୧୫ ଦିନ ହେଲା ଧାରଣାରେ କର୍ମଚାରୀ, ନିଦରେ ନିଦାବିଷ୍ଣୁ କମ୍ପାନୀ

OTV

ଖୋର୍ଦ୍ଧା: ତୁଟୁନି ସାରୁଅ ବିବାଦ । ଲଗାତର ୧୫ ଦିନ ଧରି, ଖୋର୍ଦ୍ଧା ସାରୁଅ ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଧାରଣା ଜାରି ରହିଛି । ହେଲେ ଓଡିଶା ଇନଫ୍ରାଟେକ୍ ଲିମିଟେଡର ଏଥିପ୍ରତି ନିଘା ନାହିଁ । ଆସନ୍ତା ୧୮ ତାରିଖରେ ଶ୍ରମ ଅଧିକାରୀଙ୍କ ପାଖରେ ଦ୍ୱିପାକ୍ଷିକ ଆଲୋଚନା ହେବ । ଗତ ୧୧ ତାରିଖରେ ଭୁବେନେଶ୍ୱର ଡିଭିଜନାଲ ଉପଶ୍ରମ ଆୟୁକ୍ତ ଉଭୟ ପକ୍ଷକୁ ନୋଟିସ ଦେଇ ସମାଧାନ ପାଇଁ ଡକାଇଥିଲେ । ହେଲେ ଓଡ଼ିଶା ଇନଫ୍ରାଟେକ୍‌ କର୍ତ୍ତୃପକ୍ଷ ଆସିନଥିଲେ ।

୧୦ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ଉପଶ୍ରମ ଆୟୁକ୍ତ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିଶ୍ରୁତି ଅନୁସାରେ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଯାଇନାହିଁ । କଂପାନି ପ୍ରତିଶ୍ରୁତିରେ ଖିଲାପ କରିବା ସହ ଲକଡାଉନ୍‌ ସମୟରେ ଟଙ୍କାଟିଏ ବି ଦରମା ଦେଇନଥିଲା । ଅନୁସୂଚିତ ଜାତିଙ୍କଠାରୁ ଚଞ୍ଚକତା କରି ଜମି କିଣା ଯାଇଥିବା ଗ୍ରାମବାସୀ ଜିଲ୍ଲାପାଳଙ୍କ ଆଗରେ ଅଭିଯୋଗ କରିଥିଲେ ।

ଏହି ଅଭିଯୋଗକୁ ପ୍ରତ୍ୟାହାର କରିବାକୁ କଂପାନୀ ନିର୍ଦ୍ଦେଶ ଦେଇଥିଲା । ଅଭିଯୋଗ ପ୍ରତ୍ୟାହାର ନକରିବାରୁ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ବୋଲି ଅଭିଯୋଗ ହୋଇଛି । ଏଭଳିକି ଭୁବନେଶ୍ୱରରେ ରାଜଭବନ ଆଗରେ ଧାରଣା ଦେଇଥିଲେ ଠିକା କର୍ମଚାରୀ । ଏହାସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ ।

୫ଦଫା ଦାବି ନେଇ ରାଜଭବନ ଆଗରେ ଠିକା କମର୍ଚାରୀ ଧାରଣାରେ ବସିଥିଲେ । ସାରୁଅରେ ଚାଲିଥିବା ଆନ୍ଦୋଳନରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଠିକା କର୍ମଚାରୀ । ତୁରନ୍ତ ସେମାନଙ୍କୁ ଉପଯୁକ୍ତ ଦରମା ସହିତ ସ୍ଥାୟୀ ନିଯୁକ୍ତି ଦିଆଯାଉ ବୋଲି ଦାବି ହୋଇଛି । ପ୍ରାୟ ୬ବର୍ଷ କାମ କଲା ପରେ ବି କାର୍ଯ୍ୟଦକ୍ଷତାରେ ପ୍ରଶ୍ନ ଉଠାଇ ଚାକିରିରୁ ବହିଷ୍କାର ପରେ ସାରୁଅ ଷ୍ଡୁଡିଓ ଆଗରେ ଧାରଣା ଦେଇଛନ୍ତି ଠିକା କର୍ମଚାରୀ । ଏଥିରେ ବୈଜୟନ୍ତ ପଣ୍ଡାଙ୍କ ଶ୍ୱଶୁର ଏବଂ ଶଳା ହସ୍ତକ୍ଷେପ କରିବା ସହ ଠିକା କର୍ମଚାରୀଙ୍କୁ ଧମକ ଦେଇଆସୁଛନ୍ତି । ବୈଜୟନ୍ତଙ୍କ ଶ୍ୱଶୁର ରଣଧୀର ସିଂ ସେମାନଙ୍କୁ ମିଛ ଅଭିଯୋଗରେ ଫସାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି ।

Leave a Reply