ସରୋଜ ପରିବାର ଜାଣିଥିଲା ହତ୍ୟାର ପୁରା କାହାଣୀ, ଜେରା ବେଳେ ରାଗିଯାଉଛି ପୁଣି କାନ୍ଦୁଛି ଅଭିଯୁକ୍ତ..

Arun Bothra

ନୟାଗଡ଼: ପେଟରେ ଲୁଚାଇଥିଲେ ପୁଅର ପାପ କାହାଣୀ । ପରୀ ହତ୍ୟା ସଂପର୍କରେ ଜାଣିଥିଲେ ଅଭିଯୁକ୍ତ ସରୋଜର ପରିବାର । ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପରୀ ହତ୍ୟା ଖବର ଉପରେ ନଜର ରଖିଥିଲା ସରୋଜ ।

ମୃତଦେହ ଉଦ୍ଧାର ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ପୋଷ୍ଟମର୍ଟମ ରିପୋର୍ଟରେ ହାଡ଼ ମିସିଙ୍ଗ ହୋଇଥିବା ଉଲ୍ଲେଖ ନାହିଁ । ପରୀ ମୃତଦେହର କିଛି ହାଡ଼ ନଥିବା ଖବରକୁ ଅସ୍ୱୀକାର କରିଛନ୍ତି ବୋଥ୍ରା । ଡିଏନ୍‌ଏରୁ ଜଣାପଡ଼ିଥିଲା ତାହା ପରୀର କଙ୍କାଳ ବୋଲି । ମୃତଦେହର ଡିଏନଏ ନେବା ପାଇଁ କିଛି ହାଡ଼ ନିଆଯାଇଥିଲା । ସେହି ହାଡ଼ ଡିଏନ୍‌ଏ ପାଇଁ ଲାବରେଟୋରୀ ପଠାଯାଇଥିଲା । ଲାବରେଟୋରୀରେ ସେହି ହାଡ଼ ସବୁ ମହଜୁଦ ଅଛି । ତେବେ ଏଯାଏ ତଦନ୍ତ ସରିନାହିଁ ବୋଲି ବୋଥ୍ରା କହିଛନ୍ତି ।

ଲେଗିଙ୍ଗ୍‌ସରେ ଦାଗ ଅଛି କି ନାହିଁ ତା’ର ତଦନ୍ତ ହେବ । ଲେଗିଙ୍ଗ୍ସକୁ ପରୀକ୍ଷା ପାଇଁ ପଠାଯାଇଛି । ଜବତ ଗାମୁଛାରେ ରକ୍ତ ଦାଗ ଲାଗିଛି । ସେହି ରକ୍ତ ଲାବରେଟୋରୀରେ ଯାଞ୍ଚ ହେବ । ଯାଞ୍ଚ ପରେ ଅଭିଯୁକ୍ତ କଥାର ସତ୍ୟତା ଜଣାପଡ଼ିବ । ହତ୍ୟା ମାମଲାରେ ଅଙ୍ଗ ତସ୍କରୀକୁ ପୁଣି ଥରେ ଅସ୍ୱୀକାର କରିଛନ୍ତି ବୋଥ୍ରା । ଯେଉଁମାନଙ୍କ ନାମରେ ଅଭିଯୋଗ ଆସିଥିଲା ତଦନ୍ତ କରାଯାଇଛି । ସେମାନଙ୍କ ପାଖରୁ କିଛି ବି ମିଳିନାହିଁ । ପଚରାଉଚରା ବେଳେ ଇମୋସନାଲ ହୋଇପଡ଼ୁଛି ସରୋଜ । କେତେବେଳେ ଭୁଲ କରିଛି ବୋଲି କହୁଛି ତ ଆଉ କେତେବେଳେ ରାଗିଯାଉଛି । ଏନେଇ ଖୋଦ୍‌ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।

Pocso Court Grants 3 Day Remand To Pari Murder Accused

ସୂଚନାଯୋଗ୍ୟ, ଗୁରୁବାର ଯଦୁପୁରରେ କ୍ରାଇମ ସିନ୍ ରିକ୍ରିଏସନ୍ କରିଛି ଏସ୍‌ଆଇଟି । କିଭଳି ନିଷ୍ପାପ ଶିଶୁ ସହିତ ଜଘନ୍ୟ କାଣ୍ଡ ଭିଆଇଥିଲା, ସେନେଇ ସରୋଜ ଦେଖାଇଛି ଡେମୋ । ଯାହାକୁ ଜାଣିଲେ ଯେକୌଣସି ବ୍ୟକ୍ତିର ଛାତିଥରି ଉଠିବ । ଜୁଲାଇ ୧୩ରେ କେମିତି ରଚାଯାଇଥିଲା ଏହି ଜଘନ୍ୟ କାଣ୍ଡ, ଆଉ ପ୍ରଥମେ ଘର ଭିତରେ ତା’ ସହ କ’ଣ କଲା । କିଭଳି ପରୀ ସହ ଦୁଷ୍କର୍ମ ଉଦ୍ୟମ ଓ ତଣ୍ଟି ଚିପି ହତ୍ୟା କରିଥିଲା ସେନେଇ ଡେମୋ ଦେଖାଇଛି ସରୋଜ । ଏହାବ୍ୟତୀତ ପରବର୍ତ୍ତୀ ସମୟରେ କିପରି ମୃତଦେହକୁ ଅଖା ଭିତରେ ପୂରାଇ ପୋଖରୀ ହୁଡାରେ ଫୋପାଡି ଦେଇଥିଲା । ସେ ସମ୍ପର୍କରେ ସମ୍ପୂର୍ଣ୍ଣ ଘଟଣା ବଖାଣିଛି ।

Jadupur Villagers Alleged BJP Doing Politics On Pari Case

ଉଲ୍ଲେଖଯୋଗ୍ୟ, ନୟାଗଡ଼ ପରୀ ହତ୍ୟା ମାମଲାରେ ଚାର୍ଜସିଟ୍‌ ଦାଖଲ କରିବା ଲାଗି ହାଇକୋର୍ଟ ଆଜି ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୨ରେ ହେବ ବୋଲି ଜଣାପଡିଛି । ସରୋଜର ରିମାଣ୍ଡ ଅବଧି ସରିଥିବା ଏବଂ ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ତଦନ୍ତ ଆଗେଇ ଥିବାରୁ ଚାର୍ଜସିଟ୍ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply