Samsungର ନୂଆ ସ୍ମାର୍ଟଫୋନରେ ପପ୍-ଅପ୍ ସ୍ପିକର ଓ ଫ୍ଲେକ୍ସିବଲ୍ ଡିସପ୍ଲେ ! ଜାଣନ୍ତୁ

1 min read

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ କମ୍ପାନୀଗୁଡିକ ସବୁବେଳେ ନୂଆ ଓ ଆଡଭାନ୍ସ ଡିଭାଇସ ଲଂଚ କରୁଥାଏ । ଏବେ ଦକ୍ଷିଣ କୋରିଆର କମ୍ପାନୀ ସାମସଙ୍ଗ ପପ୍-ଅପ୍ ସ୍ପିକର ସହିତ ସ୍ମାର୍ଟଫୋନ ଲଂଚ କରିବା ନେଇ କାମ କରୁଛି । ଏହି ସ୍ମାର୍ଟଫୋନର ଡିସପ୍ଲେ ଫ୍ଲେକ୍ସିବଲ୍ ରହିବ ।

ସାମସଙ୍ଗର ଏହି ହାଇ-ଟେକ୍ ଫୋନ୍ ଏବେ ଡେଭଲପମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । ବର୍ଷ ଆର୍ମ୍ଭରୁ କମ୍ପାନୀ ଏହି ଫୋନ୍ ର ପେଟେଣ୍ଟକୁ WIPO (ୱାର୍ଲଡ ଇଣ୍ଟେଲେକ୍ଚୁଆଲ ପ୍ରପୋର୍ଟି ଅରଗାନାଇଜେସନ୍ ) ସହ ଦାଖଲ କରିଥିଲା । କମ୍ପାନୀର ଏହି ପେଟେଣ୍ଟ ଚଳିତ ମାସ ୧୫ ତାରିଖରେ ପବ୍ଲିଶ ହୋଇଥିଲା । ସାମସଙ୍ଗର ଏହି ପେଟେଣ୍ଟ ପ୍ରଥମେ “ଲେଟ୍ସ ଗୋ” ଡିଜିଟାଲ୍ ଦେଖିଥିଲା । ଦାଖଲ କରାଯାଇଥିବା ପେଟେଣ୍ଟ ଅନୁଯାୟୀ, ଏହି ଫୋନରେ ଆଇଫୋନ୍ ୧୨ ସିରିଜ୍ ଭଳି ଗୋଲ ଆକାର ଏବଂ ବକ୍ସି ଡିଜାଇନ୍ ର ବ୍ୟବହାର କରାଯାଇଛି । ଅବଶ୍ୟ ଏହି ଫୋନର ଡିଜାଇନ୍ ସମ୍ପୂର୍ଣ୍ଣ ଭିନ୍ନ ରହିଛି । ରିପୋର୍ଟ ଅନୁଯାୟୀ, ଏହି ଫୋନର ସ୍ପିକର, ମାଇକ୍ରୋଫୋନ୍ ଏବଂ ଫ୍ରଣ୍ଟ କ୍ୟାମେରା ସାମ୍ନା ପ୍ୟାନେଲର ପଛ ଭାଗରେ ଲଗାଯାଇଛି।

ବିଶେଷ କଥା ଏହା ହେଉଛି ଯେ, ଏହି ସବୁ ପ୍ୟାନେଲ୍ ଏବଂ ଫ୍ଲେକ୍ସିବଲ୍ ଡିସପ୍ଲେ ସହିତ ଗତି କରିବ । ଏବଂ ଫୋନର ଉପର ଅଂଶ ବାହାରକୁ ଯାଇ ଆଗ ଆଡକୁ ଫୋଲ୍ଡ୍ ହେବ । ଏହି ମେକାନିଜିମ୍ ରୁ ଫୋନ ସ୍ପିକରକୁ ଏକ ରିଜୋନାନ୍ସ ଚାମ୍ବର ଦେଇଥାଏ ଯାହା ସାଉଣ୍ଡ ଆଉଟପୁଟକୁ ମଧ୍ୟ ଉନ୍ନତ କରିଥାଏ । ଫୋନ୍ ସ୍କ୍ରିନରେ ପ୍ଲାଷ୍ଟିକ୍ ପଲିମର ବ୍ୟବହାର କରାଯାଇଛି ।

ସାମସଙ୍ଗର ଏହି ନୂଆ ଫୋନ୍ ର ଡିଜାଇନ୍ ବେଶ ଉନ୍ନତ ରହିଛି । ସାମସଙ୍ଗ ଫୋଲଡେବଲ୍ ଡିସପ୍ଲେ ତିଆରି କରିବାରେ ଏକ୍ସପର୍ଟ ବୋଲି କୁହାଯାଏ । ଏବେ ସାମସଙ୍ଗର ଏହି ନୂଆ ଡିଜାଇନ୍ ସ୍ମାର୍ଟଫୋନ୍ ନେଇ ୟୁଜର୍ସମାନେ ଏବେଠୁ ଉତ୍ସାହିତ ଅଛନ୍ତି । କମ୍ପାନୀ ମଧ୍ୟ ଏହି ଫୋନରେ S-Pen ସପୋର୍ଟ ରଖିପାରେ । ଫୋନ୍ ଲଞ୍ଚ ନେଇ ଏବେ ଯାଏଁ କୌଣସି ଆଧିକାରିକ ସୂଚନା ଦିଆଯାଇନାହିଁ ।

Leave a Reply