ସାରୁଅ ଜମି କେଳେଙ୍କାରୀ ମାମଲା: EOWରେ ହାଜର ହେଲେ ଓଆଇପିଏଲ୍ ନିର୍ଦ୍ଦେଶକ

1 min read

ଖୋର୍ଦ୍ଧା: ସାରୁଅ ଜମି କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚ ଇଓଡବ୍ଳ୍ୟୁ ହାଜର ହେଇଛନ୍ତି ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ନିହାର ଭୂୟାଁ । ସେ ଓଟିଭିର ସିଓଓ ପଦବୀରେ ମଧ୍ୟ ଅଛନ୍ତି । ପୂର୍ବରୁ ୨ ଥର ନୋଟିସ ସତ୍ତ୍ୱେ ବିଭିନ୍ନ ଆଳ ଦେଖାଇ ନିହାର ହାଜର ହୋଇନଥିଲେ । ତୃତୀୟ ଥର ନୋଟିସ ପରେ ଆଜି ହାଜର ହୋଇଛନ୍ତି ନିହାର । ଜମି କେଳେଙ୍କାରୀ ମାମଲାରେ ଇଓଡବ୍ଲୁ ନିହାର ଭୂୟାଁଙ୍କୁ ଜେରା କରାଯାଉଛି । OIPL ବିରୋଧରେ ସାରୁଅରେ ଦଳିତଙ୍କ ଜମି ହଡ଼ପ ଅଭିଯୋଗ ରହିଛି । ଓଟିଭି ଗ୍ରୁପ୍‌ର ଅନ୍ୟ ଏକ ସଂସ୍ଥା ହେଉଛି OIPL । ପୂର୍ବରୁ OIPLର ଦୁଇ ଜଣ ପୂର୍ବତନ ନିର୍ଦ୍ଦେଶକଙ୍କୁ ଜେରା ହୋଇଥିଲା । ମନୋରଞ୍ଜନ ଷଡ଼ଙ୍ଗୀ ଓ ବିଭୁ ରଥଙ୍କୁ ପଚରାଉଚରା କରିଥିଲା ଇଓଡବ୍ଳ୍ୟୁ । ପଚରାଉଚରା ପରେ ମନୋରଞ୍ଜନ ଷଡ଼ଙ୍ଗୀ ଗିରଫ ହୋଇଥିଲେ  । ଶାରୀରିକ ଅସୁସ୍ଥତା ଯୋଗୁଁ ମନୋରଞ୍ଜନଙ୍କୁ ଜାମିନ ମିଳିଛି । ମନୋରଞ୍ଜନଙ୍କ ସହ OIPLର ଏକଜିକ୍ୟୁଟିଭ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରାଯାଇଥିଲା । ଏବେ ଜେଲରେ ଅଛନ୍ତି ଶିବ ପ୍ରସାଦ ଶ୍ରୀଚନ୍ଦନ ।

Leave a Reply