କଟକ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ୬୧ ତମ ସହିଦ ସ୍ମୃତି ଦିବସ

କଟକ: କଟକ ପୋଲିସ ମୁଖ୍ୟାଳୟରେ ୬୧ ତମ ସହିଦ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଡିଜିପି ଅଭୟ ଓ ସମସ୍ତ ବରିଷ୍ଟ ପୋଲିସ ଅଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ତେବେ କୋରନା ପାଇଁ ସହିଦଙ୍କ ପରିବାର ଲୋକଙ୍କୁ ଚଳିତ ବର୍ଷ ସମ୍ବର୍ଦ୍ଧନା ପାଇଁ ଡ଼କାଯାଇନାହିଁ ।

ଡ୍ୟୁଟି ସମୟରେ ବହୁ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ପୋଲିସ କର୍ମୀ ଏମିତିକି ବିଭିନ୍ନ ସମୟରେ ସାମାନଙ୍କୁ ନିଜର ବହୁମୂଲ୍ୟ ଜୀବନ ମଧ୍ୟ ଦେବାକୁ ପଡ଼ିଥାଏ । ତେଣୁ ପୋଲିସ କର୍ମୀଙ୍କ ଏଭଳି ଅବଦାନକୁ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଛନ୍ତି ଡିଜିପି ଅଭୟ । ଏଥିସହ କୋଭିଡ୍‌ରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଥିବା ପ୍ରାୟ ୪୧ଜଣ ପୋଲିସ କର୍ମୀ ଓ ମାଓ ପ୍ରବଣ ଅଞ୍ଚଳରେ ମୁତୟନ ହୋଇଥିବା ଯବାନ ମାନଙ୍କ କାର୍ଯ୍ୟକୁ ଡିଜିପି ପ୍ରଶଂସା କରିଛନ୍ତି ।

ସେହିଭଳି ଗଜପତି ପୋଲିସ ମଧ୍ୟ ପାଳନ କରିଛି ୬୧ ତମ ସହିଦ ଦିବସ । ବେତାଗୁଡା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି କାର୍ଯ୍ୟକ୍ରମ । ଏସପି ତପନ କୁମାର ପଟ୍ଟନାୟକ ଯୋଗଦେଇ ସହିଦ୍ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦେଶର ବିଭିନ୍ନ ସ୍ଥାନରେ ସହିଦ୍ ହୋଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କ ନାମ ଅନୁସାରେ ସ୍ମୃତି ଚାରଣ କରିଛନ୍ତି । ବିଶେଷ କରି କରୋନା ମହାମାରୀ ସମୟରେ ଯୋଦ୍ଧା ଭାବେ ସହିଦ୍ ହୋଇଥିବା ପୋଲିସ କର୍ମଚାରୀ ଏବଂ ଆକ୍ରାନ୍ତଙ୍କୁ ପ୍ଲାଜ୍‌ମା ଦାନ କରି ଜୀବନ ବଞ୍ଚାଇବାରେ ସହଯୋଗ କରିଥିବା ପୋଲିସ କର୍ମଚାରୀମାନଙ୍କୁ ମଧ୍ୟ ସ୍ମରଣ କରିଥିଲେ ଏସ୍‌ପି । ଏହି ଅବସରରେ ଉପସ୍ଥିତ ସମସ୍ତ ପୋଲିସ କର୍ମଚାରୀଙ୍କୁ କର୍ତ୍ତବ୍ୟରେ ଆଦର୍ଶ ଆଚରଣ ସହ ଜନ ସାଧାରଣଙ୍କ ସହିତ ବନ୍ଧୁତ୍ୱ ଭାବ ଯାତ କରିବା ପାଇଁ ପରାମର୍ଶ ଦେଇଛନ୍ତି ଏସ୍‌ପି ।

ସେହିଭଳି କଳାହାଣ୍ଡି ପୋଲିସ ପକ୍ଷରୁ ମଧ୍ୟ ସହିଦ ସ୍ମୃତି ଦିବସ ପାଳନ ହୋଇଛି । ଭବାନୀପାଟଣା ରିଜର୍ଭ ପଡିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧର ଯୋଗଦେଇ ସହିଦ୍ ଯବାନ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାସହ ଦେଶର ବିଭିନ୍ନ ସ୍ଥାନରେ ସହିଦ୍ ହୋଇଥିବା ସମସ୍ତ ପୋଲିସ କର୍ମଚାରୀଙ୍କ ପାଇଁ ସ୍ମୃତି ଚାରଣ କରିଥିଲେ ।

Leave a Reply