ସାଣ୍ଡଲଉଡ ଡ୍ରଗ୍ସ କେସ: ବିବେକ ଓବୋରୟଙ୍କ ସ୍ତ୍ରୀଙ୍କୁ ସିଟି କ୍ରାଇମ ବ୍ରାଞ୍ଚ ପଠାଇଲା ନୋଟିସ

ନୂଆଦିଲ୍ଲୀ: ସାଣ୍ଡଲଉଡ ଡ୍ରଗ୍ସ କେସରେ ବର୍ତ୍ତମାନ ଯାଏ ଅନେକ ବଡ଼ ବଡ଼ ନାଆ ସାମ୍ନାକୁ ଆସିଛି । କିଛି ଡ୍ରଗ୍ସ ପେଡେଲାର ଗିରଫ ମଧ୍ୟ ହୋଇସାରିଲେଣି । ଏହା ସହିତ ଅଭିନେତ୍ରୀ ରାଗିନୀ ଦ୍ୱିବେଦୀ ଏବଂ ସଞ୍ଜନା ଗଲରାନୀଙ୍କୁ ଗିରଫ ମଧ୍ୟ କରାଯାଇଛି । କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲୱାଙ୍କ ପୁଅ ଆଦିତ୍ୟ ଅଲୱାଙ୍କ ଉପରେ ମଧ୍ୟ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଗାୟକ ଏବଂ ଅଭିନେତାଙ୍କୁ କଥିତ ରୂପରେ ଡ୍ରଗ୍ସ ସପ୍ଲାଇ କରିବାର ଅଭିଯୋଗ ରହିଛି ।

ବର୍ତ୍ତମାନ ସାଣ୍ଡଲଉଡ ଡ୍ରଗ୍ସ କେସରେ ଭାଇ ଆଦିତ୍ୟ ଅଲୱାଙ୍କ କନେକସନକୁ ନଜରରେ ରଖି ବାଙ୍ଗାଲୁରୁର କ୍ରାଇମବ୍ରାଞ୍ଚ ପ୍ରିୟଙ୍କା ଅଲୱା ଓବୋରୟଙ୍କୁ ନୋଟିସ ପଠାଇଛନ୍ତି ।

ବିବେକ ଓବରୟଙ୍କ ଘରେ ପୋଲିସର ରେଡ୍

ସୂଚନା ଅନୁଯାୟୀ ବିବେକ ଓବରୟଙ୍କ ଘରେ ବାଙ୍ଗାଲୁରୁ ପୋଲିସ ରେଡ କରିଥିଲା । ଏହି ରେଡ ବିବେକ ଓବୋରୟଙ୍କ ଶଳା ଆଦିତ୍ୟ ଅଲୱାଙ୍କ ମାମଲାରେ କରାଯାଇଥିଲା । ବାଙ୍ଗାଲୁରୁ ପୋଲିସ ସର୍ଚ୍ଚ ୱାରେଣ୍ଟ ନେଇ ବିବେକ ଓବରୟଙ୍କ ଜୁହୁ ସ୍ଥିତ ବାସଭବନରେ ପହଞ୍ଚିଥିଲା । ବିବେକଙ୍କ ଘରେ ବାଙ୍ଗାଲୁରୁ ପୋଲିସର ସେଣ୍ଟ୍ରାଲ କ୍ରାଇମବ୍ରାଞ୍ଚ ଟିମ ୨.୫ ଘଣ୍ଟା ଧରି ଛାନବିନ କରିଥିଲା । ସିସିବିର ଟିମରେ ଦୁଇ ଜଣ ଇନ୍ସପେକ୍ଟର ଏବଂ ଜଣେ ମହିଳା ଅଧିକାରୀ ସାମିଲ ଥିଲେ । ବିବେକଙ୍କ ଘରେ ପୋଲିସ କର୍ମଚାରୀ ମାନେ ଦିନ ପ୍ରାୟ ଗୋଟେରେ ପହଞ୍ଚିଥିଲେ ।

ଜଣେ ପୋଲିସ ଅଫିସର ଏହି ରେଡକୁ ନେଇ କହିଥିଲେ ଯେ, ‘ଆଦିତ୍ୟ ବର୍ତ୍ତମାନ ଫେରାର ଅଛନ୍ତି । ବିବେକ ଓବୋରୟ ତାଙ୍କ ସମ୍ପର୍କୀୟ ଅଟନ୍ତି ଏବଂ ଆମକୁ ସୂଚନା ମିଳିଛି ଯେ, ଆଦତ୍ୟ ତାଙ୍କ ଘରେ ଲୁଚିଛନ୍ତି । ତେଣୁ ଆମେ ଚେକ କରିବା ପାଇଁ ଆସିଥିଲୁ । ଏଥିପାଇଁ କୋର୍ଟରୁ ସର୍ଟ୍ଟ ୱାରେଣ୍ଟ ଅଣାଯାଇଥିଲା ଏବଂ ଆମ କ୍ରାଇମବ୍ରାଞ୍ଚ ଟିମ ବାଙ୍ଗାଲୁରୁରୁ ମୁମ୍ବାଇ ତାଙ୍କ ଘରକୁ ଆସିଥିଲେ ।

Leave a Reply