କୃଷକ ଆନ୍ଦୋଳନ: ୫ ରାଜ୍ୟର ନିର୍ବାଚନରେ ବିଜେପି ବିରୋଧରେ ପ୍ରଚାର କୃଷକ ମୋର୍ଚ୍ଚା

1 min read

ନୂଆଦିଲ୍ଲୀ: ଆସନ୍ତା ମାସରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଆରମ୍ଭ ହେବ । ବିଜେପି ଏହି ରାଜ୍ୟରେ ଜୋରସୋରେ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି । କେରଳ, ପୁଡୁଚେରୀରେ ବିଜେପି ନିଜର ପତିଆରା ବିସ୍ତାର କରିବାକୁ ଚେଷ୍ଟା କରୁଥିବା ବେଳେ ଆସାମ ଓ ପଶ୍ଚିମବଙ୍ଗରେ ଦଳର ସ୍ଥିତି ବିରୋଧୀଙ୍କ ପାଇଁ ମୁଣ୍ଡ ବ୍ୟାଥରା କାରଣ ପାଲଟିଛି । ଏହାରି ମଧ୍ୟରେ ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ଘୋଷଣା ହୋଇଛି ଯେ, ପାଞ୍ଚ ରାଜ୍ୟର ନିର୍ବାଚନରେ ବିଜେପିକୁ ଭୋଟ ନ ଦେବାକୁ ଅପିଲ କରିବ ।

ସ୍ୱରାଜ ଇଣ୍ଡିଆର ସଂସ୍ଥାପକ ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ୧୦ ଟ୍ରେଡ୍ ସଂଗଠନ ସହିତ ଆଲୋଚନା ହୋଇଛି । ସରକାର ସାର୍ବଜନିକ କ୍ଷେତ୍ରର ଯେଉଁ ଘରୋଇକରଣ ହେଉଛି ତାହା ବିରୋଧରେ ୧୫ ମାର୍ଚ୍ଚକୁ ପୂରା ଦେଶର ଶ୍ରମିକ ଏବଂ କର୍ମଚାରୀ ରାଜରାସ୍ତାକୁ ଓହ୍ଲାଇବେ ଏବଂ ରେଳ ଷ୍ଟେସନ ବାହାରକୁ ଯାଇ ଧାରଣା ଦେବେ । ସେ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରାଯାଇଛି । କେନ୍ଦ୍ର ସରକାରରେ ହରିୟାଣାର ଯେଉଁ ୩ ଜଣ କେନ୍ଦ୍ରମନ୍ତ୍ରୀ ଅଛନ୍ତି, ସେମାନଙ୍କୁ ସେମାନଙ୍କ ଗ୍ରାମକୁ ପ୍ରବେଶ ଉପରେ ରୋକ ଲଗାଯିବ ।

୧୧ଟାରୁ ୪ ଯାଏଁ ଏକ୍ସପ୍ରେସ୍ ଓ୍ୱେ ରୋକାଯିବ

ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ମିଳିତ କୃଷକ ମୋର୍ଚ୍ଚାର ଆଜିର ବୈଠକରେ ଆଗାମୀ ୧୫ ମାର୍ଚ୍ଚ ଯାଏଁ ଦଳର କାର୍ଯ୍ୟକ୍ରମ ନିର୍ଦ୍ଦାରଣ ହୋଇସାରିଛି ।  ୬ ମାର୍ଚ୍ଚକୁ ଯେତେବେଳେ ବିରୋଧ ପ୍ରଦର୍ଶନର ୧୦୦ ଦିନ ପୂରଣ ହେବ, ସେତେବେଳେ ସକାଳ ୧୧ଟାରୁ ସନ୍ଧ୍ୟା ୪ଟା ଯାଏଁ କୁଣ୍ଡଳି-ମାନେସର-ପଲବଲ ଏକ୍ସପ୍ରେସ ଓ୍ୱେ’ର ଅଲଗା ଅଲଗା ସ୍ଥାନରେ ଅଟକାଯିବ ।

ଏଥିସହିତ ପଢ଼ନ୍ତୁ: Hurun Global Rich List 2021: ଅଷ୍ଟମ ସ୍ଥାନରେ ଅମ୍ୱାନୀ, ବିଲେନିୟର୍‌ କ୍ଳବ୍‌ରେ ଆଉ ୫୦ ଜଣ ସାମିଲ

 

Leave a Reply