ଆଜି ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ ଶରଦ ଅରବିନ୍ଦ ବୋବଡ଼େ

1 min read

ନୂଆଦିଲ୍ଲୀ: ଦେଶର ୪୭ତମ ପ୍ରଧାନ ବିଚାରପତି ଭାବେ ସୋମବାର ଶରଦ ଅରବିନ୍ଦ ବୋବଡେ ଶପଥ ନେବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଚାରପତି ବୋବଡେଙ୍କୁ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରାଇବେ । ଗତକାଲି ବିଚାରପତି ରଞ୍ଜନ ଗୋଗଇଙ୍କ କାର୍ଯ୍ୟକାଳ ସମାପ୍ତ ହେଲା ।

ପ୍ରଧାନ ବିଚାରପତି ହେବା ପୂର୍ବରୁ ବୋବଡ଼େ ଅନେକ ଗୁଡ଼ିଏ ଐତିହାସିକ ଫଇସଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି । ଆଗାମୀ ଦିନରେ ବୋବଡ଼େଙ୍କ ପାଇଁ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ଫଇସଲା ଶୁଣାଇବାର ଅଛି । ସେ ଅଯୋଧ୍ୟା ସମେତ ଗୋପନୀୟତା ଭଳି ଗୁରୁତ୍ୱପୂର୍ଣ୍ଣ ଫଇସଲାରେ ସାମିଲ ଅଛନ୍ତି ।

ନିକଟରେ ବହୁଚର୍ଚ୍ଚିତ ଅଯୋଧ୍ୟାର ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ନେଇ ଫଇସଲାରେ ସେ ୫ ଜଣିଆ ଖଣ୍ଡପୀଠରେ ସାମିଲ ଥିଲେ । ବୋବଡେ (୬୩ ବର୍ଷ) ୪୬ତମ ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କର ସ୍ଥାନ ନେବେ । ')}

Leave a Reply