କଣ ପାଇଁ ରେସ୍ତୋରାଁରେ ପ୍ଲେଟ୍ ଭାଙ୍ଗିଲେ ସଲମାନଙ୍କ ଭଉଣୀ ?

ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନ ଏବେ ବିଗ୍ ବସ୍ ୧୪ ର ହୋଷ୍ଟିଂ ଏବଂ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ତାଙ୍କର ପ୍ରିୟ ଭଉଣୀ ଅର୍ପିତା ଖାନ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି ।  ଅର୍ପିତାଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଅର୍ପିତା ତାଙ୍କ ସାଙ୍ଗଙ୍କ ସହ ଏକ ରେସ୍ତୋରାଁରେ ନଜର ଆସିଛନ୍ତି । ଯେଉଁଠାରେ ସେ ଗୋଟିଏ ପରେ ଗୋଟିଏ ପ୍ଲେଟ୍ ଭାଙ୍ଗୁଥିବା ଦେଖାଯାଇଛି । ଭିଡ଼ିଓରେ ଦେଖାଯାଇଛି ଯେ, ଅର୍ପିତା ତାଙ୍କ ସାଙ୍ଗ ସହିତ କଥାବାର୍ତ୍ତା ହେଉଥିବା ସମୟରେ ତାଙ୍କ ପାଖରେ ଥିବା ପ୍ଲେଟଗୁଡ଼ିକୁ ଫୋପାଡୁଛନ୍ତି ।

ଅର୍ପିତାଙ୍କର ଏହି ଭିଡିଓ ଦୁବାଇର ଏକ ରେସ୍ତୋରାଁରୁ ଆସିଛି । ଯେଉଁଠାରେ ସେ ଗୋଟିଏ ପରେ ଗୋଟିଏ ପ୍ଲେଟ୍ ଭାଙ୍ଗୁଥିବାର ଦେଖାଯାଇଛି । ଯଦିଓ, ଅର୍ପିତା କ୍ରୋଧରେ ଏହି ଥାଳି ଭାଙ୍ଗି ନଥିଲେ ବରଂ ଏହା ପଛରେ ଏକ ମଜାଳିଆ କାହାଣୀ ରହିଛି । ଥାଳି ଭାଙ୍ଗିବା ହେଉଛି ଏକ ପ୍ରକାର ଖୁସି  ତାହା ହେଉଛି ରେସ୍ତୋରାଁର ଏକ ଥିମ । ତେଣୁ ଅର୍ପିତା ନିଜ ସାଙ୍ଗ ସହିତ କଥାବାର୍ତ୍ତା କରୁଥିବା ସମୟରେ ହସୁଛନ୍ତି ଏବଂ ପ୍ଲେଟ ଫିଙ୍ଗୁଛନ୍ତି । ଅର୍ପିତା ଖାନ ଶର୍ମା ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଏହା ବ୍ୟତୀତ ଅର୍ପିତା ତାଙ୍କ ପୁଅ ଆହିଲଙ୍କ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଭିଡିଓରେ, ଯେଉଁଠାରେ ଅର୍ପିତା ରେସ୍ତୁରାଣ୍ଟରେ ପ୍ଲେଟ ଭାଙ୍ଗୁଥିବାର ନଜର ଆସିଛନ୍ତି, ଆହିଲ ମଧ୍ୟ ଘରେ ପ୍ଲେଟ ଫୋପାଡିଥିବାର ନଜର ଆସିଛନ୍ତି । ଭିଡିଓରେ, ଅର୍ପିତା ତାଙ୍କ ସାଙ୍ଗମାନଙ୍କ ସହିତ ପ୍ଲେଟ୍ ଭାଙ୍ଗୁଥିବା ଦେଖିବାକୁ ମିଳିଛି ।  ସୂଚନା ଅନୁସାରେ ନିକଟରେ ଅର୍ପିତା ଖାନ ଶର୍ମା ଆୟୁଷ ଶର୍ମାଙ୍କ ସହ ତାଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ । ଏହି ଅବସରରେ ସେ ଏବଂ ଆୟୁଷଙ୍କର ଏକ ଫଟୋ ସେୟାର କରିବାବେଳେ ସେ ତାଙ୍କ ସ୍ୱାମୀଙ୍କ ପାଇଁ ଏକ ରୋମାଣ୍ଟିକ ଏବଂ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଥିଲେ।

Leave a Reply