ଦୀପାବଳି ଉପହାର: ବ୍ୟାଙ୍କ କର୍ମଚାରୀଙ୍କୁ ମିଳିବ ୧୫ପ୍ରତିଶତ ଅଧିକ ବେତନ

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ଏଥର ଦୀପାବଳି ହେବ ବିଶେଷ । କାରଣ ଦିପାବଳୀରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ରହିଛି ବମ୍ଫର ଉପହାର । ଏହି ଦିପାବଳିରେ ପାଞ୍ଚ ବର୍ଷ ପାଇଁ ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀ ୧୫ ପ୍ରତିଶତ ବେତନ ବୃଦ୍ଧି ଉପହାର ମିଳିଛି । ଭାରତୀୟ ବ୍ୟାଙ୍କ ସଂଘର କର୍ମଚାରୀ ଅଫିସର୍ସ ୟୁନିଅନ୍ ସହିତ ଆଲୋଚନା ପରେ ଏହି ଚୁକ୍ତି ହୋଇଛି ।

ଏହି ନିଷ୍ପତ୍ତି ଦ୍ୱାରା ବ୍ୟାଙ୍କଗୁଡିକ ଉପରେ ୭,୮୯୮ କୋଟି ଟଙ୍କା ଭାର ପଡ଼ିବ । ଆଇବିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁନୀଲ ମେହେଟ୍ଟା ବୁଧବାର କହିଛନ୍ତି ଯେ, ଭାରତୀୟ ବ୍ୟାଙ୍କ ଆସୋସିଏସନ ୟୁନିଅନ ଏବଂ ଅଫିସର ୟୁନିଅନ ସହ ବେତନ ବୃଦ୍ଧିକୁ ନେଇ ହୋଇଥିବା ନିଷ୍ପତ୍ତି ଉପରେ ସହମତି ଘୋଷଣା କରାଯାଇଛି । ନଭେମ୍ବର ୧, ୨୦୧୭ ଠାରୁ ଏହା କାର୍ଯ୍ୟକାରୀ ହେବ । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ ଏବଂ ବ୍ୟାଙ୍କ କର୍ମଚାରୀ ସେନା ମହାସଂଘ ଏହି ଚୁକ୍ତିନାମା ସ୍ୱାକ୍ଷର କରିଛି।

Leave a Reply