ସାରୁଓ ଜମି କେଳେଙ୍କାରୀ: ୧୯ ଦିନରେ ପହଞ୍ଚିଲା ଠିକା କର୍ମଚାରୀଙ୍କ ଧାରଣା

ଭୁବନେଶ୍ୱର: ସାରୁଅରେ ଚାଲିଥିବା ଠିକା କର୍ମଚାରୀଙ୍କ ଧାରଣା ୧୯ ଦିନରେ ପହଞ୍ଚିଛି । ୫ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି ଠିକା କର୍ମଚାରୀ । ସ୍ଥାୟୀ ନିଯୁକ୍ତି, ୧୫ ହଜାର ଟଙ୍କା ଦରମା ଭଳି ବିଭିନ୍ନ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ଠିକା କର୍ମଚାରୀ । ତେବେ ଗତକାଲି ଭୁବନେଶ୍ୱର ଯୁଗ୍ମ ଶ୍ରମ ଅଧିକାରଙ୍କ କାର୍ଯ୍ୟଳାୟରେ ଆଲୋଚନା ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଆଲୋଚନାରେ ମଧ୍ୟସ୍ଥତା କରିଥିଲେ ଡିଭିଜନାଲ ଲେବର କମିଶନର ।

ଠିକା କର୍ମଚାରୀଙ୍କ ପକ୍ଷରୁ ୪ଜଣ ଓ ଓଟିଭି ପକ୍ଷରୁ ଏଚ୍ଆର ମୁଖ୍ୟ ପାର୍ଥ ନନ୍ଦିଙ୍କ ସହ ଦୁଇଜଣ ଉପସ୍ଥିତ ଥିଲେ । ଆଲୋଚନା ସମୟରେ ଶ୍ରମିକଙ୍କ ଉପସ୍ଥାନ ଓ ମଜୁରୀ ସମ୍ପର୍କିତ ମଷ୍ଟରରୋଲ ଆଣିବାକୁ କୁହାଯାଇଥିଲେ ହେଁ ଓଟିଭି ପ୍ରତିନିଧି କୌଣସି ନଥିପତ୍ର ସାଙ୍ଗରେ ଆଣିନଥିଲେ । ଫଳରେ ଆଲୋଚନାରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା। ଫଳରେ ଆସନ୍ତା ୨୬ତାରିଖରେ ଅନ୍ତିମ ତଥା ଶେଷ ସୁଯୋଗ ଦେଇଛନ୍ତି  ଡିଭିଜିନାଲ ଲେବର କମିଶନର । ସେପଚେ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଠିକା କର୍ମଚାରୀ ଚେତାବନୀ ଦେଇଛନ୍ତି।

Leave a Reply