ପାଉଥିଲେ । ଆଜି ନିଯୁକ୍ତି ଓ ଦରମା ସମ୍ପର୍କିତ କାଗଜପତ୍ର ପଇଠ କରିଛନ୍ତି କର୍ମଚାରୀ ।

Sarua Studio Labour Strike Case, Labour Commission Records Contract Labours Statements

ତେବେ ଉଭୟ ପକ୍ଷଙ୍କୁ ସାମ୍ନା ସାମ୍ନି ପଚରାଉଚରା କରିବା ପାଇଁ ନୋଟିସ୍ କରିଥିଲେ ଡିଭିଜନାଲ ଶ୍ରମ ଆୟୁକ୍ତ । କିନ୍ତୁ ବାତାବରଣ ଠିକ୍ ନଥିବା ଦର୍ଶାଇ ଓଟିଭି କର୍ତ୍ତୃପକ୍ଷ ୧୦ ଦିନ ସମୟ ମାଗିଛନ୍ତି । ଏନେଇ କେବଳ କର୍ମଚାରୀ ମାନଙ୍କ ବୟାନ ରେକର୍ଡ କରିଛନ୍ତି ଡିଭିଜନାଲ ଶ୍ରମ ଆୟୁକ୍ତ । ଆଗକୁ ଯଦି ଓଟିଭି କର୍ତ୍ତୃପକ୍ଷ ନିଜର ପକ୍ଷ ନରରଖନ୍ତି ତା’ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଭିଜନାଲ ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀ ।

Leave a Reply