ନିଷିଦ୍ଧାଞ୍ଚଳରେ ଭିଡିଓ ସୁଟ୍ କରି ଅଡୁଆରେ ୩ ଓଡ଼ିଆ ଅଭିନେତ୍ରୀ, ସାଙ୍ଗରେ ଥିଲେ ମନ୍ତ୍ରୀ ନବ ଦାସଙ୍କ ଝିଅ

ସମ୍ବଲପୁର : ଭିଡିଓ ସୁଟ୍ ସହ ମସ୍ତି କରି ଫସିଛନ୍ତି ୩ ଓଡ଼ିଆ ଅଭିନେତ୍ରୀ । ସମ୍ବଲପୁର ସ୍ଥିତ ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଏମାନେ ଭିଡିଓ ସୁଟିଂ କରି ସୋସିଆଲ୍ ମିଡିଆରେ ସେୟାର କରିଥିଲେ । ଯାହାକୁ ନେଇ ସୃଷ୍ଟି ହୋଇଛି ଅଡୁଆ ପରିସ୍ଥିତି । ରିପୋର୍ଟ ଦେବାକୁ ଏସଡିପିଓଙ୍କୁ କହିସାରିଲେଣି ସମ୍ବଲପୁର ଏସପି ।


ସୂଚନା ଅନୁସାରେ, ତିନି ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ,ଏଲିନା ଏବଂ ଲଭିନା ହୀରାକୁଦ ଡ୍ୟାମ ଉପରେ ଫଟୋ ଏବଂ ଭିଡ଼ିଓ ସୁଟ୍ କରିଥିଲେ । ସେଠାରେ ଏଭଳି କରିବା ସଂପୂର୍ଣ୍ଣ ନିଷିଦ୍ଧ ତଥା ଦଣ୍ଡନୀୟ ବୋଲି ଉଲ୍ଲେଖ ରହିଛି । ତେବେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ନିଷିଦ୍ଧାଂଚଳରୁ ଭିଡିଓ ଉତ୍ତୋଳନ କରି ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯାହାକୁ ନେଇ ଆପତ୍ତି ପ୍ରକାଶ କରିଥିଲେ ସ୍ଥାନୀୟ ବୁଦ୍ଧିଜୀବୀ । ହୀରାକୁଦ ଡ୍ୟାମର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ସେମାନେ ଅଭିଯୋଗ କରିଥିଲେ । ତେବେ ସ୍ଥାନୀୟ ଅଞ୍ଚଳର ଜଣେ ମନ୍ତ୍ରୀଙ୍କ ଝିଅଙ୍କ ସହାୟତାରେ ଏମାନେ ଡ୍ୟାମ୍ ବୁଲିବାକୁ ଆସିଥିବା ବେଳେ ଏଭଳି ସୁଟ୍ କରିଥିବା ଜଣାପଡ଼ିଛି ।


ଦୁଇ ଦିନ ତଳେ କୌଣସି ଏକ କାର୍ଯ୍ୟକ୍ରମରେ ଓଲିଉଡର ଏ ତିନି ଅଭିନେତ୍ରୀ ସମ୍ବଲପୁର ଆସିବା ସହ ହୀରାକୁଦ ଡ୍ୟାମ ବୁଲିବାକୁ ଯାଇଥିଲେ । ସେଠାରେ ଡ୍ୟାମ ଉପରକୁ ଯାଇ ନିଷିଦ୍ଧାଂଚଳରେ ଫଟୋ ସାଙ୍ଗରେ ଭିଡିଓ ଉତ୍ତୋଳନକରି ସୋସିଆଲ ମିଡିଆରେ ସେୟାର କରିଥିଲେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ସମ୍ବଲପୁର ଏସପି ରିପୋର୍ଟ ତଲବ କରିଛନ୍ତି । ହୀରାକୁଦ ଏସଡିପିଓଙ୍କୁ ସନ୍ଧ୍ୟା ୫ଟା ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।

ହୀରାକୁଦ ନଦୀବନ୍ଧରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିଥିବା ବେଳେ ଅଭିନେତ୍ରୀଙ୍କୁ ସେଠାକୁ କାହା ଅନୁମତିରେ ଛଡ଼ାଯାଇଥିଲା । କେଉଁ ଉଦ୍ଦେଶ୍ୟରେ ଏଭଳି ଭିଡ଼ିଓ ପାଇଁ ସେମାନଙ୍କୁ ଅନୁମତି ମିଳିଥିଲା ତାକୁ ନେଇ ଉଠିଛି ପ୍ରଶ୍ନ । ହୀରାକୁଦ ଡ୍ୟାମ୍‌ ନିଷିଦ୍ଧାଞ୍ଚଳରେ ଭିଡିଓ ଭାଇରାଲ୍‌ ଘଟଣାରେ ମୁହଁ ଖୋଲିଛନ୍ତି ସ୍ଵାସ୍ଥ୍ଯମନ୍ତ୍ରୀ ନବ କିଶୋର ଦାସ । କହିଛନ୍ତି, ମୁଁ ଭିଡିଓ ଦେଖି ନାହିଁ କି ଏ ବାବଦରେ କିଛି ଜାଣି ନାହିଁ  । ଯିଏ ଭିଡିଓରେ ଥିଲା ତାଙ୍କୁ ପଚାରନ୍ତୁ  । ମୋ ଝିଅ ଗ୍ରୋନ୍‌ ଅପ୍‌ ଗାର୍ଲ  । ଆଇନ ତା ବାଟରେ ଯିବ  । ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ  । ଭିଡିଓରେ ୩ ଅଭିନେତ୍ରୀଙ୍କ ସହ ନବ ଦାସଙ୍କ ଝିଅ ଥିବା ନେଇ ଅଭିଯୋଗ ହୋଇଥିଲା ।

Leave a Reply