ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ନୂଆ ଲେବର କୋଡ୍: ବଦଳିଯିବ ଆପଣଙ୍କ ଦରମା

1 min read

ନୂଆଦିଲ୍ଲୀ: ଖୁବଶୀଘ୍ର ବଦଳିବାକୁ ଯାଉଛି ଆପଣ ଦରମା। ଆଗକୁ ଆପଣଙ୍କ ଦରମାର ପୂରା ଢାଞ୍ଚା ବଦଳିପାରେ। ବେସିକ୍ ଦରମାରେ ଆଲାଉନସେସ୍ ର କିଛି ଅଂଶ ମଧ୍ୟ ସାମିଲ ହୋଇପାରେ। ୨୦୨୧ ଏପ୍ରିଲ୍ ମାସରୁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଆଣିବାକୁ ଯାଉଛି ନୂଆ ଲେବର କୋଡ୍। ଏହି ନୂଆ ଲେବର କୋଡ ଲାଗୁ ହେବାପରେ, ନିଯୁକ୍ତିଦାତା ଆପଣଙ୍କ ଦରମା ପ୍ୟାକେଜ୍ ପୁନଃନିର୍ମାଣ କରିପାରନ୍ତି।

ସୂଚନା ମୁତାବକ  ଯଦି ସରକାର ଏହି ନୂଆ ଲେବର କୋଡ଼ କାର୍ଯ୍ୟକାରୀ କରନ୍ତି, ତେବେ ଆପଣଙ୍କ PF ଅବଦାନ ମଧ୍ୟ ବୃଦ୍ଧି ହେବ । PF ଅବଦାନ ସହିତ, କମ୍ପାନୀଗୁଡିକ ସେମାନଙ୍କର ବେତନ ବୃଦ୍ଧି ବଜେଟର ସମୀକ୍ଷା ବି କରିବାକୁ ପଡ଼ିପାରେ। ଗ୍ରାଚ୍ୟୁଇଟି ଏବଂ ଲିଭ୍ ଏନକାଶମେଣ୍ଟ ପରି ଯୋଜନା ମଧ୍ୟ ବଢ଼ିପାରେ। ତେଣୁ ଏସବୁର ପ୍ରଭାବ ଆପଣଙ୍କ ଟେକ୍ ହୋମ୍ ଦରମାରେ ପଡ଼ିପାରେ।

ଦରମା ଷ୍ଟରକ୍ଚରରେ ବଡ଼ ପରିବର୍ତ୍ତନ

ସୂଚନା ମୁତାବକ ଆସନ୍ତା ଆର୍ଥୀକ ବର୍ଷରୁ ନୂଆ ଦରମା ଢ଼ାଞ୍ଚା ବା ପେ ଷ୍ଟ୍ରକ୍ଚର ଲାଗୁ ହୋଇପାରେ। ନୂଆ ଷ୍ଟ୍ରକ୍ଚର ଆଧାରରେ ଆପଣଙ୍କ ବେସିକ ସାଲାରି କୌଣସି ମତେ ଆପଣଙ୍କ ପୂରା ଦରମାର ୫୦ପ୍ରତିଶତରୁ କମ ହୋଇପାରିବ ନାହିଁ । ଅର୍ଥାତ ଯଦି ଏହି ନୂଆ ଲୋବର କୋଡ ଲାଗୁ ହୁଏ ତେବେ ଏପ୍ରିଲ ୨୦୨୧ରୁ ଆପଣଙ୍କ ଦରମାରେ ବେସିକ୍ ଦରମା ୫୦ କିମ୍ବା ତାଠୁ ଅଧିକ ରଖିବାକୁ ପଡ଼ିବ। ଏପରିହେବାଦ୍ୱାରା ଆପଣଙ୍କ ପିଏଫ କଣ୍ଟ୍ରିବ୍ୟୁଶନ ବି ବଢ଼ିଯିବ। ହେଲେ ଟେକ୍ ହୋମ ଦରମା କମିଯିବ।

Leave a Reply