ଡ୍ରଗ୍ସ ସେବନକୁ ସାରାଙ୍କ ନାଁ, କହିଲେ ‘ମୁଁ କେବଳ ସୁଶାନ୍ତଙ୍କ ସହ ସ୍ମୋକ୍‌ କରିଛି’…

ମୁମ୍ବାଇ: ଏନସିବିର ପଚରାଉଚରା ବେଳେ ଅଭିନେତ୍ରୀ ସାରା ଅଲ୍ଲି ଖାନ ଡ୍ରଗ୍ସ ସେବନ କରିବା ଘଟଣାକୁ ଖଣ୍ଡନ କରିଛନ୍ତି । ଶ୍ରଦ୍ଧା କପୁରଙ୍କ ପରି ସେ ମଧ୍ୟ ଡ୍ରଗ୍ସ ବିବାଦରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି । ବଲିଉଡ୍‌ରେ ଡ୍ରଗ୍ସ କାରବାର ନେଇ ସାରାଙ୍କୁ ଏନସିବି ଅନେକ ପ୍ରକାରର ପ୍ରଶ୍ନ କରିଛି । କିନ୍ତୁ ସାରା କହିଛନ୍ତି ଯେ, ସେ କେବେବି ଡ୍ରଗ୍ସ  ନେଇ ନାହାଁନ୍ତି ।

ସୂଚନାଅନୁଯାୟୀ, ସାରା ଅଲ୍ଲୀ ଖାନ୍‌ କେବେ ବି ଡ୍ରଗ୍ସ ସେବନ କରିନାହାନ୍ତି ବୋଲି କହିଛନ୍ତି । କିନ୍ତୁ ସେ ଧୂମପାନ କରିଥିବା ସ୍ୱୀକାର କରିଛନ୍ତି । ସେ କହିଛନ୍ତି, କେଦାରନାଥ ଫିଲ୍ମ ସୁଟିଂ ବେଳେ ସେ ସୁଶାନ୍ତ ସିଂ ରାଜପୁତଙ୍କ ନିକଟତର ହୋଇଥିଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ବଣ୍ଡିଂ ଭଲ ଥିଲା । ଦୁହେଁ ଏକାଠି ଧୂମପାନ କରୁଥିଲେ । କିନ୍ତୁ ରିୟା ଚକ୍ରବର୍ତ୍ତୀ କହିଥିଲେ, ସୁଶାନ୍ତଙ୍କ ସହ ମିଶି ସାରା ଅଲ୍ଲୀ ମଧ୍ୟ ଡ୍ରଗ୍ସ ନେଉଥିଲେ । ରିୟାଙ୍କ ଅଭିଯୋଗ ପରେ ହିଁ ସାରାଙ୍କୁ ଏନ୍‌ସିବି ରାଡାରକୁ ଆଣିଥିଲା । କିନ୍ତୁ ଏବେ ସାରା ସ୍ପଷ୍ଟ ଭାବେ ଡ୍ରଗ୍ସ ନେବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଅନ୍ୟପଟେ ସୁଶାନ୍ତଙ୍କ ଫାର୍ମ ହାଉସ୍‌ର ବୋଟ୍‌ ମ୍ୟାନ୍‌ ବୟାନ୍‌ ଦେଇଛି ଯେ, ସାରା ଅଲ୍ଲୀ ଖାନ ଅଭିନେତାଙ୍କ ସହ ସେଠାକୁ ଆସୁଥିଲେ ଏବଂ ପାର୍ଟିରେ ମଧ୍ୟ ସାମିଲ ହେଉଥିଲେ । ଯେତେବେଳେ ଏନସିବି ଏହି ପ୍ରଶ୍ନ ସାରାଙ୍କ ସାମ୍ନାରେ ରଖିଲା, ସେତେବେଳେ ପାର୍ଟିକୁ ଯିବା କଥା ସାରା ସ୍ୱୀକାର କରିଥିଲେ କିନ୍ତୁ ଡ୍ରଗ୍ସ ସେବନ ନେଇ ମୁଁହ ଖୋଲି ନଥିଲେ ।

ତେବେ ସାରା ଡ୍ରଗ୍ସ ସେବନ ଘଟଣାଠାରୁ ନିଜକୁ ଯେତେ ଦୂରେଇକି ରଖିଲେ ମଧ୍ୟ ଅଧିକ ଦିନ ପର୍ଯ୍ୟନ୍ତ ବର୍ତ୍ତିପାରିବେ ନାହିଁ ବୋଲି ଆଶଙ୍କା କରାଯାଉଛି । କାରଣ ସୁଶାନ୍ତଙ୍କ ଫାର୍ମ ହାଉସ୍‌ର ବୋଟ୍‌ ମ୍ୟାନ୍‌ ବୟାନ୍‌ ଦେଇଛି ଯେ, ସାରା ଯେଉଁ ପାର୍ଟିରେ ସାମିଲ ହୁଅନ୍ତି ସେହି ପାର୍ଟିରେ ଡ୍ରେଗ୍ସ ସେବନ ମଧ୍ୟ କରାଯାଏ ।

Leave a Reply